bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 John 4
1 John 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
1
ପ୍ରିୟ ବନ୍ଧୁଗଣ! ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି ବୋଲି ଯେଉଁମାନେ କହନ୍ତି, ସେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ; ସେମାନେ ପାଇଥିବା ଆତ୍ମଶ, ବାସ୍ତବରେ ଈଶ୍ୱରଙ୍କଠାରୁ ଆଗତ କି ନୁହେଁ, ପ୍ରଥମେ ପରୀକ୍ଷା କରି ଦେଖ। କାରଣ ଏବେ ଅନେକ ଭଣ୍ଡ ଭାବବାଦୀ ସର୍ବତ୍ର ବିଚରଣ କରୁଛନ୍ତି।
2
ସେମାନେ ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି କି ନାହିଁ, ତାହା ଜାଣିବାର ଉପାୟ ହେଉଛି: ଯେଉଁ ବ୍ୟକ୍ତିଠାରେ ଈଶ୍ୱରଙ୍କ ଆତ୍ମା ଅଧିଷ୍ଠିତ, ସେ ମୁକ୍ତ କଣ୍ଠରେ ସ୍ୱୀପକାର କରିବ ଯେ, ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ରୂପେ ଅବତୀର୍ଣ୍ଣ ହୋଇଥିଲେ।
3
କିନ୍ତୁ ଯେ ଯୀଶୁଙକ ବିଷୟରେ ଏ କଥା ସ୍ୱୀକାର କରେ ନାହ, ସେ କଦାପି ଈଶ୍ୱରଙ୍କ ଆତ୍ମା ଲାଭ କରି ନାହିଁ। ଖ୍ରୀଷ୍ଟଙ୍କ ଶତ୍ରୁଠାରୁ ସେ ସେହି ଆତ୍ମଶ ପାଇଛି, ଏହି ଆତ୍ମଶର ଆଗମନ ବିଷୟରେ ତୁମେ ଶୁଣିଛ- ତାହା ଏବେ ଏହି ଜଗତରେ ଉପସ୍ଥିତ।
4
କିନ୍ତୁ ପିଲାମାନେ! ତୁମ୍ଭେମାନେ ଈଶ୍ୱରଙ୍କ। ସେହି ଭଣ୍ଡ ଭାବବାଦୀମାନଙ୍କୁ ତୁମେ ପରାଜିତ କରିଛ,କାରଣ ତୁମ ଅନ୍ତରରେ ବାସ କରୁଥିବା ଈଶ୍ୱରଙ୍କ ଆତ୍ମଶ, ସାଂସାରିକ ଲୋକମାନଙ୍କ ଆତ୍ମାଠାରୁ ଅଧିକ ଶକ୍ତିଶାଳୀ।
5
ଭଣ୍ଡ ଭାବବାଦୀମାନେ ସାଂସାରିକ କଥା କହି ବୁଲୁଛନ୍ତି ଏବଂ ସାଂସାରିକ ଲୋକମାନେ ସେମାନଙ୍କ କଥା ଶୁଣୁଛନ୍ତି।
6
କିନ୍ତୁ ଆମେ ଈଶ୍ୱରଙ୍କର। ଯେ କେହି ଈଶ୍ୱରଙ୍କୁ ଜାଣେ, ସେ ଆମ ପ୍ରତି କର୍ଣ୍ଣପାତ କର। ଯେଉଁମାନେ ଈଶ୍ୱରଙ୍କ ନୁହଁନ୍ତି, ସେମାନେ ଆମ କଥଶ ଶୁଣନ୍ତି ନାହିଁ। ସତ୍ୟ ଆତ୍ମା ଓ ପ୍ରଞ୍ଚକ ଆତ୍ମା ମଧ୍ୟରେ ଏହି ପାର୍ଥକ୍ୟ ଆମେ ଲକ୍ଷ୍ୟ କରିପାରିବା।
7
ପ୍ରିୟ ବନ୍ଧୁଗଣ! ପରସ୍ପରକୁ ପେମ କର, କାରଣ ପ୍ରେମର ଉତ୍ପତ୍ତି ଈଶ୍ୱରଙ୍କଠାରୁ। ଯାହାର ହୃଦୟରେ ପ୍ରେମ ଅଛି, ସେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କୁ ଜାଣେ।
8
ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ପ୍ରେମମୟ।
9
ଈଶ୍ୱର ତାଙ୍କ ଅନନ୍ୟ ପୁତ୍ର ଯୀଶୁଙ୍କୁ ଜଗତକୁ ପ୍ରେରଣ କରି ଆମ ପ୍ରତି ତାଙ୍କର ମହାପ୍ରେମ ପ୍ରକାଶ କରିଛନ୍ତି- ସେହି ଯୀଶୁଙ୍କ ଦ୍ୱାରା ଆମେ ଯେପରି ଜୀବନ ପ୍ରାପ୍ତ ହେବୁ।
10
ଏହା ହିଁ ପ୍ରକୃତ ପ୍ରେମ- ଆମେ ଈଶ୍ୱରଙ୍କୁ ପ୍ରେମ କରି ନାହୁଁ, ଅଥଚ ସେ ଆମକୁ ପ୍ରେମ କରି, ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ।
11
ପ୍ରିୟ ବନ୍ଧୁଗଣ, ଯଦି ଈଶ୍ୱର ଆମକୁ ଏପରି ପ୍ରେମ କରିଛନ୍ତି, ଆମେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ।
12
ଈଶ୍ୱରଙ୍କୁ କେହି କେବେ ଦେଖି ନାହିଁ, କିନ୍ତୁ ଆମେ ଯଦି ପରସ୍ପରକୁ ପ୍ରେମ କରୁ, ଈଶ୍ୱର ଆମଠାରେ ବାସ କରନ୍ତି ଏବଂ ଆମଠାରେ ତାଙ୍କର ପ୍ରେମ ସମ୍ପର୍ଣ୍ଣତା ଲାଭ କରେ।
13
ଆମେ ଯେ ଈଶ୍ୱରଙ୍କ ସହିତ ସଂଯୁକ୍ତି ଓ ଈଶ୍ବର ଆମ ଅନ୍ତରରେ ବାସ କରନ୍ତି, ଏହାର ନିଦର୍ଶନ ହେଉଛି, ସେ ପବସତ୍ରଆତ୍ମାଙ୍କୁ ଆମକୁ ଦେଇଛନ୍ତି।
14
ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ଈଶ୍ୱର ପ୍ରେରଣ କରିଥିବା ତାଙ୍କ ପୁତ୍ରଙ୍କୁ ସ୍ୱଚକ୍ଷୁରେ ଦେଖି ତାଙ୍କ ସର୍ମ୍ପକରେ ଆମେ ଅନ୍ୟମାନଙ୍କୁ କହୁଛୁ।
15
ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଯେ ସ୍ୱୀକାର କରେ, ଈଶ୍ୱର ତା’ ଅନ୍ତରରେ ବାସ କରନ୍ତି ଏବଂ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରେ।
16
ଆମ ପ୍ରତି ଈଶ୍ୱରଙ୍କ ପ୍ରେମର ବାସ୍ତବତା ଆମେ ଜାଣିଛୁ, ଏଥିରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି। ଈଶ୍ବର ପ୍ରେମମୟ। ଯାହାର ଜୀବନରେ ପ୍ରେମ ପୂର୍ଣ୍ଣ ହୋଇ ରହିଛି, ସେ ଈଶ୍ୱରଙ୍କ ସହିତ ସଂଯୁକ୍ତ ଏବଂ ତା’ଅନ୍ତରରେ ଈଶ୍ୱର ବାସ କରନ୍ତି।
17
ଆମ ଜୀବନରେ ଏହି ପ୍ରେମ ସିଦ୍ଧ ହେଲେ, ଆମେ ନିର୍ଭୀକ ଭାବରେ ବିଚାର ଦିନର ସମ୍ମୁଖୀନ ହୋଇ ପାରିବା, କାରଣ ଏହି ଜଗତରେ ଥାଉ ଥାଉ ଆମେ ଖ୍ରଷ୍ଟଙ୍କ ପରି ଜୀବନ ଯାପନ କରୁଛୁ।
18
ଯେଉଁଠି ପ୍ରେମ ସମସ୍ତ ଭୟ ଦୂର କରେ। ଯେ ଭୟ କରେ, ତା’ଠାରେ ପ୍ରେମ ସିଦ୍ଧ ହୋଇ ନାହିଁ; କାରଣ ଦଣ୍ଡ ପାଇବାର ଭୟ ତା’ର ଆହୁରି ରହିଛି।
19
ଆମେ ପ୍ରେମ କରିବାକୁ ଶିଖିଛୁ, କାରଣ ଈଶ୍ବର ହିଁ ପ୍ରଥମେ ଆମକୁ ପ୍ରେମ କରିଛନ୍ତି।
20
ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ପ୍ରେମ କରେ, ଅଥଚ ସେ ତା’ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ। ପ୍ରତ୍ୟକ୍ଷରେ ଦେଖୁଥିବା ଜଣେ ଭାଇକୁ ଯେ କେହି ସ୍ନେହ କରିପାରେ ନାହିଁ, ସେ ଅଦୃଶ୍ୟ ଈଶ୍ୱରଙ୍କୁ କଦାପି ପ୍ରେମ କରି ପାିବ ନାହିଁ।
21
ଏହି ଆଦେଶ ଖ୍ରୀଷ୍ଟ ଆମକୁ ଦେଇଛନ୍ତି: ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ନିଶ୍ଚୟ ତା’ ଭାଇକୁ ପ୍ରେମ କରିବ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
All chapters:
1
2
3
4
5