bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 John 5
1 John 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
1
ଯେ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କ ସନ୍ତାନ। ଯେ କେହି ଜଣେ ପିତାକୁସ୍ନେହ କରେ, ସେହି ପିତାର ସନ୍ତାନକୁ ମଧ୍ୟ ଦେ ସ୍ନେହ କରେ।
2
ଈଶ୍ବରଙ୍କ ସନ୍ତାନମାନଙ୍କ ପ୍ରତି ଆମର ପ୍ରେମ କରି ତାଙ୍କର ଆଜ୍ଞାନୁବର୍ତ୍ତୀ ହେଉ।
3
ଈଶ୍ବରଙ୍କ ପ୍ରତି ଆମ୍ଭମାନଙ୍କର ପ୍ରେମ ଅଛି, ଏହାର ଅର୍ଥ, ଆମେ ତାଙ୍କର ଆଜ୍ଞା ପାଳନ କରୁ। ତାଙ୍କ ଆଜ୍ଞାପାଳନ କରିବାଅତି କଷ୍ଟସାଧ୍ୟ ନୁହେଁ,
4
କାରଣ ତାଙ୍କର ସନ୍ତାନମାନେ ଏହି ଜଗତକୁ ପରାସ୍ତ କରିବାକୁ ଶକ୍ତି ଲାଭ କରିଛନ୍ତି ବିଶ୍ୱାସ ବଳରେ ଆମେ ଜଗତ ଉପରେ ବିଜୟ ଲାଭ କରି ପାରିବା।
5
ଏଜଗତକୁ କିଏ ପରାସ୍ତ କରି ପାରିବ? ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଯିଏ ବିଶ୍ୱାସ କରେ, କେବଳ ଏହା କରିପାରିବ।
6
ସେହି ଯୀଶୁ ଖ୍ରୀଷ୍ଟ ଜଳଦୀକ୍ଷା ଦ୍ୱାରା ତାଙ୍କ ଜୀବନର କାର୍ଯ୍ୟ ଆରମ୍ଭ କରିଥିଲେ, ପୁଣି ନିଜର ରକ୍ତ ଦ୍ୱାରା ମନୁଷ୍ୟର ପରିତ୍ରାଣ ସାଧନ କଲେ। କେବଳ ଜଳଦୀକ୍ଷା ଗ୍ରହଣ କରି ସେ ଆସି ନ ଥିଲେ, ଜଳ ଓ ରକ୍ତ ଉଭୟର ଜୀବନୀ ଶକ୍ତି ନେଇ ସେ ଆସିଥିଲେ। ଏହି କଥାର ସତ୍ୟତା ନିଜେ ପରମାତ୍ମା ପ୍ରାଣିତ କରିଛନ୍ତି; କାରଣ ପରମାତ୍ମା ହିଁ ସତ୍ୟ।
7
ପରମାତ୍ମା, ଜଳ ଓ ରକ୍ତ ଯୀଶୁ ଖ୍ରୀଷ୍ଟଙ୍କ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି ଏବଂ ଏହି ତିନିଙ୍କ ଦାକ୍ଷ୍ୟ ଏକ ସମାନ।
9
ମନୁଷ୍ୟମାନଙ୍କ ସାକ୍ଷ୍ୟରେ ଆମେ ବିଶ୍ୱାସ ସ୍ଥାପନ କରି ଥାଉ। ଈଶ୍ୱରଙ୍କ ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ। ଈଶ୍ୱର ନିଜେ ତାଙ୍କ ପୁତ୍ରଙ୍କ ସପକ୍ଷରେ ଏହି ସାକ୍ଷ୍ୟ ଦେଇଛନ୍ତି।
10
ଅତଏବ, ଯେ କେହି ଈଶ୍ୱରଙ୍କର ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ତା’ ଅନ୍ତରେ ସେ ଈଶ୍ବରଙ୍କ ସାକ୍ଷ୍ୟ ଉପଲବ୍ଧି କରିଛି। ନିଜେ ଈଶ୍ବର ସାକ୍ଷୀ ହୋଇ ତାଙ୍କ ପୁତ୍ରଙ୍କ ବିଷୟରେ ଯାହା କହିଛନ୍ତି, ଏଥିରେ ଯେ ବିଶ୍ୱାସ କରେ ନାହିଁ, ସେ ଈଶ୍ବରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛି।
11
ସେହି ସାକ୍ଷ୍ୟର ସାରମର୍ମ ହେଲା, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦାନ କରିଛନ୍ତି; କିନ୍ତୁ ତାଙ୍କ ପୁତ୍ରଙ୍କଠାରେ ହିଁ ଆମେ ଏହି ଜୀବନର ସନ୍ଧାନ ପାଉଛୁ।
12
ଯେ କେହି ସେହି ପୁତ୍ରଙ୍କ ସହିତ ସଂଯୁକ୍ତ ହୁଏ, କେବଳ ସେ ହିଁ ଉକ୍ତ ଅନନ୍ତ ଜୀବନ ଲାଭ କରିପାରିବ। ପୁତ୍ରଙ୍କଠାରେ ସଂଯୁକ୍ତ ହୋଇ ନ ଥିବା କୌଣସି ବ୍ୟକ୍ତି ସେହି ଜୀବନ ପ୍ରାପ୍ତ ହୋଇପାରିବ ନାହିଁ।
13
ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛୁ, ଅନନ୍ତ ଜୀବନର ଅଧିକାରୀ ବୋଲି ତୁମ୍ଭେମାନେ ଯେପରି ଜାଣିବ, କାରଣ ଈଶ୍ବରଙ୍କର ପୁତ୍ରଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଅଛି।
14
ଆମେ ନିର୍ଭୀକ ଭାବରେ ଈଶ୍ୱରଙ୍କ ନିକଟକୁ ଆସି ପାରୁଛୁ, କାରଣ ଆମେ ନିଶ୍ଚିତଭାବେ ଜାଣୁ ଯେ, ତାଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ବିଷୟ ପ୍ରାର୍ଥନା କଲେ, ସେ ଶୁଣିବେ।
15
କୌଣସି ମୁହୂର୍ତ୍ତରେ ତାଙ୍କୁ ଡାକିଲେ ସେ ଶୁଣନ୍ତି, ଏହା ସତ୍ୟ ବୋଲି ଆମେ ଜାଣୁ। ତେଣୁ ଆମେ ଜାଣୁ ଯେ, ପ୍ରାର୍ଥନାରେ ତାଙ୍କୁ ଯାହା କିଛି ମାଗିବା, ତାହା ଆମକୁ ସେ ନିଶ୍ଚିୟ ଦାନ କରିବେ।
16
ଯଦି ତୁମର ଜଣେ ଭାି ପାପ କରୁଥିର ଦେଖ, କିନ୍ତୁ ତା’ଣ ସେହି ପାପ ମରଣାନ୍ତକ ନୁହେଁ, ତା’ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କର- ହୁଏ ତ ଈଶ୍ୱର ତାକୁ କ୍ଷମା ଦେଇ ରକ୍ଷା କରିବେ। ଯେଉଁମାନଙ୍କ ପାପ ମରଣାନ୍ତକ ନୁହେଁ, କେବଳ ସେହିମାନଙ୍କ ପାଇଁ ମୁଁ ଏ କଥା ଲେଖୁଛି।। କିନ୍ତୁ କେକେକ ପାପ ଅତି ମାରାତ୍ମକ; ସେ ବିଷୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ମୁଁ କହୁ ନାହିଁ।
17
ଅବଶ୍ୟ ସମସ୍ତ ଦୁଷ୍କର୍ମ ପାପ, କିନ୍ତୁ କେତେକ ପାପ ମରଣାନ୍ତକ ନୁହେଁ।
18
ଆମେ ଜାଣୁ, ଈଶ୍ୱରଙ୍କ ସନ୍ତାନ ପାପରେ ଲିପ୍ତ ହୋଇ ରହିବ ନାହିଁ; କାରଣ ଈଶ୍ୱରଙ୍କ ପୁତ୍ର ତାକୁ ରକ୍ଷା କରିବେ-ଶୟତାନ ତା’ର କ୍ଷତି କରିପାରିବ ନାହିଁ।
19
ଆମେ ଜାଣୁ, ସମଗ୍ର ଜଗତରେ ଶୟତାନ ତା’ର ଅଧିପତ୍ୟ ବିସ୍ତାର କରିଥିଲେ ସୁଦ୍ଧା, ଆମେ ଈଶ୍ୱରଙ୍କର।
20
ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।
21
ପିଲାମାନେ, ଅସତ୍ୟ ଦେବାଦେବୀଙ୍କଠାରୁ ଦୂରେଇ ରୁହ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
All chapters:
1
2
3
4
5