bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Peter 2
1 Peter 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
1
ଅତଏବ, ସବୁ ପ୍ରକାର ଅସତ୍ ବିଷୟରୁ ନିବୃତ୍ତ ହୁଅ।
2
ମିଥ୍ୟା ଓ କପଟତା, ଈର୍ଷା ଓ ପରନିନ୍ଦା ପରିହାର କର। ନବଜାତ ଶିଶୁ ପରି ହୁଅ। ସର୍ବଦା ବିଶୁଦ୍ଧ ଆଧ୍ୟାତ୍ମିକ ଦୁଗ୍ଧ ପାନ କରିବା ପାଇଁ ତୃଷିତ ହୁଅ। ସର୍ବଦା ବୃଦ୍ଧି ପାଇ ପରିତ୍ରାଣ ପାଇବ।
3
ଶାସ୍ତ୍ରରେ ଲେଖାଅଛି: “ଈଶ୍ୱର ଯେ କିପରି କୃପାବାନ, ତାହା ତୁମେ ନିଜ ଅନୁଭୂତିରୁ ଜାଣିଛ।”
4
ମନୁଷ୍ୟମାନେ ଯେଉଁ ଜୀବନ୍ତ ପ୍ରସ୍ତର ସ୍ୱରୁପ ପ୍ରଭୁଙ୍କୁ ମୂଲ୍ୟହୀନ ଭାବି ପ୍ରତ୍ୟାଖ୍ୟାନ କଲେ, ତାଙ୍କ ନିକଟକୁ ଆସ, କାରଣ ସେ ଈଶ୍ୱରଙ୍କ ଦ୍ୱାରା ବହୁମୂଲ୍ୟ ବିହବେଚିତ ହୋଇ ମନୋନୀତ ହୋଛନ୍ତି।
5
ତୁମ୍ଭେମାନେ ଏକ ଆଧ୍ୟାତ୍ମିକ ମନ୍ଦିର ନିର୍ମାରରେ ଜୀବନ୍ତ ପ୍ରସ୍ତର ରୁପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣରେ ଜୀବନ୍ତ ପ୍ରସ୍ତର ରୂପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ବଳି ଉତ୍ସର୍ଗ କରିବା ପାଇଁ ପବିତ୍ର ଯାଜକର କାର୍ଯ୍ୟ କରିବ।
6
ଶାସ୍ତ୍ରରେ ଏହିପରି ଲେଖାଅଛି: “ଆମ୍ଭେ ଏକ ବହୁମୂଲ୍ୟ ପ୍ରସ୍ତର ମୋନାୀତ କଲୁ; ତାହା ଆମ୍ଭେ ସିୟୋନର କୋଣ ପ୍ରସ୍ତର ରୂପେ ସ୍ଥାପନ କରୁଛୁ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ କେବେ ନିରାଶ ହେବ ନାହିଁ।”
7
ତୁମ୍ଭେମାନେ ବିଶ୍ୱାସୀ ହୋଇଥିବାରୁ ତୁମ ପାଇଁ ଏହି ପ୍ରସ୍ତର ଅତି ମୂଲ୍ୟବାନ। କି୍ତୁ ଅବିଶ୍ୱାସୀମାନଙ୍କ ନିମନ୍ତେ: “ଯେଉଁ ପ୍ରସ୍ତରକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ, ତାହା ସବୁଠାରୁ ପ୍ରଧାନ ପ୍ରସ୍ତର ହେଲା।”
8
ପବିତ୍ର ଶାସ୍ତ୍ରରେ ଅନ୍ୟ ଏକ ସ୍ଥାନରେ ଲେଖା ଯାିଛି: “ଏହି ପ୍ରସ୍ତର ଉପରେ ଅନେକେ ଝୁଣ୍ଟି ପଡ଼ିବେ, ଏହି ଶିଳାଖଣ୍ଡ ସେମାନଙ୍କ ପତିନର କାରଣ ହେବ।” ସେମାନେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ, ତେଣୁ ସେମାନେ ଝୁଣ୍ଟି ପଡ଼ିଲେ। ଏହା ଥିଲା ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଅଭିମତ।
9
ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।
10
ପୂର୍ବେ ତୁମ୍ଭମାନେ ଈଶ୍ୱରଙ୍କ ଦୟା ସମ୍ବନ୍ଧରେ ଅଜ୍ଞ ଥିଲ, ର୍ବତ୍ତମାନ ତାଙ୍କ ଦୟାର ପାତ୍ର ହୋଇଛ।
11
ବନ୍ଧୁଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ତୁଲ୍ୟ। ତେଣୁ ଅନୁରୋଧ କରୁଛୁ, ତୁମ୍ଭେମାନେ ସର୍ବଦା ଆତ୍ମା ବିରୁଦ୍ଧରେ ଯୁଦ୍ଧ କରୁଥିବା ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।
12
ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।
13
ପ୍ରଭୁଙ୍କ ନାମରେ ଅନୁରୋଧ କରୁଛୁ, କତ୍ତୃପକ୍ଷମାନଙ୍କ ଶାସନାଧୀନ ହୁଅ।
14
ଦେଶର ସର୍ବୋଚ୍ଚ ଶାସକ ସମ୍ରାଟଙ୍କୁ ଏବଂ ଅନ୍ୟାନ୍ୟ ଶାସନକର୍ତ୍ତାମାନଙ୍କୁ ମାନ୍ୟ କର। ଶାସନକର୍ତ୍ତାମାନେ ଅପରାଧୀମାନଙ୍କୁ ଶାସ୍ତି ଦେବା ପାଇଁ ଓ ସତ୍କର୍ମ କରୁଥିବା ଲୋକମାନଙ୍କୁ ପ୍ରଶଂସା କରିବା ପାଇଁ ସମ୍ରାଟଙ୍କ ପ୍ରଶଂସା କରିବା ପାଇଁ ସମ୍ରାଟଙ୍କ ଦ୍ୱାରା ନିଯୁକ୍ତ।
15
ଈଶ୍ୱର ଚାହାନ୍ତି, ତୁମ୍ଭେମାନେ ସତ୍କର୍ମ ଦ୍ୱାରା ବୃଥା ଗଳ୍ପ କରୁଥିବା ନିର୍ବୋଧମାନଙ୍କୁ ନିରୁତ୍ତର କର।
16
ସ୍ୱାଧୀନ ଲୋକଙ୍କ ପରି ଜୀବନ ଯାପନ କର। କିନ୍ତୁ ସ୍ୱାଧୀନତାର ଅପବ୍ୟବହାର କରି ଗର୍ହିତ କର୍ମ କର ନାହିଁ। ବରଂ ଈଶ୍ୱରଙ୍କ କ୍ରୀତଦାସ ରୂପେ ଜୀବନ ଯାପନ କର।
17
ସମସ୍ତଙ୍କୁ ସମ୍ମାନ ଦିଅ। ସର୍ବତ୍ର ଖ୍ରୀଷ୍ଟବିଶ୍ୱାସୀ ଭ୍ରାତୃବର୍ଗଙ୍କୁ ପ୍ରେମ କର। ଈଶ୍ୱରଙ୍କୁ ଭୟ କର, ସମ୍ରାଟଙ୍କୁ ସମ୍ମାନ ଦିଅ।
18
ଦାସଗଣ, ତୁମ ମୁନବମାନେ ଦୟାଳୁ ଓ ବିଚାରବନ୍ତ, କିଅବା କଠୋର ପ୍ରକୃତିର ହୋଇଥାଆନ୍ିୁ, ସେମାନଙ୍କର ବଶୀଭୂତ ହୁଅ ଓ ଦେମାନଙ୍କୁ ଉଚିତ ସମ୍ମାନ ଦିଅ।
19
ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ଜାଣି ଥିବାରୁ, ଯଦି ଅନ୍ୟାୟରେ ଶାସ୍ତ ପାଇ କ୍ଳେଶ ସହ୍ୟ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।
20
ତୁମ୍ଭେମାନେ ଦୋଷ କରି ଦଣ୍ଡଭୋଗ କଲେ, ଦେଥିରେ ପ୍ରଶଂସାର କି କାରଣ ଅଛି? ନ୍ୟାୟୋଚିତ କାର୍ଯ୍ୟ କଲେ ହିଁ ଯଦି ଶାସ୍ତି ଭୋଗ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।
21
ଈଶ୍ୱର ଏହି ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ଖ୍ରୀଷ୍ଟ ନିଜେ ତୁମ୍ଭମାଙ୍କ ନିମନ୍ତେ କ୍ଳେଶ ଭୋଗ କରି ଆଦର୍ଶ ଦେଖାଇଛନ୍ତି, ଯେପରି ତୁମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରିବ।
22
ସେ କୌଣସି ପାପ କରି ନ ଥିଲେ। ତାଙ୍କ ଓଷ୍ଠରୁ ମିଥ୍ୟା କଥା ବାହାରିବା କେହି କେବେ ଶୁଣି ନ ଥିଲେ। ସେ ଅପମାନିତ ହେବା ସମୟରେ ଅପମାନସୂଚକ ପ୍ରତ୍ୟୁତ୍ତର ଦେଇ ନ ଥିଲେ।
23
ସେ ଦୁଃଖ ଭୋଗ କରିବା ସମୟରେ ପ୍ରତିଶୋଧ ନେବାକୁ ଭୟ ଦେଖାଇ ନ ଥିଲେ; କେବଳ ନ୍ୟାୟ ବିଚାରକର୍ତ୍ତା ଈଶ୍ୱରଙ୍କ ଉପରେ ପୂର୍ଣ୍ଣ ଭରସା ରଖିଥଲେ।
24
ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।
25
ମେଷମାନଙ୍କ ତୁଲ୍ୟ ତୁମ୍ଭେମାନେ ବିପଥଗାମୀ ହୋଇଥଲ। ବର୍ତ୍ତମାନ ତୁମ୍ଭମାନଙ୍କର ମେଷପାଳକ ଓ ଆତ୍ମଶର ରକ୍ଷକଙ୍କୁ ଅନୁସରଣ କରିବା ନିମନ୍ତେ ବାହୁଡ଼ି ଆସିଛ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
All chapters:
1
2
3
4
5