bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Peter 5
1 Peter 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
1
ମୁଁ ଚଣେ ବୟୋଜ୍ୟେଷ୍ଠ ନେତା ହିସାବରେ ତୁମ୍ଭମାନଙ୍କ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ବିନତି କରି କହୁଛି। ଖ୍ରୀଷ୍ଟଙ୍କ ଦୁଃଖଭୋଗର ମୁଁ ଜଣେ ସାକ୍ଷୀ ଓ ତାଙ୍କର ଗୌରବ ପ୍ରକାଶିତ ହେବା ସମୟରେ ମୁଁ ସେଥିରେ ଭାଗୀ ହେବି।
2
ଈଶ୍ୱର ତୁମ୍ଭମାନଙ୍କ ହସ୍ତରେ ଯେଉଁ ମେଷପଲର ଦାୟିତ୍ୱ ଦେଇଛନ୍ତି, ମୁଁ ଅନୁରୋଧ କରୁଛି, ତୁମ୍ଭେମାନେ କୁଣ୍ଠିତଭାବେ ତାହା ନ କରି ଆଗ୍ର୍ରହର ସେମାନଙ୍କୁ ପ୍ରତିପାଳନ କର। ଧନଲାଭ ଆଶାରେ ତା’ ନ କରି, ପ୍ରକୃତ ସେବା ମନୋଭାବ ସହିତ ତୁମର କର୍ତ୍ତବ୍ୟ ସାଧନ କର।
3
ତୁମେ ଯେଉଁମାନଙ୍କ ଦାୟିତ୍ୱ ନେଇଛ, ସେମାନଙ୍କ ଉପରେ ପ୍ରଭୁତ୍ୱ ନ କରି ସେମାନଙ୍କ ପାଇଁ ନିଜ ଜୀବନରେ ଆଦର୍ଶ ଦେଖାଅ।
4
ଯେତେବେଳେ “ପ୍ରଧାନ ମେଷପାଳକ” ଆଗମନ କରିବେ, ତୁମ୍ଭେମାନେ ଗୌରବର ମୁକୁଟ ପାଇବ। ତା’ର ଜ୍ୟୋତି କେବେ ମ୍ଳାନ ହେବ ନାର୍ହି।
5
ହେଯୁବକମାନେ, ତୁମ୍ଭେମାନେ ବୟୋଜ୍ୟେଷ୍ଠମାନଙ୍କ ବଶୀଭୂତ ହୁଅ। ତୁମ୍ଭେମାନେ ସମସ୍ତେ ପରସ୍ପରର ସେବା କରିବା ନିମନ୍ତେ ନମ୍ରତାରୂପ ବସ୍ତ୍ର ପରିଧାନ କର। ଶାସ୍ତ୍ରରେ ଲେଖାଅଛି, “ଈଶ୍ୱର ଅହଙ୍କାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ବିନୟୀମାନଙ୍କୁ ଅନୁଗ୍ରହ କରନ୍ତୁି।”
6
ଅତଏବ, ଈଶ୍ୱରଙ୍କ ଶକ୍ତିଶଳୀ ହସ୍ତ ତଳେ ଅବନତ ହୁଅ; ସେ ତାଙ୍କର ନିରୂପିତ ସମୟରେ ତୁମକୁ ଉନ୍ନତ କରିବେ।
7
ତୁମର ସମସ୍ତ ଚିନ୍ତା ଭାର ତାଙ୍କ ନିକଟରେ ସମର୍ପଣ କର, କାରଣ ସେ ତୁମର ଯତ୍ନ ନିଅନ୍ତି।
8
ସତର୍କ ହୁଅ, ସଜାଗ ରୁହ। ତୁମ୍ଭମାନଙ୍କର ଶତ୍ରୁ ଶୟତାନ ଗର୍ଜନକାରୀ ସିଂହ ତୁଲ୍ୟ କାହାକୁ ଗ୍ରାସ କରିବା ପାଇଁ ଖୋଜି ବୁଲୁଛି।
9
ତୁମ୍ଭେମାନେ ବିଶ୍ୱାସରେ ଅଟଳ ରହି, ତା’ର ପ୍ରତିରୋଧ କର। ତୁମ୍ଭେମାନେ ଜାଣିଛ, ଏହି ଜଗତରେ ତୁମ ବିଶ୍ୱାସୀ ଭାଇମାନେ ଏହିପରି କ୍ଳେଶଭୋଗ ଭିତରେ ଗତି କରୁଛନ୍ତି।
10
ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।
11
ଯୁଗେ ଯୁଗେ ରାଜତ୍ୱ ତାଙ୍କର ହେଉ।
12
ଶୀଲାଙ୍କୁ ବିଶ୍ୱସ୍ତ ଖ୍ରୀଷ୍ଟୀୟ ଭ୍ରାତାରୂପେ ମୁଁ ସମାଦର କରେ। ତାଙ୍କ ସହାୟତାରେ ମୁଁ ଏହି ସଂକ୍ଷିପ୍ତ ପତ୍ର ଲେଖିଛି। ଈଶ୍ୱରଙ୍କ ବାସ୍ତବ ଅନୁଗ୍ରହ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ମୋ ଉଦ୍ଦେଶ୍ୟ। ସେହି ଅନୁଗ୍ରେହରେ ତୁମ୍ଭେମାନେ ଅଟଳ ରୁହ।
13
ଈଶ୍ୱରଙ୍କ ଦ୍ୱାରା ମନୋନୀତ ବାବିଲୋନସ୍ଥିତ ମଣ୍ଡଳୀ ମୋର ଧର୍ମପୁତ୍ର ମାର୍କ ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
14
ଖ୍ରୀଷ୍ଟୀୟ ପ୍ରେମ ଚୁମ୍ବନରେ ପରସ୍ପରକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟାଶ୍ରିତ ତୁମ ସମସ୍ତଙ୍କର ଶାନ୍ତି ହେଉ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
All chapters:
1
2
3
4
5