bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Peter 3
1 Peter 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 4 →
1
ହେ ସ୍ତ୍ରୀମାନେ! ତୁମ୍ଭେମାନେ ସ୍ୱାମୀମାନଙ୍କର ବଶୀଭୂତା ହୁଅ। ତାହାହେଲେ, ଯଦି କୌଣସି ସ୍ୱାମୀ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁ ନ ଥାଏ, ତେବେ ତୁମ୍ର ସଦାଚରଣ ଦ୍ୱାରା ସେହି ବାକ୍ୟ ପ୍ରତି ତାହାର ବିଶ୍ୱାସ ଜନ୍ମିବ। ତୁମେ ପଦେ ହେଲେ କିଛି କହିବା ଆବଶ୍ୟକ ହେବ ନାହିଁ।
2
କାରଣ ତୁମର ପବିତ୍ର ଆଚରଣ ଓ ଭକ୍ତି ଭାବ ସେମାନେ ଲକ୍ଷ୍ୟ କରିବେ।
3
କେଶ ବିନ୍ୟାସ, ବେଶଭୂଷା, ଅଳଙ୍କାର ପ୍ରସାଧନ ପ୍ରକୃତ୍ତି ବାହ୍ୟିକ ସାଜସଜ୍ଜାରେ ନିଜର ଶୋଭାବର୍ଦ୍ଧନ କରିବା ତୁମ୍ନଭମାନଙ୍କରର ଅନୁଚିତ।
4
ପ୍ରକୃତ ସୌଦର୍ଯ୍ୟ ହେଉଛି, ତୁମ ଅନ୍ତରର ମୃଦୁ ନମ୍ରଭାବ। ତୁମ୍ଭମାନଙ୍କର ସେହି ଅକ୍ଷୟ ଭୂଷଣ ଈଶ୍ୱରଙ୍କ ଦୃଷ୍ଟିରେ ସବୁଠାରୁ ମୂଲ୍ୟବାନ।
5
ଅତୀତରେ ଯେଉଁ ସାଧ୍ୱୀ ସ୍ତ୍ରୀମାନେ ଈଶ୍ୱରଙ୍କଠାରେ ଭରସା ରଖିଥିଲେ, ସେମାନେ ସ୍ୱାମୀର ବଶୀଭୂତା ହେବା ଦ୍ୱାରା ନିଜକୁ ବିଭଷିତା କରୁଥିଲେ।
6
ସାରା ସେହିପରି ଜଣେ ସ୍ତ୍ରୀ ଥିଲେ। ସେ ଅବ୍ରାହାମଙ୍କ ଆଜ୍ଞାଧୀନା ହୋଇ ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଥିଲେ। ତୁମ୍ଭେମାନେ ବର୍ତ୍ତମାନ ତାଙ୍କର କନ୍ୟା। ଯଦି ସଦାଚରଣ କର, ତା’ହେଲେ, କୌଣସି ବିଷୟ ତୁମ୍ଭମାନଙ୍କୁ ଆଉ ଭୟଭୀତ କରିପାରିବ ନାହିଁ।
7
ହେ ସ୍ୱାମୀମାନେ, ସେହିପରି ତୁମ ସ୍ତ୍ରୀମାନଙ୍କୁ ଅବଳା ବୋଲି ଜାଣି ସେମାନଙ୍କ ପ୍ରତି ସହନଶୀଳ ହୋଇ ବାସ କର। ସେମାନଙ୍କୁ ସମ୍ମାନ ଦିଅ। ସେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ଈଶ୍ୱରଙ୍କଠାରେ ଜୀବନରୂପ ଦାନ ପାଇବେ। ତୁମ୍ଭେମାନେ ସେମାନଙ୍କ ପ୍ରତି ଯଥୋଜିତ ବ୍ୟବହାର କଲେ, ତୁମ୍ଭମାନଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ନାହିଁ।
8
ପରିଶେଷରେ, ତୁମ୍ଭେମାନେ ସମସ୍ତେ ସମଭାବାପନ୍ନ ହୁଅ। ପରସ୍ପରକୁ ଭ୍ରାତୃତୁଲ୍ୟ ପ୍ରେମ କରି ପରସ୍ପର ପ୍ରତି ଦୟାଳୁ ଓ ବିନୟୀ ହୁଅ।
9
ଅନିଷ୍ଠ ବଦଳେ ଅନିଷ୍ଠ କର ନାହିଁ, ଅଭିଶାପ ବଦଳେ ଅଭିଶାପ ଦିଅ ନାହିଁ; ତା’ ପରିବର୍ତ୍ତେ ଆଶୀର୍ବାଦ କର, କାରଣ ଏଥିନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିତିଲେ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ।
10
ଶାସ୍ତ୍ରରେ ଲେଖାଅଛି, “ଯେ ଜୀବନରେ ଦୁଖଭୋଗ କରିବାକୁ ଓ ସୁଖର ଦିନ ଦେଖିବାକୁ ଇଚ୍ଛା କରେ, ସେ କୁକଥା ନ କହୁ ଓ ମିଥ୍ୟା କଥାରୁ ନିବୃତ୍ତ ହେଉ।
11
ସେ ଦୁଷ୍ଟତାରୁ ବିମୁଖ ହୋଇ ସତ୍କର୍ମ କରୁ ଓ ଆନ୍ତରିକତା ସହ ଶାନ୍ତି କାମନା କାୁ।
12
ଈଶ୍ୱର ଧାର୍ମିକମାନଙ୍କ ପ୍ରତି ମନୋଯୋଗ କରନ୍ତି ଏବଂ ସେମାନଙ୍କ ପ୍ରାର୍ଥନା ଶୁଣନ୍ତି; କିନ୍ତୁ ସେ ଦୁରାଚାରୀମାନଙ୍କୁ ପ୍ରତିରୋଧ କରନ୍ତି।”
13
ସତ୍କର୍ମ କରିବାକୁ ତୁମ୍ଭେମାନେ ଉତ୍ସୁକ ଥିଲେ, କିଏ ତୁମର ଅନିଷ୍ଠ କରିବ?
14
ସତ୍କର୍ମ କରିବା ହେତୁ ତୁମ୍ଭେମାନେ କ୍ଳେଶଭୋଗ କଲେ ସୁଦ୍ଧା ତୁମ୍ଭେମାନେ ପ୍ରକୃତରେ ସୁଖୀ। କାହାକୁ ଭୟ କର ନାହିଁ; ଅଯଥା ଚିନ୍ତିତ ହୁଅ ନାହିଁ।
15
ଆନ୍ତରିକ ଭାବରେ ଖ୍ରୀଷ୍ଟଙ୍କୁ ଭକ୍ତି କରି, ତାଙ୍କୁ ପ୍ରଭୁ ବୋଲି ମାନ୍ୟ କର। ଯଦି କେହି ତୁମ ଅନ୍ତର୍ନିହିତ ଭରସାର କାରଣ କଅଣ ବୋଲି ଜିଜ୍ଞାସା କରେ, ତା’ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ସବର୍ଦା ପ୍ରସ୍ଥୁତ ଥାଅ।
16
କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।
17
ଦୁଷ୍କର୍ମ କରି କ୍ଳେଶଭୋଗ କରିବା ଅପେକ୍ଷା, ଈଶ୍ୱରଙ୍କ ଇଚ୍ଛାନୁରୂପ ସତ୍କର୍ମ କରି ଦୁଃଖଭୋଗ କରିବା ଶ୍ରେୟସ୍କର।
18
ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ
19
ଓ ସେହି ଆତ୍ମିକ ସ୍ଥିତିରେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ।
20
ନୋହ ଜାହାଜ ନିର୍ମାଣ କରିବା ସମୟରେ ଈଶ୍ୱର ଧୈର୍ଯ୍ୟର ସହିତ ଅପେକ୍ଷା କରୁଥିଲେ। ସେତେବେଳେ ଦେଉଁ ଲୋକମାନେ ଈଶ୍ୱରଙ୍କର ଅବୋଧ୍ୟ ହେଲେ, ଉପରୋକ୍ତ ଆତ୍ମାଗଣ ସେହିମାନଙ୍କର। ଯେଉଁ ଅଳ୍ପ କେତେ ଜଣ ସର୍ବମୋଟ ଆଠ ଜଣ ମାତ୍ର- ଜଳପ୍ଳାବନରୁ ରକ୍ଷା ପାଇଲେ,
21
ସେମାନେ ତୁମ୍ଭମାନଙ୍କ ପରିତ୍ରାଣ ସାଧନ କରୁଥିବା ଜଳଦୀକ୍ଷାର ପ୍ରତୀକ। ଏହି ଜଳଦୀକ୍ଷା ତୁମ ଦେହର ମଳିନତା ଦୂର କରେ ନାହିଁ- ତାହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ ବିବେକକୁ ଶୁଚି କରିବା ପାଇଁ ଈଶ୍ୱରଙ୍କ ନିକଟେରେ ଆବେଦନ।
22
ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 4 →
All chapters:
1
2
3
4
5