bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Thessalonians 1
1 Thessalonians 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
1
ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।
2
ଆମେ ସର୍ବଦା ତୁମ ସମସ୍ତଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ ଏବଂ ଆମ ପ୍ରାର୍ଥନାରେ ତୁମ୍ଭମାନଙ୍କ ବିଷୟରେ ସବୁବେଳେ ଜଣାଇ ଥାଉ।
3
ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼।
4
ଭାଇମାନେ! ଆମେ ଜାଣୁ ଯେ, ଈଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କ ଆପଣାର ଲୋକ ହେବା ନିମନ୍ତେ ତୁମ୍ଭମାନଙ୍କୁ ମନୋନୀତ କରିଛନ୍ତି।
5
କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା।
6
ତୁମ୍ଭେମାନେ ଆମକୁ ଓ ଆମ ପ୍ରଭୁଙ୍କୁ ଅନୁସରଣ କରିଥିଲ ଏବଂ ବହୁ କ୍ଲେଶ ଭୋଗିବା ସତ୍ତେ୍ୱ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଆନନ୍ଦ ସହିତ ସେହି ସୁସମାଚାର ଗ୍ରହଣ କରିଥିଲ।
7
ତେଣୁ ତୁମ୍ଭେମାନେ ମାସିଦୋନିଆ ଓ ଆଖାୟାରେ ଥିବା ସମସ୍ତ ବିଶ୍ୱାସୀଙ୍କ ନିମନ୍ତେ ଆଦର୍ଶ ସ୍ୱରୂପ ହୋଇଥିଲ।
8
ତୁମ୍ଭମାନଙ୍କ ନିକଟରୁ ଯେ କେବଳ ପ୍ରଭୁଙ୍କ ଶୁଭ ବାର୍ତ୍ତା ମାସିଦୋନିଆ ଓ ଆଖାୟାରେ ବ୍ୟାପ୍ତ ହୋଇଥିଲା ତା’ ନୁହେଁ; ମାତ୍ର ତୁମ୍ଭମାନଙ୍କର ଈଶ୍ୱର-ବିଶ୍ୱାସ କଥା ସର୍ବତ୍ର ଏପରି ଭାବରେ ପ୍ରକାଶ ପାଇଛି ଯେ, ଏ ବିଷୟରେ ଆମର ଆଉ ଅଧିକ କିଛି କହିବା ପ୍ରୟୋଜନ ନାହିଁ।
9
ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ;
10
ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
All chapters:
1
2
3
4
5