bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Thessalonians 5
1 Thessalonians 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
1
ଭାଇମାନେ, ଏ ସମସ୍ତ ବିଷୟ କେବେ ଓ କେଉଁ ପରିସ୍ଥିତିରେ ଘଟିବ, ସେ ସମ୍ପର୍କରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାର ପ୍ରୟୋଜନ ନାହିଁ,
2
କାରଣ ତୁମ୍ଭେମାନେ ଉତ୍ତମ ରୂପେ ଜାଣ ଯେ, ରାତିରେ ଚୋର ପଶିବା ପରି ପ୍ରଭୁଙ୍କ ଦିନ ଆସି ପହଞ୍ଚିବ।
3
‘ସମସ୍ତ ଶାନ୍ତି ଓ ନିରାପଦ’ ବୋଲି ଲୋକମାନେ କହି ନିଶ୍ଚିନ୍ତ ଥିବା ସମୟରେ ଅକସ୍ମାତ ସେମାନଙ୍କ ଉପରକୁ ବିପତ୍ତି ମାଡ଼ି ଆସିବ। ଗର୍ଭବତୀ ନାରୀର ପ୍ରସବ ବେଦନା ପରି ତାହା ଅନପେକ୍ଷିତ ଭାବରେ ହଠାତ୍ ଆସି ଉପସ୍ଥିତ ହେବ ଏବଂ କେହି ତା’ ସମ୍ମୁଖରୁ ପଳାଇ ଯାଇ ପାରିବେ ନାହିଁ।
4
କିନ୍ତୁ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ବାସ କରୁ ନାହଁ, ତେଣୁ ସେହି ଦିବସ ତୁମ୍ଭମାନଙ୍କ ନିକଟରେ ଅତର୍କିତ ଭାବେ ଚୋର ପରି ଆସି ପହଞ୍ôଚବ ନାହିଁ।
5
ତୁମେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମେ ରାତ୍ରି ବା ଅନ୍ଧକାରର ବଶୀଭୂତ ହୋଇ ରହି ନାହୁଁ।
6
ତେଣୁ ଆମେ ଅନ୍ୟମାନଙ୍କ ପରି ନିଦ୍ରିତ ନ ହୋଇ ଜାଗ୍ରତ ଓ ସଚେତନ ହୋଇ ରହିବା।
7
ଲୋକମାନେ ରାତ୍ରି ସମୟରେ ନିଦ୍ରା ଯାଆନ୍ତି; ରାତ୍ରିରେ ସେମାନେ ସୁରା ପାନ କରି ମାତାଲ ହୁଅନ୍ତି।
8
କିନ୍ତୁ ଆମେ ଦିବସର ସନ୍ତାନ ଓ ସଦା ସଚେତନ। ଆସ, ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରିବା ଓ ପରିତ୍ରାଣର ଭରସାରୂପ ଶିରସ୍ତ୍ରାଣ ମସ୍ତକରେ ଦେବା।
9
ଈଶ୍ୱର ଆମ୍ଭମାନଙ୍କୁ ତାଙ୍କ କ୍ରୋଧର ପାତ୍ର ହେବାକୁ ମନୋନୀତ କରି ନାହାନ୍ତି; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟବର୍ତ୍ତିତାରେ ଆମକୁ ପରିତ୍ରାଣ କରିବା ପାଇଁ ସ୍ଥିର କରିଛନ୍ତି।
10
ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମେ ଇହଜୀବନରେ ଥାଉ ବା ନ ଥାଉ, ତାଙ୍କ ସହିତ ଯେପରି ସଂଯୁକ୍ତ ହୋଇ ରହିବୁ, ଏଥିନିମନ୍ତେ ସେ ଆମ ପାଇଁ ମୃତ୍ୟୁଭୋଗ କଲେ।
11
ତେଣୁ ବର୍ତ୍ତମାନ ଯେପରି କରୁଛ, ଠିକ୍ ସେହିପରି ପରସ୍ପରକୁ ଉତ୍ସାହିତ ଓ ସାହାଯ୍ୟ କରୁଥାଅ।
12
ଭାଇମାନେ, ଯେଉଁମାନେ ତୁମ ମଧ୍ୟରେ କାର୍ଯ୍ୟ କରୁଛନ୍ତି ଏବଂ ଖ୍ରୀଷ୍ଟୀୟ ଜୀବନରେ ତୁମକୁ ସାହାଯ୍ୟ କରୁଛନ୍ତି - ଓ ପରାମର୍ଶ ଦେଉଛନ୍ତି, ସେମାନଙ୍କୁ ଯଥୋଚିତ ସମ୍ମାନ ଦେବାକୁ ଆମେ ତୁମ୍ଭମାନଙ୍କୁ ନିବେଦନ କରୁଛୁ।
13
ସେମାନଙ୍କ କାର୍ଯ୍ୟ ଲାଗି ସେମାନଙ୍କୁ ଆନ୍ତରିକଭାବେ ଭକ୍ତି ଓ ପ୍ରେମ କର। ପରସ୍ପର ସହିତ ଶାନ୍ତିରେ ବାସ କର।
14
ଭାଇମାନେ, ତୁମ୍ଭମାନଙ୍କୁ ଆମର ଅନୁରୋଧ; ନିଷ୍କର୍ମାମାନଙ୍କୁ ସତର୍କ କରିଦିଅ, ଭୀରୁମାନଙ୍କୁ ଉତ୍ସାହିତ କର, ଦୁର୍ବଳମାନଙ୍କୁ ସାହାଯ୍ୟ କର ଓ ସମସ୍ତଙ୍କ ପ୍ରତି ସହନଶୀଳ ହୁଅ।
15
କେହି କାହାର ଅନ୍ୟାୟ ବଦଳରେ ଅନ୍ୟାୟ ନ କରୁ, ବରଂ ଜଣେ ଅନ୍ୟ ଜଣର ଓ ସମସ୍ତଙ୍କର ମଙ୍ଗଳ ସାଧନ ତୁମର ଲକ୍ଷ୍ୟ ହେଉ।
16
ସବୁବେଳେ ପ୍ରଫୁଲ୍ଲ ଚିତ୍ତ ହୋଇ ରୁହ।
17
ନିରନ୍ତର ପ୍ରାର୍ଥନା କର।
18
ସମସ୍ତ ପରିସ୍ଥିତିରେ କୃତଜ୍ଞ ହୁଅ। ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରୁଥିବାରୁ, ତୁମଠାରୁ ଈଶ୍ୱର ଏହା ହିଁ ଅପେକ୍ଷା କରନ୍ତି।
19
ପବିତ୍ର ଆତ୍ମାଙ୍କୁ ନିର୍ବାପିତ କର ନାହିଁ।
20
ପବିତ୍ର ଆତ୍ମା ପ୍ରଣୋଦିତ ବାଣୀକୁ ଅବଜ୍ଞା କର ନାହିଁ।
21
ସମସ୍ତ ବିଷୟ ପରୀକ୍ଷା କରି ଦେଖ; ଯାହା ସବୁ ସତ୍, ତାହାକୁ ଗ୍ରହଣ କର;
22
ସମସ୍ତ ପ୍ରକାର ଅସତ୍ ବିଷୟଠାରୁ ଦୂରେଇ ରୁହ।
23
ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।
24
ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ତାହା କରିବେ, କାରଣ ସେ ବିଶ୍ୱସ୍ତ।
25
ଭାଇମାନେ, ଆମ ପାଇଁ ମଧ୍ୟ ପ୍ରାର୍ଥନା କର।
26
ସମସ୍ତ ବିଶ୍ୱାସୀମାନଙ୍କୁ ଭ୍ରାତୃସୁଲଭ ଚୁମ୍ବନ ଦେଇ ସମ୍ବର୍ଦ୍ଧନା କର।
27
ପ୍ରଭୁଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଥିବା ଯୋଗୁଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ସମସ୍ତ ବିଶ୍ୱାସୀଙ୍କ ନିକଟରେ ଏହି ପତ୍ର ପାଠ କର।
28
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
All chapters:
1
2
3
4
5