bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Thessalonians 2
1 Thessalonians 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
1
ହେ ଆମର ଭାଇମାନେ! ତୁମ୍ଭେମାନେ ନିଜେ ଜାଣ ଯେ, ତୁମ ନିକଟକୁ ଆମର ଆଗମନ ବ୍ୟର୍ଥ ହୋଇ ନାହିଁ।
2
ଥେସଲନିକାରେ ତୁମ୍ଭମାନଙ୍କ ନିକଟକୁ ଆସିବା ପୂର୍ବରୁ ଫିଲିପ୍ପୀରେ ଆମ ପ୍ରତି କିପରି ଦୁର୍ବ୍ୟବହାର ଓ ଅପମାନ କରାଯାଇଥିଲା, ତାହା ତୁମ୍ଭେମାନେ ଜାଣ। ତଥାପି ବହୁ ବିରୋଧ ସତ୍ତେ୍ୱ, ଈଶ୍ୱରଙ୍କଠାରୁ ମିଳିଥିବା ସୁସମାଚାର ତୁମ୍ଭମାନଙ୍କୁ ଜଣାଇବା ନିମନ୍ତେ ସେ ଆମକୁ ସାହସ ଦେଇଥିଲେ।
3
କୌଣସି ଭ୍ରମପୂର୍ଣ୍ଣ ବା ଅସାଧୁ ଅଭିପ୍ରାୟ ନେଇ ଆମେ ତୁମ୍ଭମାନଙ୍କ ନିକଟରେ ଆମର ଆବେଦନ ଜଣାଇ ନ ଥିଲୁ, କିଅବା ତୁମ୍ଭମାନଙ୍କୁ ଠକିବା ପାଇଁ କୌଣସି ଛଳନା ପ୍ରୟୋଗ କରି ନ ଥିଲୁ।
4
କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ।
5
ତୁମ୍ଭେମାନେ ଭଲ ଭାବେ ଜାଣ ଯେ, ଆମେ ଚାଟୁବାକ୍ୟ କହି ତୁମ ନିକଟକୁ ଆସି ନ ଥିଲୁ, କିଅବା ଆମ ଲୋଭକୁ ପ୍ରଚ୍ଛନ୍ନ କରିବା ପାଇଁ ତୁମ ନିକଟରେ ଛଳ ବ୍ୟବହାର କରି ନ ଥିଲୁ - ଏହି ବିଷୟରେ ଈଶ୍ୱର ଆମର ସାକ୍ଷୀ।
6
ତୁମ୍ଭମାନଙ୍କଠାରୁ କିମ୍ବା ଅନ୍ୟ କାହାରିଠାରୁ ପ୍ରଶଂସା ପାଇଁ ଆମେ ଚେଷ୍ଟା କରି ନ ଥିଲୁ,
7
ଯଦିଓ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ରୂପେ ଆମେ ତୁମ୍ଭମାନଙ୍କଠାରୁ ତାହା ଦାବୀ କରି ପାରିଥାନ୍ତୁ! କିନ୍ତୁ ମା’ ଯେପରି ନିଜର ସନ୍ତାନମାନଙ୍କର ଯତ୍ନ ନେଇଥାଏ, ତୁମ୍ଭମାନଙ୍କ ନିକଟରେ ଥିବା ସମୟରେ ଆମେ ତୁମ୍ଭମାନଙ୍କ ପ୍ରତି ସେହିପରି କୋମଳ ବ୍ୟବହାର କରିଥିଲୁ।
8
ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯୋଗୁଁ, ତୁମକୁ କେବଳ ଈଶ୍ୱରଙ୍କ ସୁସମାଚାରର ଅଂଶୀଦାର କରାଇ ନ ଥିଲୁ, ମାତ୍ର ତୁମ ନିମନ୍ତେ ନିଜକୁ ଦାନ କରିବାକୁ ମଧ୍ୟ ଆମେ ପ୍ରସ୍ତୁତ ଥିଲୁ। ତୁମେ ଆମର କେଡ଼େ ପ୍ରିୟ ନ ଥିଲ!
9
ଭାଇମାନେ, ତୁମ୍ଭମାନଙ୍କର ନିଶ୍ଚୟ ସ୍ମରଣ ଥିବ, ଆମେ କିପରି ବହୁ ଶ୍ରମ ସ୍ୱୀକାର କରି କାର୍ଯ୍ୟ କରୁଥିଲୁ; କିପରି ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ସମୟରେ ତୁମ ଉପରେ ବୋଝ ନ ହେବା ପାଇଁ ଆମେ ଦିବାନିଶି କଠୋର ପରିଶ୍ରମ କରିଥିଲୁ।
10
ତୁମ୍ଭେମାନେ ଓ ସ୍ୱୟଂ ଈଶ୍ୱର ଆମର ସାକ୍ଷୀ - ତୁମ ପରି ବିଶ୍ୱାସୀମାନଙ୍କ ନିକଟରେ ଆମର ଆଚରଣ ନିର୍ମଳ, ନ୍ୟାୟସଙ୍ଗତ ଦୋଷଶୂନ୍ୟ ଥିଲା।
11
ତୁମ୍ଭେମାନେ ଜାଣ, ପିତା ଯେପରି ନିଜ ସନ୍ତାନମାନଙ୍କ ପ୍ରତି ବ୍ୟବହାର କରି ଥାଆନ୍ତା, ଆମେ ତୁମ୍ଭମାନଙ୍କ ପ୍ରତି ଠିକ୍ ସେହିପରି ବ୍ୟବହାର କରିଥିଲୁ।
12
ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।
13
ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।
14
ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ।
15
ସେହି ଇହୁଦୀମାନେ ପ୍ରଭୁ ଯୀଶୁଙ୍କୁ ଓ ଭାବବାଦୀମାନଙ୍କୁ ବଧ କରିଥିଲେ ଓ ଆମ୍ଭମାନଙ୍କୁ ମଧ୍ୟ ନିର୍ଯ୍ୟାତିତ କରିଥିଲେ। ସେମାନଙ୍କ ପ୍ରତି ଈଶ୍ୱର କେଡ଼େ ଅସନ୍ତୁଷ୍ଟ! ସମଗ୍ର ମାନବ ଜାତିର ସେମାନେ ଶତ୍ରୁ।
16
ଏପରିକି ଯେଉଁ ସୁସମାଚାର ପ୍ରଚାର ଦ୍ୱାରା ଅଣଇହୁଦୀମାନଙ୍କର ପରିତ୍ରାଣ ସାଧନ ହୋଇପାରେ, ସେଥିରୁ ସେମାନେ ଆମକୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସେମାନେ ଅନବରତ କରୁଥିବା ପାପର ମାତ୍ରା ଚରମ ସୀମାରେ ଆସି ପହଞ୍ଚିଛି। ପରିଶେଷରେ ଏବେ ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇଛି।
17
ଭାଇମାନେ, ଯେତେବେଳେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ନିକଟରୁ ଆମେ ବିଚ୍ଛିନ୍ନ ହୋଇଥିଲୁ ଅବଶ୍ୟ ଶାରୀରିକଭାବେ, କାରଣ ଆମ ମନରେ ତୁମେ ସଦା ବିଦ୍ୟମାନ। - ତୁମକୁ ସ୍ମରଣ କରି ଆମେ କେଡ଼େ ଚିନ୍ତାକୁଳ ହୋଇଥିଲୁ ଓ ପୁନର୍ବାର ତୁମକୁ ଦେଖିବା ପାଇଁ ଆମେ କେତେ ଉଦ୍ୟମ କରିଥିଲୁ।
18
ତୁମ୍ଭମାନଙ୍କ ନିକଟକୁ ଫେରିଯିବା ପାଇଁ ଆମର ପ୍ରବଳ ଇଚ୍ଛା ଥିଲା ଓ ମୁଁ ନିେଜ ଫେରିଯିବା ପାଇଁ ଏକାଧିକ ଥର ଚେଷ୍ଟା କରିଥିଲି, କିନ୍ତୁ ଶୟତାନ ଆମକୁ ଏଥିରେ ବାଧା ଦେଲା।
19
ସେ ଯାହାହେଉ, ମୋର ବିଶ୍ୱାସ, ଆମ ପ୍ରଭୁ ଯୀଶୁଙ୍କ ଆଗମନ ବେଳେ ତାଙ୍କ ସମ୍ମୁଖରେ ଅନ୍ୟମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଆମର ଆଶା, ଆନନ୍ଦ ଓ ବିଜୟ ଦର୍ପର କାରଣ ହେବ।
20
ବାସ୍ତବିକ, ତୁମ୍ଭେମାନେ ଆମର ଗୌରବ ଓ ଆନନ୍ଦ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
All chapters:
1
2
3
4
5