bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Peter 1
2 Peter 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 2 →
1
ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-
2
ଈଶ୍ୱର ଓ ଆମ ପ୍ରଭୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ତୁମ୍ଭମାନଙ୍କର ଜ୍ଞାନ ଦ୍ୱାରା, ପୁର୍ଣ୍ଣମାତଆରେ ତୁମ୍ଭମାନଙ୍କର ଅନୁଗ୍ରହ ଓ ଶାନ୍ତି ହେଉ।
3
ଯଥାର୍ଥଭାବେ ଧାର୍ମିକ ଜୀବନ କାଟିବା ପାଇଁ ଆମର ଯାହା କିଛି ଆବଶ୍ୟକ, ତାହା ଈଶ୍ୱର ନିଜ ଐଶ୍ୱରିକ ଶକ୍ତିରେ ଆମକୁ ଦାନ କରିଛନ୍ତି। ଯେ ନିଜ ମମହିମା ଓ ଧାର୍ମିକତାରେ ଅଂଶୀ ହେବା ପାଇଁ ଆମକୁ ଆହ୍ୱାନ କରିଛନ୍ତି, ତାଙ୍କୁ ଜାଣିବା ଦ୍ୱରା ଆମେ ଏହି ଦାନ ପାଇଛୁ।
4
ଏହିପରି ସେ ଆମକୁ ତାଙ୍କ ପ୍ରତିଜ୍ଞାନୁସାରେ ଅତି ଶ୍ରେଷ୍ଠ ଓ ମୂଲ୍ୟବାନ ଦାନ ଦେଇଛନ୍ତି। ଏହିସବୁ ଦାନ ସାହାଯ୍ୟରେ ତୁମ୍ଭେମାନେ ଏହି ଜଗତର ଧ୍ୱଂସକାରୀ କାମନାରୁ ଉଦ୍ଧାର ପାଇ ଐଶ୍ୱରିକ ସ୍ୱଭାବର ଅଂଶୀ ହୋଇ ପାରିବ।
5
ଏଥିପାଇଁ ତୁମ ବିଶ୍ୱାସ ସହିତ ସଦଗୁଣ; ସଦ୍ଗୁଣ ସହିତ ଜ୍ଞାନ;
6
ଜ୍ଞାନ ସହିତ ଆତ୍ମସଂଯମ; ଆତ୍ମସଂଯମ ସହିତ ସହିଷ୍ଣୁତା; ସହିଷ୍ଣୁତା ସହିତ ଈଶ୍ୱରପରାୟଣତା;
7
ଈଶ୍ୱରପରାୟଣତା ସହିତ ଭ୍ରାତୃ ସ୍ନେହ ଓ ଭ୍ରାତୃ ସ୍ନେହ ସହିତ ପ୍ରେମ ଯୋଗ କରିବାକୁ ଆପ୍ରାଣ ଉଦ୍ୟମ କର।
8
ଏହି ସଦ୍ଗୁଣଗୁଡ଼ିକ ତୁମର ଆବଶ୍ୟକ; ଏହିସବୁରେ ତୁମ୍ଭେମାନେ ପରିପୂର୍ଣ୍ଣ ହେଲେ, ତୁମେ ପ୍ରାପ୍ତ ହୋଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ତୁମକୁ ସକ୍ରିୟ ଓ ଫଳପ୍ରଦ କରି ରଖିବ।
9
କିନ୍ତୁ ଏହିସବୁ ଗୁଣ ଯାହାଠାରେ ନାହିଁ, ସେ ଅନ୍ଧ ଓ ଅଦୂରଦର୍ଶୀ; ତାହାର ପୂର୍ବକୃତ ସମସ୍ତ ପାପରୁ ପରିଷ୍କୃତ ହୋଇଛି ବୋଲି ସେ ଭୁଲି ଯାଇଛି।
10
ଅତିଏବ, ହେ ଭାଇମାନେ, ଈଶ୍ୱର ଯେ ତମ୍କୁ ମନୋନୀତ କରି ଆହ୍ୱାନ କରିଛନ୍ତି; ଏହି ଅନୁଭୂତିକୁ ଚିରସ୍ଥାୟୀ କରିବା ପାଇଁ ଅଧିକ ଯତ୍ନଶୀଳ ହୁଅ। ଏହିପରି କଲେ, ତୁମ୍ଭେମାନେ କେବେ ତୁମ ବିଶ୍ୱାସରୁ ବିଚ୍ୟୁତ ହେବ ନାହିଁ।
11
ଏହି ଉପାୟରେ ଆମ ପ୍ରଭୁ ଓ ତଆଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ତ୍ନ୍ ରାଜ୍ୟରେ ପ୍ରବେଶ କରିବାକୁ ତୁମେ ପୂର୍ଣ୍ଣ ଅଧିକାର ପାଇବ।
12
ଯଦିଚ ତୁମ୍ଭେମାନେ ଏ ସବୁ ବିଷୟ ଜାଣିଛ ଓ ତୁମେ ପ୍ରାପ୍ତ ହୋଇଥିବା ସତୃରେ ଦୃଢ଼ ପ୍ରତିଷ୍ଠିତ ହୋଇଛ, ଏହିସବୁ କଥା ମୁଁ ସବୁବେଳେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ।
13
ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଏହିସବୁ ବିଷୟ ପ୍ରତି ତୁମ୍ଭମାନଙ୍କୁ ସଚେତନ କରାଇବା ମୋର କର୍ତ୍ତବ୍ୟ ବୋଲି ମୁଁ ଭାବେ।
14
ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ସ୍ପଷ୍ଟ ସୂଚନା ପାଇଥିବା ଅନୁଯାୟୀ ଶୀଘ୍ର ଏହି ମରଶରୀର ତ୍ୟାଗ କରିବି ବୋଲି ମୁଁ ଜାଣେ।
15
ମୋର ମୃତ୍ୟୁ ପରେ ମଧ୍ୟ ତୁମ୍ଭେମାନେ ଯେପରି ଏହିସବୁ ବିଷୟ ଚିରଦିନ ସ୍ମରଣରେ ରଖିବ, ଏହାର ବ୍ୟବସ୍ଥା କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରୁଛୁ।
16
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପୁନରାଗମନ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଇବା ପାଇଁ ଆମେ କାଳ୍ପନିକ ଗଳ୍ପ ଉପରେ ନିର୍ଭର କରିନାହୁଁ। ଆମେ ସ୍ୱଚକ୍ଷୁରେ ତାଙ୍କ ମହିମା ଅବଲୋକନ କରିଛୁ।
17
ପିତା ଈଶ୍ୱରଙ୍କ ଦ୍ୱାରା ସେ ସମ୍ମାନିତ ଓ ଗୌରବାନ୍ୱିତ ହେବା ସମୟରେ ଆମେ ଉପସ୍ଥିତ ଥିଲୁ। ମହାମହିମଙ୍କଠାରୁ ତାଙ୍କ ସମ୍ପର୍କରେ ଉଚ୍ଚାରିତ ଏହି ବାଣୀ ଆମେ ଶୁଣିଛୁ: “ଏହି ଆମ ପ୍ରିୟ ପୁତ୍ର, ଏହାଙ୍କ ପ୍ରତି ଆମେ ସନ୍ତୁଷ୍ଟ।”
18
ଆମେ ତାଙ୍କ ସହିତ ସେହି ପବିତ୍ର ପର୍ବତ ଉପରେ ଥିବା ସମୟରେ ଆମେ ତାଙ୍କ ସହିତ ସେହି ପବିତ୍ର ପର୍ବତ ଉପରେ ଥିବା ସମୟରେ ଆମେ ନିଜେ ଏହି ସ୍ୱର୍ଗୀୟ ବାଣୀ ଶୁଣିଛୁ।
19
ତେଣୁ ଭାବବାଦୀମାନଙ୍କ ଦ୍ୱରା ପ୍ରଚାରି ବାର୍ତ୍ତାରେ ଆମ ବିଶ୍ୱାସ ଅଧିକ ଦୃଢ଼ ହୋଇଛି। ସେଥିପ୍ରତି ତୁମ୍ଭେମାନେ ମଧ୍ୟ ମନୋଯୋଗୀ ହେବା ଉଚିତ, କାରଣ ତାହା ଅନ୍ଧକାରରେ ଏକ ପ୍ରଦୀପ ତୁଲ୍ୟ। ପ୍ରତ୍ୟୁଷରେ ପ୍ରଭାତୀ ତାରାର ଆଲୋକ ତୁମ ହୃଦୟରେ ପ୍ରବେଶ କରିବା ପର୍ଯ୍ୟନ୍ତ ଏହା ପ୍ରଜ୍ୱଳିତ ହୋଇ ରହିଥିବ।
20
ତୁମ୍ଭେମାନେ ଅନ୍ତତଃ ଏତିକି ଜାଣିରଖ ଯେ, ଧର୍ମଶାସ୍ତ୍ରରେ ଲିଖିତ କୌଣସି ଭାବବାଣୀ କେହି ନିଗ ଜ୍ଞାନରେ ବୁଝିପାରେ ନାହିଁ।
21
ଭାବବାଣୀ କେବଳ ମନୁଷ୍ୟର କଳ୍ପନାପ୍ରସୂତ ନୁହେଁ। ଈଶ୍ୱରଙ୍କ ଭକ୍ତ ଦାସମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କଠାରୁ ପାଇଥିବା ବାର୍ତ୍ତା ପ୍ରକାଶ କରିଛନ୍ତି।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3