bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Peter 3
2 Peter 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
1
ପ୍ରିୟ ବନ୍ଧୁଗଣ, ତୁମ ପାଖକୁ ଲେଖିବା ଏହି ମୋର ଦ୍ୱିତୀୟ ପତ୍ର। ଉଭୟ ପତ୍ରରେ ଏହିସବୁ ବିଷୟ ସ୍ମରଣ କରାଇ ତୁମ୍ଭମାନଙ୍କ ମନରେ ପବିତ୍ର ଚିନ୍ତା ଉଦ୍ରେକ କରିବା ପାଇଁ ଚେଷ୍ଟା କରିଛି।
2
ବହୁ ପୂର୍ବେ ପବିତ୍ର ଭାବବାଦୀମାନେ ଯେଉଁସବୁ ଭାବବାଣୀ ପ୍ରକାଶ କରିଥିଲେ ଏବଂ ତ୍ରାଣକର୍ତ୍ତା ପ୍ରଭୁଙ୍କର ଯେଉଁସବୁ ଆଜ୍ଞା ତୁମ୍ଭମାନଙ୍କୁ ପ୍ରେତରିତ ଶିଷ୍ୟମାନେ ପ୍ରଦାନ କରିଛନ୍ତି, ତାହା ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ମୁଁ ଚାହେଁ।
3
ସର୍ବପ୍ରଥମେ ତୁମ୍ଭେମାନେ ଜାଣି ରଖିବା ଉଚିତ ଯେ, ଏହି ଶେଷ ଦିନମାନଙ୍କରେ କେତେକେ କେବଳ ନିଜର କୁପ୍ରବୃତ୍ତି ଦ୍ୱାରା ଚଳିତ ହେବେ;
4
ସେମାନେ ତୁମକୁ ପରିହାସ କରି ପଚାରିବେ, “ସେ ଆସିବେ ବୋଲି ପ୍ରତିଜ୍ଞା କରିଥିଲେ, ନୁହେଁ କି? ସେ ଏବେ କେଉଁଠାରେ? ଆମ ପିତୃପୁରୁଷମାନେ ମୃତ୍ୟଭୋଗ କଲେଣି କିନ୍ତୁ ସୃଷ୍ଟିର ଆରମ୍ଭରୁ ଯାହା ଯେପରି ଥିଲା, ବର୍ତ୍ତମାନ ମଧ୍ୟ ସବୁ ତ ସେହିପରି ଅଛି।”
5
ସେମାନେ ଜାଣି ଶୁଣି ଭୁଲିଯାନ୍ତି ଯେ, ଆଦ୍ୟରେ ଈଶ୍ୱର ଆଜ୍ଞା କେଲେ ଏବଂ ଆକାଶମଣ୍ଡଳ ଓ ପୃଥିବୀ ସୃଷ୍ଟି ହେହଲା! ପୃଥିବୀ ଜଳ ମଧ୍ୟରୁ ଜଳ ପରିବେଷ୍ଟିତ ହୋଇ ଗଠିତ ହେଲା;
6
ପୁଣି, ସେହି ପୁରାତନ ପୃଥିବୀ ଜଳୁପ୍ଳାବନ ଦ୍ୱାରା ବିନଷ୍ଟ ହେଲା।
7
କିନ୍ତୁ ବର୍ତ୍ତମାନ ଯେଉଁ ଆଶାଶମଣ୍ଡଳ ଓ ପୃଥବୀ ଅଛି, ତାହା ଈଶ୍ୱରଙ୍କ ଅନୁରୂପ ଆଜ୍ଞା ଦ୍ୱାରା ଅଗ୍ନିରେ ଧ୍ୱଂସ ପାଇବା ନିମନ୍ତେ ରଖାଯାଇଛି। ଯେଉଁ ଦିବସରେ ଅଧାର୍ମିକ ଲୋକମାନେ ବିଚରିତ ହୋଇ ବିନଷ୍ଟ ହେବେ, ସେହି ଦିନ ପର୍ଯ୍ୟନ୍ତ ତାହା ସୁରକ୍ଷିତ ହୋଇ ରହିବ।
8
କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।
9
ପ୍ରଭୁ ତାଙ୍କ ପ୍ରତିଜ୍ଞା ପୂରଣ କରିବପାକୁ ବିଳମ୍ବ କରନ୍ତି ନାର୍ହିଁ, ଯଦିଓ କେତେକ ଏହାକୁ ବିଳମ୍ବ ବୋଲି ମନେ କରନ୍ତି। ବରଂ ପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅତୀବ ସହନଶୀଳ। ସେ ଚାହାନ୍ତି ନାହିଁ କେହି ଜଣେ ହେଲେ ବିନଷ୍ଟ ହେଉ। ସମସ୍ତେ ନିଜ ନିଜ ପାପରୁ ଫେରନ୍ତି, ଏହି ତାଙ୍କର ଇଚ୍ଛା।
10
କିନ୍ତୁ ପ୍ରଭୁଙ୍କର ଦିନ ଚୋର ପରି ଆସିବ। ସେହି ଦିନ ଏକ ତୀବ୍ର ଧ୍ୱନି ଭିତରେ ଆକାଶମଣ୍ଡଳ ବିଲୁପ୍ତ ହେବ। ଆକାଶର ଗ୍ରହ ନକ୍ଷତ୍ରାଦି ପୋଡ଼ି ଜଳି ଧ୍ୱସ ପାଇବେ। ପୃଥିବୀ ତା'ର ସମସ୍ତ ବସ୍ତୁ ସହ ବିଲୀନ ହେବ।
11
ଯଦି ଏହିପରି ସବୁ ବିଷୟ ବିଲୁପ୍ତ ହେବ, ତେବେ ଭାବି ଦେଖ, ତୁମ୍ଭମାନଙ୍କର କି ପ୍ରକାର ଜୀବନ ହେବା ଉଚିତ। ତାହା ପବିତ୍ର ଓ ଈଶ୍ୱରଙ୍କଠାରେ ଉତ୍ସର୍ଗିତ ହେବା ଏକାନ୍ତ ଆବଶ୍ୟକ।
12
ତୁମ୍ଭେମାନେ ପ୍ରଭୁଙ୍କ ଦିନର ଅପେକ୍ଷା କରି ରହିବା ବେଳେ, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ନିଜକୁ ପ୍ରସ୍ତୁତ କର। ସେହି ଦିନ ଆକାଶମଣ୍ଡଳ ଜଳି ଧ୍ୱଂସ ପାଇବ। ଆକାଶର ଗ୍ରହ ନକ୍ଷତ୍ରାଦି ପ୍ରଚଣ୍ଡ ତାପରେ ତରଳି ଯିବେ।
13
କିନ୍ତୁ ଆମେ ଈଶ୍ୱର ପ୍ରତିଜ୍ଞା କରିଥିବା ଏକ ନୂତ ଆଶାଶମଣ୍ଡଳ ଓ ନୂତନ ପୃଥିବୀର ପ୍ରତୀକ୍ଷାରେ ରହିଛୁ। ସେଥିରେ ଧାର୍ମିକତା ପ୍ରତିଷ୍ଠିତ ହେବ।
14
ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।
15
ଭାବି ଦେଖ, ପ୍ରଭୁ କେଡ଼େ ସହିଷ୍ଠୁ। ତୁମ୍ଭମାନଙଙ୍କ ପରିତ୍ରାଣ ପାଇଁ ସେ କେତେ ସୁଯୋଗ ଦେଉଛନ୍ତ। ଆମ ପ୍ରିୟ ଭ୍ରାତା ପାଉଲ ଈଶ୍ୱରଙ୍କଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖିଛନ୍ତି।
16
ତାଙ୍କ ଲିଖିତ ପତ୍ରମାନଙ୍କରେ ଏହି ବିଷୟ ସେ ଉଲ୍ଲେଖ କରିଛନ୍ତି। ଅବଶ୍ୟ ତାଙ୍କ ପତ୍ରଗୁଡ଼ିକରେ କେତେକ ବିଷୟ ବୁଝିବା କଷ୍ଟକର। କିନ୍ତୁ ନିର୍ବୋଧ ଚପଳମତି ଲୋକମାନେ ଶାସ୍ତ୍ରର ଅନ୍ୟାନ୍ୟ ଅଶଂ ପରି ପାଉଲଙ୍କ ପତ୍ରଗୁଡ଼ିକର ମଧ୍ୟ ବିକୃତ ଅର୍ଥ କରନ୍ତି। ଏହି ଦ୍ୱରା ସେମାନେ ନିଜ ନିଜର ବିନାଶ ସାଧନ କରୁଛନ୍ତି।
17
କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ଏହିସବୁ ପୂର୍ବରୁ ଗାଣିଛ। ତେଣୁ ସାବଧାନ, ଯେପରି ଉତ୍ସୃଙ୍ଖଳ ବ୍ୟକ୍ତିମାନଙ୍କର ଭ୍ରାନ୍ତ ଶିକ୍ଷାରେ ଚାଳିତ ହୋଇ ତୁମ ଦୃଢ଼ ବିଶ୍ୱାସରୁ ବିଚ୍ୟୁତ ନ ହୁଅ।
18
କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।
← Chapter 2
Jump to:
Chapter 1
Chapter 2
Chapter 3
All chapters:
1
2
3