bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Peter 2
2 Peter 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
1
ଅତୀତରେ ଯେପରି ଲୋକମାନଙ୍କ ମଧ୍ୟରେ ଶଡ ମଭାବବାଦୀମାନେ ଦେଖା ଦେଇଥିଲେ, ଠିକ୍ ସେହିପରି ତୁମ ମଧ୍ୟରେ ଶଠ ଶିକ୍ଷକମାନେ ବାହାରିବେ। ସେମାନେ ବିନଷ୍ଟକାରୀ ଭ୍ରାନ୍ତ ତତ୍ତ୍ୱ ଶିକ୍ଷା ଦେବେ ଏବଂ ଯେଉଁ ପ୍ରଭୁ ସେମାନଙ୍କୁ ମୁକ୍ତି ଦେଇ ଅଛନ୍ତି, ତାଙ୍କୁ ଅସ୍ୱୀକାର କରିବେ। ତେଣୁ ଅକସ୍ମାତ୍ ସେମାନଙ୍କର ବିନାଶ ଘଟିବ।
2
ତଥାପି ଅନେକ ସେମାନଙ୍କର ଅଧର୍ମ ମାର୍ଗ ଅନୁସରଣ କରିବେ। ଅନ୍ୟମାନେ ସେମାନଙ୍କ କାର୍ଯ୍ୟକଳାପ ଦେଖି ଧର୍ମପଥ ବିରୁଦ୍ଧରେ କଥା କହିବେ।
3
ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।
4
ଈଶ୍ୱର ପାପାଚାରୀ ଦୂତମାନଙ୍କୁ କ୍ଷମା ନ ଦେଇ ନରକରେ ନିକ୍ଷେପ କରିଥିଲେ। ସେଠାରେ ସେମାନେ ମହାବିଚାରଦିନ ପର୍ଯ୍ୟନ୍ତ ଅ୍ଧାକାରରେ ଶୃଙ୍ଖଳବଦ୍ଧ ହୋଇ ରହିଛନ୍ତି।
5
ଈଶ୍ୱର ପୁରାତନ ଜଗତକୁ ସଣ୍ଡ ନ ଦେଇ ଛାଡ଼ି ଦେଇ ନ ଥିଲେ; ଅଧାର୍ମିକ ଜଗତବାସୀଙ୍କ ଉପରେ ଜଳପ୍ଳାବନ ଘଟାଇଥିଲେ। ସେ କେବଳ ଧର୍ମ ପ୍ରଚାର କରୁଥିବା ନୋହ ଓ ଅନ୍ୟ ସାତ ଜଣ ଲୋକଙ୍କୁ ରକ୍ଷା କଲେ।
6
ଈଶ୍ୱର ସଦୋମ ଓ ଗମୋରା ନଗରଦ୍ୱୟକୁ ଦଣ୍ଡଧାନ କରି ଅଗ୍ନିରେ ଧ୍ୱଂସ କଲେ ଓ ଅଧାର୍ମିକମାନଙ୍କ ପ୍ରତି କଅଣ ଘଟିବ, ଏହି ଦୁଇ ନଗରୀକୁ ତା’ର ଦୃଷ୍ଟାନ୍ତ ସ୍ୱରୂପ ରଖିଲେ।
7
ଭ୍ରଷ୍ଟାଚାରୀମାନଙ୍କର ଅଧର୍ମ ଆଚରଣ ଯୋଗୁଁ ବ୍ୟଥିତ ହୋଇଥିବା ଧାର୍ମିକ ଲୋଟଙ୍କୁ ଈଶ୍ୱର ରକ୍ଷା କଲେ।
8
ଲୋଟ ସେମାନଙ୍କ ସହିତ ବାସ କରିବା ବେଳେ ପ୍ରତ୍ୟହ ସେମାନଙ୍କର କୁତ୍ସିତ କାର୍ଯ୍ୟ ଦେଖି ଓ ଶୁଣି ମନରେ ଗଭୀର ବ୍ୟଥା ଅନୁଭବ କରିଥିଲେ।
9
ପ୍ରଭୁ ଜାଣନ୍ତି, କିପରି ଧାର୍ମିକ ଲୋକମାନଙ୍କୁ ସେମାନଙ୍କ ପରୀକ୍ଷାରୁ ରକ୍ଷା କରିବାକୁ ହେବ। ପୁଣି ଦୁଷ୍କର୍ମକାରୀମାନଙ୍କୁ,
10
ବିଶେଷତଃ ଯେଉଁମାନେ ଈଶ୍ୱରଙ୍କ କ୍ଷମତାକୁ ଚତୁଚ୍ଛ କରି ନିଜର ଶାରୀରିକ ଲାଳସା ଚରିତାର୍ଥ କରୁଥାଆନ୍ତି, ସେମାନଙ୍କୁ ମହାବିଚାର ଦିନ ପର୍ଯ୍ୟନ୍ତ କିପରି ଦଣ୍ଡିତ କରି ରଖିବାକୁ ହେବ, ତାହା ସେ ଜାଣନ୍ତି। ସେହି ଶଠ ଶିକ୍ଷକମାନେ ଦୁଃସାହାସୀ ଓ ଉଦ୍ଧତ। ସେମାନେ ଉଦ୍ଧ୍ୱର୍ଲୋକର ଗୌରବମୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନ କରି ସେମାନଙ୍କୁ ଅପମାନିତ କରୁଛନ୍ତି।
11
ସେମାନଙ୍କ ଅନେକ୍ଷା ଅଧିକ ବଳୀୟାନ ଓ ପରାକ୍ରମୀ ଦୂତମାନେ ସୁଦ୍ଧା ଈଶ୍ୱରଙ୍କ ଛାମୁରେ ଉକ୍ତ ଗୌରବମୟ ପ୍ରାଣୀମାନଙ୍କର ନିନ୍ଦା କରି ସେମାନଙ୍କୁ ଦେଷୀ କରନ୍ତି ନାହିଁ।
12
ଧରାଯାଇ ହାଣ ଖାଇବାକୁ ଯେଉଁ ପଶୁମାନଙ୍କର ଜନ୍ମ, ସେମାନଙ୍କ ପରି ଏହି ଶଠ ଶିକ୍ଷକମାନେ କେବଳ ପ୍ରବୃତ୍ତି ଦ୍ୱାରା ଚାଳିତ। ଯେଉଁ ବିଷୟ ବୁଝନ୍ତି ନାହିଁ, ତାହାକୁ ସେମାନେ ବିଦ୍ରୁପ କରନ୍ତି। କିନ୍ତୁ ସେମାନେ ବନ୍ୟପଶୁ ପରି ବିନଷ୍ଟ ହେବେ।
13
ଅନ୍ୟମାନଙ୍କୁ ଯେପରି କ୍ଳେଶ ଦେଇଛନ୍ତି, ନିଜେ ସେହିପରି କ୍ଳେଶ ଭୋଗ କରିବେ। ଯାହା କିଛି ସେମାନଙ୍କର ଶାରୀରିକ ଅଭିଳାଷ ତୃପ୍ତ କରେ, ତାହା ସେମାନେ ଦିବାଲୋକରେ କରି ଆନନ୍ଦ ପାଆନ୍ତି। ସେମାନେ ନିଜର ଛଳନାପୂର୍ଣ୍ଣ କାର୍ଯ୍ୟରେ ଆନନ୍ଦ ଉପଭୋଗ କରୁ କରୁ ତୁମ ସହିତ ଏକତ୍ର ଭୋଜନ କରନ୍ତି।
14
ସେମାନେ ତୁମ୍ଭମାନଙ୍କର ଲଜ୍ଜା ଓ କଳଙ୍କ ସ୍ୱରୂପ। ସେମାନଙ୍କ ଚୁକ୍ଷୁ କାମୁକତାରେ ପୂର୍ଣ୍ଣ। ସେମାନଙ୍କର ପାପ-କ୍ଷୁଧା କେବେ ପୂର୍ଣ୍ଣ। ସେମାନଙ୍କର ଦୁର୍ବଳମନା ଲୋକମାନଙ୍କୁ ଫାନ୍ଦରେ ପକାନ୍ତି। ଲୋଭାସକ୍ତ ହେବାରେ ସେମାନେ ଅଭ୍ୟସ୍ତ। ସେମାନେ ଈଶ୍ୱରଙ୍କ ଅଭିଶାପର ପାତ୍ର।
15
ସେମାନେ ସରଳ ପଥ ପରିତ୍ୟାଗ କରି ବିପଥଗାମୀ ହୋଇ ଅଛନ୍ତି। ବିଓରର ପୁତ୍ର ବାଲାମର ପଥ ସେମାନେ ଅନୁସରଣ କରିଛନ୍ତି। ସେ ଅନ୍ୟାୟ କାର୍ଯ୍ୟ କରି ଅର୍ଥ ଲାଭ କରିବାକୁ ଲାଳାୟିତ ହେବାରୁ,
16
ଏହି ପାପ ଲାଗି ତିରସୃତ ହୋଇଥିଲା। ମନୁଷ୍ୟ ସ୍ୱରରେ ତା’ର ଗର୍ଦ୍ଦଭ କଥା କହି ଭାବବାଦୀକୁ ଉନ୍ମତ୍ତ କାର୍ଯ୍ୟରୁ କ୍ଷାନ୍ତ କଲା।
17
ଏହି ଶଠ ଶିକ୍ଷକମାନେ ଶୁଷ୍କ ଝରଣା ପରି ଓ ବତାସରେ ଚାଳିତ ମେଘ ସଦୃଶ। ଈଶ୍ୱର ଏମାନଙ୍କ ପାଇଁ ଘୋର ଅନ୍ଧାକାରମୟ ଗହ୍ନରରେ ସ୍ଥାନ ନିରୂପଣ କରିଅଛନ୍ତି।
18
ସେମାନେ ଅହଙ୍କାରପୂର୍ଣ୍ଣ ନିରର୍ଥକ କଥା କହୁଥାଆନ୍ତି; ଭ୍ରାଷ୍ଟାଚାରୀମାନଙ୍କ ମଧ୍ୟରୁ ରକ୍ଷା ପାଇ ପଳାଇ ଆସୁଥିବା ଲୋକମାନଙ୍କୁ ନୀଚ ଶାରୀରିକ କାମନାର ମୋହ ଦେଖାଇ ଫନ୍ଦରେ ପକାନ୍ତି।
19
ଏମାନଙ୍କୁ ସେହି ଶଠ ଶିକ୍ଷକମାନେ ସ୍ୱାଧୀନତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ, ଅଥଚ ସେମାନେ ନିଜେ ଧ୍ଂସକାରୀ କୁଅଭ୍ୟାସର କ୍ରୀଦାସ; କାରଣ ମନୁଷ୍ୟ ଯେଉଁ ବିଷୟର ବଶୀଭୂତ, ତାହାର ସେ କ୍ରୀତଦାସ।
20
ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।
21
ଧର୍ମପଥ ଜ୍ଞାତ ହୋଇ ସେଥିରେ ପ୍ରଦତ୍ତ ପବିତ୍ର ପବିତ୍ର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା, ବରଂ ତା’କେବେ ନ ଜାଣିବା ଅଧିକ ଭଲ ହୋଇଥାଆନ୍ତା।
22
ସେମାନଙ୍କ ପ୍ରତି ଯାହା ଘଟିଛି, ସେଥିରୁ ଏହି ପ୍ରବାଦମାନଙ୍କର ସତ୍ୟତା ପ୍ରମାଣିତ ହେଉଛି: “କୁକୁର ଯାହା ବାନ୍ତି କରେ, ତାହାକୁ ପୁଣି ଖାଏ”, “ଘୁଷରିକୁ ଧୋଇ ଦେବା ପରେ ପୁଣି କାଦୁଅରେ ଲୋଟିବାକୁ ଯାଏ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
All chapters:
1
2
3