bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Ephesians 4
Ephesians 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
1
ପ୍ରଭୁଙ୍କ ସେବା କରୁଥିବା ଯୋଗୁଁ ବନ୍ଦୀ ହୋଇଥିବା ମୁଁ ପାଉଲ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେପରି ଜୀବନ ଯାପନ କରିବା ପାଇଁ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ତାହାର ଅନୁରୂପ ଆଚରଣ କର।
2
ସର୍ବଦା ନମ୍ର, ସୁଶୀଳ ଓ ଧୈର୍ଯ୍ୟଶୀଳ ହୁଅ। ପରସ୍ପର ପ୍ରତି ସହନଶୀଳ ହୋଇ ପ୍ରେମ ପ୍ରଦର୍ଶନ କର।
3
ପବିତଆତ୍ମାଙ୍କ ସାହାଯ୍ୟରେ ଶାନ୍ତିରେ ଅବସ୍ଥାନ କରିବା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଏକତା ପ୍ରତିଷ୍ଠିତ ହୋଇଛି, ତାହାକୁ ପ୍ରାଣପଣେ ସୁରକ୍ଷା କର।
4
ଆମ୍ଭମାନଙ୍କ ଶରୀର ଏକ, ଆତ୍ମା ମଧ୍ୟ ଏକ। ପୁଣି ଏକ ଭରସା ଦେଇ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।
5
ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ଜଳଦୀକ୍ଷା।
6
ସମସ୍ତ ମାନବ ଜାତିର ଈଶ୍ୱର ଓ ପିତା ଏକ; ସେ ସମସ୍ତଙ୍କର ପ୍ରଭୁ, ସମସ୍ତଙ୍କ ମଧ୍ୟରେ ଓ ସମସ୍ତଙ୍କ ଅନ୍ତରରେ ବିଦ୍ୟମାନ।
7
ଖ୍ରୀଷ୍ଟ ଦେଇଥିବା ପରିମାଣ ଅନୁଯାୟୀ ଆମେ ପ୍ରତ୍ୟେକେ ଗୋଟିଏ ଗୋଟିଏ ବିଶେଷ ଦାନ ପାଇଛୁ।
8
ଧର୍ମଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ ଅଛି - “ଯେତେବେଳେ ସେ ଉଦ୍ଧ୍ୱର୍କୁ ଆରୋହଣ କଲେ, ତାଙ୍କ ସହିତ ଅନେକ ବନ୍ଦୀଙ୍କୁ ସେ ନେଇଗଲେ, ପୁଣି ମାନବ ଜାତିକୁ ଅନେକ ବର ଦାନ କଲେ।”
9
“ସେ ଉଦ୍ଧ୍ୱର୍କୁ ଆରୋହଣ କଲେ”, ଏହାର ଅର୍ଥ କ’ଣ? ଏହାର ଅର୍ଥ, ପ୍ରଥମେ ସେ ପୃଥିବୀର ନିମ୍ନତମ ସ୍ଥାନମାନଙ୍କୁ ଅବତରଣ କରିଥିଲେ।
10
ତେଣୁ ଯିଏ ଅବତରଣ କରିଥିଲେ, ସମଗ୍ର ବିଶ୍ୱକୁ ତାଙ୍କର ଉପସ୍ଥିତିରେ ପରିପୂର୍ଣ୍ଣ କରିବା ପାଇଁ ସେ ପୁଣି ସ୍ୱର୍ଗଲୋକରେ ବହୁ ଉଦ୍ଧ୍ୱର୍କୁ ଆରୋହଣ କଲେ।
11
ସେ ହିଁ ମାନବ ଜାତିକୁ ବହୁ ବର ଦାନ କରି ଯାଇଛନ୍ତି। କେତେକଙ୍କୁ ପ୍ରେରିତ ଶିଷ୍ୟ, ଆଉ କେତେକଙ୍କୁ ଭାବବାଦୀ, କେତେକଙ୍କୁ ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକରୂପେ ନିଯୁକ୍ତ କରିଛନ୍ତି।
12
ଖ୍ରୀଷ୍ଟଙ୍କ ସେହି ଶରୀର ଗଠନ କରିବା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଏହା କରିଛନ୍ତି।
13
ସେଥିପାଇଁ ଆମେ ସମସ୍ତେ ଆମ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ସମ୍ପର୍କୀୟ ଜ୍ଞାନରେ ଐକ୍ୟବଦ୍ଧ ହେବୁ, ଖ୍ରୀଷ୍ଟଙ୍କ ପୂର୍ଣ୍ଣତାପ୍ରାପ୍ତ ହୋଇ ଆମେ ପରିପକ୍ୱ ହେବୁ।
14
ପବନର ଗତିରେ ଓ ତରଙ୍ଗର ଧକ୍କାରେ ଇତସ୍ତତଃ ହେଉଥିବା ଶିଶୁମାନଙ୍କ ପରି ଆମ୍ଭେମାନେ ଆଉ ଅସ୍ଥିର ହେବା ନାହିଁ। ଅନ୍ୟମାନଙ୍କୁ ବିପଥଗାମୀ କରାଉଥିବା ପ୍ରତାରକମାନଙ୍କର କୌଶଳପୂର୍ଣ୍ଣ ଶିକ୍ଷାରେ ଆମେ ବିଚଳିତ ହେବ ନାହିଁ।
15
ବରଂ ପ୍ରେମରେ ସତ୍ୟ କହି ସର୍ବତୋଭାବରେ ମସ୍ତକ ସ୍ୱରୂପୀ ଖ୍ରୀଷ୍ଟଙ୍କ ସଦୃଶ ହେବା।
16
ତାହାଙ୍କ ନିୟନ୍ତ୍ରଣରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏକତ୍ର ସଂଯୋଜିତ ହୁଅନ୍ତି ଏବଂ ସେଥିରେ ଥିବା ଗ୍ରନ୍ଥିମାନଙ୍କ ସାହାଯ୍ୟରେ ସମୁଦାୟ ଶରୀର ସଙ୍ଗଠିତ ହୁଏ। ତେଣୁ ପ୍ରତ୍ୟେକ ଅବୟବ ନିଜର କାର୍ଯ୍ୟ ଯଥାଯଥ ଭାବରେ ନିର୍ବାହ କରିବା ଦ୍ୱାରା ସମଗ୍ର ଶରୀର ବୃଦ୍ଧି ପାଇ ସୁଗଠିତ ହୁଏ।
17
ତେଣୁ ପ୍ରଭୁଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି। ବିଧର୍ମୀମାନଙ୍କ ପରି ଆଉ ଜୀବନ ଯାପନ କର ନାହିଁ। ସେମାନଙ୍କର ଚିନ୍ତା ଅସାର
18
ଏବଂ ସେମାନଙ୍କର ମନ ଅନ୍ଧକାରାଚ୍ଛନ୍ନ। ଈଶ୍ୱର ପଦତ୍ତ ଜୀବନରେ ସେମାନଙ୍କର କୌଣସି ଅଂଶ ନାହିଁ। କାରଣ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଓ ଅବାଧ୍ୟ।
19
ସେମାନେ ନିର୍ଲ୍ଲଜ୍ଜ, ଭ୍ରଷ୍ଟାଚାରୀ ଓ ଅବାରିତଭାବେ ସବୁ ପ୍ରକାର ଅଶୋଭନୀୟ କାର୍ଯ୍ୟରେ ଲିପ୍ତ।
20
ଏହିସବୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶିକ୍ଷା କରିଥିବା ବିଷୟ ନୁହେଁ।
21
ତୁମ୍ଭେମାନେ ନିଶ୍ଚିତଭାବେ ତାଙ୍କ ବିଷୟ ଶୁଣିଛ ଓ ତାଙ୍କର ଅନୁଗାମୀ ରୂପେ ଯୀଶୁଙ୍କ ସମ୍ପର୍କରେ ସତ୍ୟ ଶିକ୍ଷା ପାଇଛ।
22
ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।
23
ତୁମ ହୃଦୟ ଓ ମନର ସମ୍ପୂର୍ଣ୍ଣ ନବୀକରଣ ଆବଶ୍ୟକ।
24
ଈଶ୍ୱରଙ୍କ ସ୍ୱରୂପରେ ସୃଷ୍ଟ ନୂତନ ଆତ୍ମା ଧାରଣ କର। ତାହା ତୁମର ପବିତ୍ର ଓ ନ୍ୟାୟପରାୟଣ ଜୀବନରେ ପ୍ରକାଶ ପାଉ।
25
ଆଉ ମିଥ୍ୟା କୁହ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନେ ପରସ୍ପରକୁ ସତ୍ୟ କହିବା ଉଚିତ୍; କାରଣ ଆମେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।
26
ତୁମେ କ୍ରୋଧାନ୍ୱିତ ହୋଇ ପାପ କର ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ତୁମର କ୍ରୋଧ ଶାନ୍ତ ହେଉ।
27
ଶୟତାନକୁ ପ୍ରଶ୍ରୟ ଦିଅ ନାହିଁ।
28
ଚୋର ଆଉ ଚୋରି ନ କରୁ। ସଦୁପାୟରେ ନିଜର ଜୀବିକା ଉପାର୍ଜନ ପାଇଁ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କାମ କରୁ।
29
ତୁମ ମୁଖରୁ କୁକଥା ନିର୍ଗତ ନ ହେଉ। ତୁମର କଥା ହିତକର, ଗଠନମୂଳକ ଓ କାର୍ଯ୍ୟୋପଯୋଗୀ ହେଉ। ତା’ହେଲେ ଯେଉଁମାନେ ତୁମର କଥା ଶୁଣିବେ, ସେମାନଙ୍କ ପ୍ରତି ତାହା ମଙ୍ଗଳଜନକ ହେବ।
30
ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।
31
ସମସ୍ତ ତିକ୍ତତା, ଉତ୍ତେଜନା ଓ କ୍ରୋଧ ପରିହାର କର। ତିରସ୍କାର କିମ୍ବା ପରନିନ୍ଦା କର ନାହିଁ। କାହା ପ୍ରତି ଘୃଣାଭାବ ପୋଷଣ କର ନାହିଁ।
32
କିନ୍ତୁ ପରସ୍ପର ପ୍ରତି ସଦୟ ଓ କୋମଳଚିତ୍ତ ହୁଅ ଓ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱର ଯେପରି ତୁମ୍ଭମାନଙ୍କୁ କ୍ଷମା କରିଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
All chapters:
1
2
3
4
5
6