bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Ephesians 5
Ephesians 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 6 →
1
ତୁମ୍ଭେମାନେ ଈଶ୍ୱରଙ୍କର ପ୍ରିୟ ସନ୍ତାନ, ଅତଏବ ତାଙ୍କ ଅନୁରୂପ ହେବା ପାଇଁ ଚେଷ୍ଟା କର।
2
ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ଓ ଈଶ୍ୱରଙ୍କର ସନ୍ତୋଷ ନିମନ୍ତେ ନିଜ ଜୀବନକୁ ଆମ ପାଇଁ ସୁଗନ୍ଧି ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ, ତୁମ୍ଭମାନଙ୍କ ଜୀବନ ମଧ୍ୟ ସେହିପରି ପ୍ରେମ ଦ୍ୱାରା ପରିଚାଳିତ ହେଉ।
3
ଈଶ୍ୱରଙ୍କ ଲୋକ ଥିବାରୁ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର, ଅଶୁଚିତା ବା ଲୋଲୁପତା ଲେଶମାତ୍ର ନ ରହୁ।
4
ତୁମ୍ଭମାନଙ୍କ ପକ୍ଷରେ ଅଶ୍ଲୀଳ ଭାଷା, କୁତ୍ସିତ ଗଳ୍ପ ବା ଅସାର କଥା ବ୍ୟବହାର କରିବା ମଧ୍ୟ ଉଚିତ୍ ନୁହେଁ। ବରଂ ତୁମ କଥାବାର୍ତ୍ତାରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଅ।
5
ଏହା ନିଶ୍ଚିତ ବୋଲି ଜାଣି ରଖ, ଯେଉଁ ଲୋକ ନୀତିହୀନ, ଅଶିଷ୍ଟ ଓ ଅତି ଲୋଭୀ (ଅତି ଲୋଭ ପ୍ରତିମା ପୂଜା ସ୍ୱରୂପ), ସେ କେବେହେଲେ ଖ୍ରୀଷ୍ଟଙ୍କର ଓ ଈଶ୍ୱରଙ୍କ ରାଜ୍ୟର ଅଂଶୀ ହେବ ନାହିଁ।
6
ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।
7
ଏହିପରି ଲୋକମାନଙ୍କ ସହିତ କୌଣସି ସମ୍ପର୍କ ରଖ ନାହିଁ।
8
ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।
9
କାରଣ, ଆଲୋକ ହିଁ ସବୁ ପ୍ରକାର ସଦ୍ଗୁଣ, ଧାର୍ମିକତା ଓ ସତ୍ୟରୂପ ଫଳ ଉତ୍ପନ୍ନ କରେ।
10
ପ୍ରଭୁଙ୍କର ସନ୍ତୋଷଭାଜନ ହେବା ପାଇଁ ଶିକ୍ଷା କର।
11
ଲୋକମାନେ ଅନ୍ଧକାରରେ ଯେଉଁ ସବୁ ଅସାର କାର୍ଯ୍ୟ କରନ୍ତି, ସେ ସବୁଠାରୁ ଦୂରେଇ ରୁହ। ପୁଣି ସେମାନଙ୍କ କାର୍ଯ୍ୟକଳାପ ପ୍ରକାଶ୍ୟରେ ଦର୍ଶାଇ ଦିଅ।
12
(ବାସ୍ତବିକ, ସେମାନେ ଗୁପ୍ତରେ ଯାହା ସବୁ କରନ୍ତି, ସେ ବିଷୟ ଉଲ୍ଲେଖ କରିବା ଲଜ୍ଜାଜନକ।)
13
ଯେତେବେଳେ ସମସ୍ତ ବିଷୟ ଆଲୋକକୁ ଅଣାଯାଏ, ସେତେବେଳେ ସେଗୁଡ଼ିକର ପ୍ରକୃତ ସ୍ୱରୂପ ପ୍ରକାଶିତ ହୁଏ।
14
କାରଣ ଆଲୋକ ସମସ୍ତ ବିଷୟର ପ୍ରକାଶକ। ସେଥିପାଇଁ ଏହିପରି ଲେଖାଅଛି: “ହେ ନିଦ୍ରିତ, ଜାଗ୍ରତ ହୁଅ ଓ ମୃତମାନଙ୍କ ମଧ୍ୟରୁ ଉତ୍ôଥତ ହୁଅ! ଖ୍ରୀଷ୍ଟଙ୍କ ଆଲୋକରେ ଉଦ୍ଭାସିତ ହୁଅ।”
15
ତେଣୁ ତୁମେ କିପରି ଆଚରଣ କରିବ, ସେ ବିଷୟରେ ସାବଧାନ ହୁଅ। ଅଜ୍ଞ ଭଳି ନ ହୋଇ ଜ୍ଞାନୀ ଭଳି ଆଚରଣ କର।
16
ପ୍ରତ୍ୟେକ ସୁଯୋଗର ସଦ୍ବ୍ୟବହାର କର, କାରଣ ଦୁର୍ଦ୍ଦିନ ଉପସ୍ଥିତ।
17
ନିର୍ବୋଧମାନଙ୍କ ପରି ହୁଅ ନାହିଁ, କିନ୍ତୁ ପ୍ରଭୁଙ୍କ ଅଭିମତ ବୁଝିବାକୁ ଚେଷ୍ଟା କର।
18
ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।
19
ଭଜନ, ସ୍ତୁତିଗାନ ଓ ଭକ୍ତି ଗୀତ ଦ୍ୱାରା ପରସ୍ପରକୁ ଉତ୍ସାହିତ କର। ହୃଦୟର କୃତଜ୍ଞତା ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଓ ଭଜନ ଗାନ କର।
20
ସର୍ବଦା ସବୁ ବିଷୟ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ।
21
ଖ୍ରୀଷ୍ଟଙ୍କ ପ୍ରତି ତୁମ୍ଭମାନଙ୍କର ଭକ୍ତି ଥିବାରୁ ତୁମ୍ଭେମାନେ ପରସ୍ପରର ବଶବର୍ତ୍ତୀ ହୁଅ।
22
ସ୍ତ୍ରୀମାନେ! ତୁମେ ଯେପରି ପ୍ରଭୁଙ୍କ ବଶୀଭୂତା, ସେହିପରି ନିଜ ନିଜ ସ୍ୱାମୀର ବଶୀଭୂତା ହୁଅ।
23
ମଣ୍ଡଳୀ ଉପରେ ଖ୍ରୀଷ୍ଟଙ୍କର ଅଧିକାର ପରି ସ୍ତ୍ରୀ ଉପରେ ସ୍ୱାମୀର ଅଧିକାର ଅଛି; ପୁଣି ଖ୍ରୀଷ୍ଟ ହିଁ ତାଙ୍କ ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା।
24
ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କଠାରେ ବଶୀଭୂତ, ସ୍ତ୍ରୀମାନେ ଠିକ୍ ସେହିପରି ନିଜ ନିଜ ସ୍ୱାମୀ ନିକଟରେ ସମ୍ପୂର୍ଣ୍ଣଭାବେ ବଶୀଭୂତା ହୁଅନ୍ତୁ।
25
ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି, ତା’ ପାଇଁ ନିଜର ପ୍ରାଣ ଦେଲେ, ତୁମ୍ଭେମାନେ ଠିକ୍ ସେହିପରି ନିଜ ନିଜ ସ୍ତ୍ରୀକୁ ପ୍ରେମ କର।
26
ଖ୍ରୀଷ୍ଟ ମଣ୍ଡଳୀକୁ ଜଳରେ ପରିଷ୍କୃତ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ,
27
ପୁଣି ତାକୁ ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ ଓ ସର୍ବାଙ୍ଗ ସୁନ୍ଦର କରି ନିଜେ ଗ୍ରହଣ କଲେ।
28
ସ୍ୱାମୀମାନେ ନିଜ ଶରୀର ତୁଲ୍ୟ ମନେ କରି ନିଜ ସ୍ତ୍ରୀକୁ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ନିଜକୁ ପ୍ରେମ କରେ।
29
(କେହି କେବେ ଆପଣା ଶରୀରକୁ ଘୃଣା କରେ ନାହିଁ। ବରଂ ଶରୀରର ଭରଣ ପୋଷଣ କରେ ଓ ତାହାର ଯତ୍ନ ନିଏ - ଖ୍ରୀଷ୍ଟ ଯେପରି ମଣ୍ଡଳୀର ଯତ୍ନ ନିଅନ୍ତି,
30
କାରଣ ଆମ୍ଭେମାନେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।)
31
ଧର୍ମଶାସ୍ତ୍ରରେ କୁହାଯାଇଥିବା ଅନୁଯାୟୀ: “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ଛାଡ଼ି ଆପଣା ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେ ଦୁହେଁ ମିଶି ଏକ ହେବେ।”
32
ଶାସ୍ତ୍ରର ଏହି ଅଂଶରେ ଏକ ନିଗୂଢ଼ ସତ୍ୟ ପ୍ରକାଶିତ ହୋଇଛି: ଏହା ଖ୍ରୀଷ୍ଟ ଓ ମଣ୍ଡଳୀ ପ୍ରତି ପ୍ରଯୁଜ୍ୟ ବୋଲି ମୁଁ ବୁଝିଛି।
33
କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 6 →
All chapters:
1
2
3
4
5
6