bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Ephesians 6
Ephesians 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
1
ପିଲାମାନେ, ପିତାମାତାଙ୍କର ବାଧ୍ୟ ହେବା ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏହା ହିଁ ଉପଯୁକ୍ତ ଆଚରଣ।
2
“ତୁମର ପିତାମାତାଙ୍କୁ ସମାଦର କର।” କେବଳ ଏହି ଆଜ୍ଞାରେ ଗୋଟିଏ ପ୍ରତିଜ୍ଞା ଯୋଗ କରାଯାଇ କୁହାଯାଇଛି,
3
“ଯେପରି ତୁମ୍ଭମାନଙ୍କର ମଙ୍ଗଳ ହେବ ଓ ତୁମ୍ଭେମାନେ ପୃଥିବୀରେ ଦୀର୍ଘାୟୁ ହେବ।”
4
ପିତାମାତାମାନେ, ପିଲାମାନଙ୍କୁ ଉତ୍ତ୍ୟକ୍ତ କରିବା ଭଳି କୌଣସି ବ୍ୟବହାର କର ନାହିଁ, ବରଂ ଖ୍ରୀଷ୍ଟୀୟ ଶୃଙ୍ଖଳା ଓ ଶିକ୍ଷାରେ ସେମାନଙ୍କୁ ପାଳନ କର।
5
କ୍ରତଦାସମାନେ, ତୁମ୍ଭେମାନେ ଖ୍ରୀଷ୍ଟଙ୍କର ସେବା କରୁଛ ଭାବି ଆନ୍ତରିକଭାବେ ଭୟରେ କମ୍ପିତ ହୋଇ ଜାଗତିକ ମୁନିବମାନଙ୍କର ଆଜ୍ଞାବହ ହୁଅ।
6
କେବଳ ମୁନିବ ତୁମକୁ ଲକ୍ଷ୍ୟ କରୁଥିବା ସମୟରେ ତାଙ୍କର ସନ୍ତୋଷଭାଜନ ହେବା ପାଇଁ ଏହା ନ କରି, ଖ୍ରୀଷ୍ଟଙ୍କ କ୍ରୀତଦାସ ରୂପେ ତୁମର ସମସ୍ତ ହୃଦୟ ଦେଇ ଈଶ୍ୱରଙ୍କ ଇଚ୍ଛା ସାଧନ କର।
7
କେବଳ ମନୁଷ୍ୟମାନଙ୍କ ସେବା କରୁଛ ନ ଭାବି ପ୍ରଭୁଙ୍କ ସେବା କଲା ଭଳି ଆନନ୍ଦରେ ତାହା କର।
8
ମନେରଖ, ସେ କ୍ରୀତଦାସ ହେଉ ବା ସ୍ୱାଧୀନ ହେଉ - ପ୍ରଭୁ ପ୍ରତ୍ୟେକ ଲୋକକୁ ତାହାର ସତ୍କାର୍ଯ୍ୟ ନିମନ୍ତେ ପୁରସ୍କାର ଦେବେ।
9
ମୁନିବମାନେ, ତୁମର କ୍ରୀତଦାସମାନଙ୍କ ପ୍ରତି ଅନୁରୂପ ବ୍ୟବହାର କର ଓ ସେମାନଙ୍କୁ ଧମକାଅ ନାହିଁ। ମନେରଖ, ତୁମେ ଓ ତୁମର କ୍ରୀତଦାସମାନେ ସମସ୍ତେ ସ୍ୱର୍ଗସ୍ଥ ପ୍ରଭୁଙ୍କର ଅଧୀନ। ସେ ପ୍ରତ୍ୟେକଙ୍କୁ ସମଭାବରେ ବିଚାର କରନ୍ତି।
10
ପରିଶେଷରେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କ ମହାଶକ୍ତିରେ ଶକ୍ତିମନ୍ତ ହୁଅ।
11
ଈଶ୍ୱରଦତ୍ତ ସମସ୍ତ ରଣସଜ୍ଜାରେ ସଜ୍ଜିତ ହୁଅ, ଯେପରି ଶୟତାନର କୁଚକ୍ରାନ୍ତରର ସମ୍ମୁଖୀନ ହେବା ପାଇଁ ସମର୍ଥ ହେବ।
12
କାରଣ ଆମ୍ଭେମାନେ ମର୍ତ୍ତ୍ୟବାସୀ ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧ କରୁ ନାହୁଁ; ଆମେ ଶୂନ୍ୟମଣ୍ଡଳର ପୈଶାଚିକ ଶକ୍ତି ଏବଂ ଏହି ଅନ୍ଧକାର ଯୁଗର ଶାସକ, ଅଧିପତି ଓ ସମସ୍ତ ବିଶ୍ୱଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ।
13
ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।
14
ତେଣୁ ସତ୍ୟରୂପ କଟିବନ୍ଧ, ଧାର୍ମିକତାର ଉରସ୍ତ୍ରାଣ ଓ
15
ପାଦରେ ଶାନ୍ତିର ସୁସମାଚାରରୂପ ପାଦୁକା ପିନ୍ଧି ପ୍ରସ୍ତୁତ ହୋଇ ଠିଆ ହୁଅ।
16
ସର୍ବଦା, ବିଶ୍ୱାସର ଢ଼ାଲ ବହନ କର, ଏହା ସାହାଯ୍ୟରେ ଶୟତାନ ଦ୍ୱାରା ନିକ୍ଷିପ୍ତ ସମସ୍ତ ଅଗ୍ନିବାଣକୁ ନିର୍ବାପିତ କରିବାକୁ ତୁମ୍ଭେମାନେ ସମର୍ଥ ହେବ।
17
ପରିତ୍ରାଣରୂପୀ ଶିରସ୍ତ୍ରାଣ ଓ ପବିତ୍ରଆତ୍ମାଦତ୍ତ ଈଶ୍ୱରଙ୍କ ବାକ୍ୟରୂପ ଖଡ଼୍ଗ ଧାରଣ କର।
18
ଈଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରି ପ୍ରାର୍ଥନା ସହ ଏହା ସବୁ କର। ପ୍ରତ୍ୟେକ ପରିସ୍ଥିତିରେ ପବିତ୍ର ଆତ୍ମାଙ୍କ ପରିଚାଳନା ଅନୁଯାୟୀ ପ୍ରାର୍ଥନା କର। ଜାଗ୍ରତ ରୁହ; କେବେ କ୍ଷାନ୍ତ ହୁଅ ନାହିଁ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନାରେ ନିବିଷ୍ଟ ରୁହ।
19
ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାରର ନିଗୂଢ଼ ତତ୍ତ୍ୱ ଜଣାଇବାକୁ ଓ ନିର୍ଭୀକଭାବେ ତାହା ଘୋଷଣା କରିବାକୁ ଈଶ୍ୱର ମୋ’ ମୁଖରେ ଉପଯୁକ୍ତ ବାର୍ତ୍ତା ଦେବେ।
20
ବର୍ତ୍ତମାନ ବନ୍ଦୀ ଅବସ୍ଥାରେ ଥିଲେ ସୁଦ୍ଧା ମୁଁ ସୁସମାଚାର ନିମନ୍ତେ ଏକ ରାଜଦୂତ। ପ୍ରାର୍ଥନା କର, ଯେପରି ମୁଁ ସାହସର ସହିତ ଯଥୋଚିତଭାବେ ସୁସମାଚାର ପ୍ରଚାର କରିପାରିବି।
21
ମୋର ଅବସ୍ଥା ସମ୍ବନ୍ଧରେ ତୁମ୍ଭେମାନେ ଯେପରି ଜାଣି ପାରିବ, ସେଥିପାଇଁ ଆମ ପ୍ରିୟ ଭାଇ ଓ ପ୍ରଭୁଙ୍କ କାର୍ଯ୍ୟ କରୁଥିବା ବିଶ୍ୱସ୍ତ ସେବକ ତୁଖିୟ ମୋ’ ବିଷୟରେ ତୁମ୍ଭମାନଙ୍କୁ ସବୁ କଥା କହିବେ।
22
ଆମେ ସବୁ କିପରି ଅଛୁ, ସେ ବିଷୟ ଜଣାଇ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି।
23
ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରଦାନ କରନ୍ତୁ।
24
ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଯେଉଁମାନଙ୍କ ପ୍ରେମ ଅବିନଶ୍ୱର, ସେ ସେମାନଙ୍କୁ ଅନୁଗ୍ରହ କରନ୍ତୁ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
All chapters:
1
2
3
4
5
6