bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Titus 1
Titus 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 2 →
1
ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଉଲଙ୍କ ପତ୍ର। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ଏବଂ ଅନନ୍ତ ଜୀବନ ପ୍ରାପ୍ତିର ଆଶା ଉପରେ ଆଧାରିତ ଆମ ଧର୍ମବିଶ୍ୱାସର ସତ୍ୟ ପ୍ରତି ସେମାନଙ୍କୁ ସଚେତନ କରାଇବା ପାଇଁ ମୁଁ ପ୍ରେରିତ ହୋଇଛି।
2
ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।
3
ଯଥା ସମୟରେ ଏହି ବାର୍ତ୍ତା ସେ ପ୍ରକାଶ କରିଛନ୍ତି। ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ଆଦେଶରେ ଏହା ଘୋଷଣା କରିବାକୁ ମୋତେ ଦାୟିତ୍ୱ ଦିଆଯାଇଛି।
4
ମୋର ସମବିଶ୍ୱାସୀ ଓ ଏହି ବିଶ୍ୱାସ ଲାଗି ଯଥାର୍ଥରେ ମୋର ପୁତ୍ର ତୀତସଙ୍କ ନିକଟକୁ ମୁଁ ଏହି ପତ୍ର ଲେଖୁଛି: ପିତା ଈଶ୍ୱର ଓ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
5
ସେଠାରେ କେତୋଟି ବିଷୟର ସୁବ୍ୟବସ୍ଥା କରିବା ପାଇଁ ଏବଂ ଏଥିନିମନ୍ତେ ପ୍ରତ୍ୟେକ ସହରରେ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତା ନିଯୁକ୍ତ କରିବାକୁ ତୁମକୁ ମୁଁ କ୍ରୀଟ୍ରେ ଛାଡ଼ି ଆସିଥିଲି। ଏ ସମ୍ପର୍କରେ ମୋର ନିର୍ଦ୍ଦେଶଗୁଡ଼ିକୁ ସ୍ମରଣ ରଖ,
6
ମଣ୍ଡଳୀର ନେତା ରୂପେ ନିଯୁକ୍ତ ହେବା ବ୍ୟକ୍ତି ନିଷ୍କଳଙ୍କ ଚରିତ୍ର ହେବା ଆବଶ୍ୟକ। ସେ ଏକପତ୍ନୀକ ହୋଇଥିବେ ଏବଂ ତାଙ୍କ ସନ୍ତାନମାନେ ଧର୍ମବିଶ୍ୱାସୀ ହୋଇଥିବେ; ଉତ୍ସୃଙ୍ଖଳ କିମ୍ବା ଅବାଧ୍ୟ ବୋଲି ସେମାନଙ୍କର ଦୁର୍ନାମ ନ ଥିବ।
7
ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।
8
ସେ ଅତିଥିପରାୟଣ ହୋଇଥିବେ ଏବଂ ସମସ୍ତ ସତ୍ବିଷୟକୁ ସୁଖ ପାଉଥିବେ। ସେ ଆତ୍ମସଂଯତ, ନ୍ୟାୟନିଷ୍ଠ, ଶୁଦ୍ଧପୂତ ଓ ନିୟମାନୁବର୍ତ୍ତୀ ହୋଇଥିବେ।
9
ଆମ ପ୍ରଚାରିତ ଶୁଭ ବାର୍ତ୍ତାରେ ସେ ଦୃଢ଼ତା ସହିତ ବିଶ୍ୱାସ କରୁଥିବେ - ଏହି ବାର୍ତ୍ତା ପ୍ରକୃତ ଧର୍ମତତ୍ତ୍ୱ ଜ୍ଞାନ ଉପରେ ପ୍ରତିଷ୍ଠିତ ଏବଂ ସର୍ବତୋଭାବେ ନିର୍ଭରଯୋଗ୍ୟ। ଏହି ବାର୍ତ୍ତାର ସତ୍ଶିକ୍ଷାରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏବଂ ଏହାକୁ ବିରୋଧ କରୁଥିବା ଲୋକମାନଙ୍କ ଭ୍ରାନ୍ତି ଦୂର କରିବାକୁ ତାଙ୍କର ଦକ୍ଷତା ଥିବ।
10
ଅନେକେ, ବିଶେଷତଃ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଇହୁଦୀମାନେ ବିଦ୍ରୋହ କରି ଅସଙ୍ଗତ କଥା ଦ୍ୱାରା ଅନ୍ୟମାନଙ୍କୁ ପ୍ରତାରଣା କରୁଛନ୍ତି।
11
ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।
12
କ୍ରୀଟର ଅଧିବାସୀମାନଙ୍କ ସମ୍ବନ୍ଧରେ ସେମାନଙ୍କର ଜଣେ ଲେଖକ କହିଛନ୍ତି: “କ୍ରୀଟୀୟମାନେ ସର୍ବଦା ମିଥ୍ୟାବାଦୀ, ସେମାନେ ହିଂସ୍ରପଶୁବତ୍; ଶ୍ରମକାତର ଓ ଉଦରମ୍ଭରି।”
13
ତାଙ୍କର ଏହି ମନ୍ତବ୍ୟ ବାସ୍ତବିକ୍ ଯଥାର୍ଥ। ଅତଏବ, ତୁମେ ସେଭଳି ଲୋକମାନଙ୍କୁ ତୀବ୍ର ଭର୍ତ୍ସନା କର। ହୁଏତ ତଦ୍ଦ୍ୱାରା ସେମାନେ ସରଳ ଧର୍ମବିଶ୍ୱାସ ପ୍ରତି ଫେରି ଆସିବେ।
14
ସତ୍ୟକୁ ପ୍ରତ୍ୟାଖ୍ୟାନ କରୁଥିବା ମନୁଷ୍ୟର ବିଧିବିଧାନ ଓ ଇହୁଦୀମାନଙ୍କର କପୋଳକଳ୍ପିତ କିମ୍ବଦନ୍ତୀଗୁଡ଼ିକୁ ବର୍ଜନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ।
15
ନିର୍ମଳ ଚରିତ୍ର ସାଧୁ ଲୋକମାନଙ୍କ ଦୃଷ୍ଟିରେ ସକଳ ବିଷୟ ପବିତ୍ର; କିନ୍ତୁ କଳୁଷିତ ଅବିଶ୍ୱାସୀମାନେ କୌଣସି ବିଷୟର ପବିତ୍ରତା ସ୍ୱୀକାର କରନ୍ତି ନାହିଁ, କାରଣ ସେମାନଙ୍କର ମନ ଓ ବିବେକ କଳୁଷିତ।
16
ସେମାନେ ଈଶ୍ୱରଙ୍କୁ ଜାଣିଛନ୍ତି ବୋଲି ଜୋର କରି କହନ୍ତି, କିନ୍ତୁ କାର୍ଯ୍ୟତଃ ସେମାନେ ଏ କଥା ଅସ୍ୱୀକାର କରନ୍ତି। ସେମାନେ ବିଦ୍ୱେଷପୂର୍ଣ୍ଣ ଏବଂ ଦୁର୍ଦ୍ଦାନ୍ତ - କୌଣସି ସତ୍କାର୍ଯ୍ୟ ସାଧନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3