bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Titus 2
Titus 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
1
ଆମ ଧର୍ମତତ୍ତ୍ୱଗୁଡ଼ିକୁ ନିର୍ଭୁଲ ଭାବରେ ଶିକ୍ଷା ଦିଅ।
2
ବୟୋଜ୍ୟେଷ୍ଠମାନଙ୍କୁ ମିତାଚାରୀ, ବିଚାରବନ୍ତ ଓ ଆତ୍ମସଂଯମୀ ହେବାକୁ ଅନୁରୋଧ କର; ସେମାନେ ଯଥାର୍ଥ ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ପରିପୂର୍ଣ୍ଣ ହୁଅନ୍ତୁ।
3
ବୟସ୍କା ସ୍ତ୍ରୀମାନଙ୍କୁ ପବିତ୍ର ଜୀବନଯାପନ କରିବାକୁ ଶିକ୍ଷା ଦିଅ। ସେମାନେ ପର କୁତ୍ସା ରଟନା ନ କରନ୍ତୁ, ନିଶା ସେବନରେ ଆସକ୍ତ ନ ହୁଅନ୍ତୁ।
4
ଯୁବତୀମାନଙ୍କୁ ପବିତ୍ରତା, ସନ୍ତାନବତ୍ସଳା, ସଂଯମୀ, ସଚ୍ଚରିତ୍ରା, ସୁଗୃହିଣୀ ଓ କରୁଣାମୟୀ ହୋଇ ସାମ୍ବୀଙ୍କର ବଶୀଭୂତା ହେବାକୁ ବୟସ୍କାମାନେ ପ୍ରେରଣା ଦିଅନ୍ତୁ। ତା’ହେଲେ, ଆମକୁ ପ୍ରଦତ୍ତ ହୋଇଥିବା ଐଶ୍ୱରିକ ବାର୍ତ୍ତା ବିରୁଦ୍ଧରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।
6
ଯୁବକମାନଙ୍କୁ ଆତ୍ମସଂଯତ ହେବାକୁ ଶିକ୍ଷା ଦିଅ।
7
ସକଳ ବିଷୟରେ ସତ୍କର୍ମ ସାଧନ କରି ତୁମେ ନିଜ ଜୀବନରେ ଆଦର୍ଶ ଦେଖାଅ। ଆନ୍ତରିକତା ଓ ଗାମ୍ଭୀର୍ଯ୍ୟ ସହ ସଂଯତ ଭାଷାରେ ଶିକ୍ଷା ଦାନ କର - ତାହାହେଲେ, କେହି ତୁମକୁ କଟୁ ସମାଲୋଚନା କରିପାରିବେ ନାହିଁ ଏବଂ ତୁମ ଶତ୍ରୁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଅଯଥା ଅଭିଯୋଗ ଆଣି ନ ପାରି ଲଜ୍ଜିତ ହେବେ।
9
ଦାସମାନେ ମୁନିବମାନଙ୍କର ବାଧ୍ୟ ହୋଇ ସବୁ ବିଷୟରେ ସେମାନଙ୍କୁ ଆପ୍ୟାୟିତ କରନ୍ତୁ; ମୁନିବମାନଙ୍କର କଥାରେ ପ୍ରତିବାଦ କରନ୍ତୁ ନାହିଁ।
10
ସେମାନେ ଚୋରି ନ କରି, ସବୁବେଳେ ନିଜର ସାଧୁତା ଓ ବିଶ୍ୱସ୍ତତାର ପରିଚୟ ଦିଅନ୍ତୁ। ତାହାହେଲେ, ସେମାନଙ୍କ ସମସ୍ତ କାର୍ଯ୍ୟକଳାପରେ ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ବିଷୟରେ ଆମ ଧର୍ମଶିକ୍ଷାକୁ ଗୌରବାନ୍ୱିତ କରିବେ।
11
ସମସ୍ତ ମାନବ ଜାତିର ମୁକ୍ତି ନିମନ୍ତେ ଈଶ୍ୱର ତାଙ୍କର ଅନୁଗ୍ରହ ପ୍ରକାଶ କରିଛନ୍ତି।
12
ପୁଣି, ତାଙ୍କର ସେହି ଅନୁଗ୍ରହ ଲାଗି ଧର୍ମଭାବଶୂନ୍ୟ ସାଂସାରିକ ଆସକ୍ତିଗୁଡ଼ିକୁ ପରିହାର କରି, ଏହି ଜଗତରେ ଆତ୍ମସଂଯତ,
13
ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।
14
ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।
15
ଏହି ସମସ୍ତ ବିଷୟ ଶିକ୍ଷା ଦିଅ ଏବଂ ତୁମର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରି ଶ୍ରୋତାମାନଙ୍କୁ ଉତ୍ସାହିତ କର। ଆବଶ୍ୟକ ସ୍ଥଳେ, ସେମାନଙ୍କୁ ଭର୍ତ୍ସନା କରି ସତର୍କ କରିଦିଅ। ତୁମକୁ ଅବଜ୍ଞା କରିବାକୁ କାହାକୁ ଅବକାଶ ଦିଅ ନାହିଁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 3 →
All chapters:
1
2
3