bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Titus 3
Titus 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
1
ଶାସକ ଓ କର୍ତ୍ତୃପକ୍ଷମାନଙ୍କର ବଶୀଭୂତ ହୋଇ ସେମାନଙ୍କ ଆଦେଶ ପାଳନ କରିବାକୁ ଓ ସମସ୍ତ ସତ୍କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ମଣ୍ଡଳୀର ସଭ୍ୟମାନଙ୍କୁ ସ୍ମରଣ କରାଇଦିଅ।
2
କାହାର କୁତ୍ସା ରଟନା ନ କରି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ଭାବରେ ଚଳିବାକୁ ଓ ସମସ୍ତଙ୍କ ପ୍ରତି ସୌଜନ୍ୟ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଉପଦେଶ ଦିଅ।
3
ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।
4
କିନ୍ତୁ ମୁକ୍ତିଦାତା ଈଶ୍ୱର ନିଜେ ଆମ୍ଭମାନଙ୍କ ପ୍ରତି ତାଙ୍କର ଦୟା ଓ ପ୍ରେମ ପ୍ରକାଶ କରି ଆମକୁ ରକ୍ଷା କରିଛନ୍ତି। ଆମ ସତ୍କର୍ମର ଫଳ ସ୍ୱରୂପ ଏହା ହୋଇନାହିଁ। କେବଳ ତାଙ୍କ ଅନୁଗ୍ରହରେ ପବିତ୍ର ଆତ୍ମାଙ୍କ ସ୍ପର୍ଶ ଦ୍ୱାରା ଆମ ପାପ ସବୁ ଧୋଇ ହୋଇଯାଇଛି ଏବଂ ଆମେ ନୂତନ ଜନ୍ମ ଲାଭ କରି ପରିତ୍ରାଣ ପାଇଛୁ।
6
ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏସବୁ ସମ୍ଭବ ହୋଇଛି। ତାଙ୍କ ଲାଗି ଈଶ୍ୱର ଆମ୍ଭମାନଙ୍କୁ ପ୍ରଚୁର ପରିମାଣରେ ପବିତ୍ର ଆତ୍ମାଙ୍କର ଶକ୍ତିଦାନ କରିଛନ୍ତି।
7
ତାଙ୍କ ଅନୁଗ୍ରହରୁ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ, ଆମ୍ଭମାନଙ୍କ ଭରସା ଅନୁଯାୟୀ ଅନନ୍ତ ଜୀବନରେ ପ୍ରବେଶ କରିବାକୁ ସୁଯୋଗ ପାଇଛୁ।
8
ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।
9
ଅବାନ୍ତର ଯୁକ୍ତିତର୍କ, ପୂର୍ବପୁରୁଷମାନଙ୍କର ଦୀର୍ଘ ନାମ ତାଲିକା ଓ ଶାସ୍ତ୍ରାର୍ଥ ନେଇ ଅଯଥା ବାକ୍ବିତଣ୍ଡା, କଳହ ଓ ବିବାଦ ସବୁ ପରିହାର କର। ଏହା ମୂଲ୍ୟହୀନ ଓ ନିରର୍ଥକ।
10
ବିଭେଦ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଦୁଇ ଥର ସତର୍କବାଣୀ ଶୁଣାଇ ଦିଅ। ତେବେ ସୁଦ୍ଧା ସେ ଯଦି ନ ଶୁଣେ, ତା’ ସହିତ ସମ୍ପର୍କ ତୁଟାଇ ଦିଅ।
11
ତୁମେ ଜାଣିଛ, ଏଭଳି ବ୍ୟକ୍ତି କିପରି ଦୁର୍ନୀତିଗ୍ରସ୍ତ - ତା’ର କାର୍ଯ୍ୟକଳାପ ଦ୍ୱାରା ସେ ଆପଣାକୁ ପାପିଷ୍ଠ ବୋଲି ନିଜେ ପ୍ରମାଣିତ କରେ।
12
ମୁଁ ଯେତେବେଳେ ତୁମ ନିକଟକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି, ତୁମେ ନିକପଲିକୁ ଆସିବା ପାଇଁ ଯଥାସାଧ୍ୟ ଚେଷ୍ଟା କର - ସେଠାରେ ମୁଁ ଶୀତଋତୁ କଟାଇବାକୁ ସ୍ଥିର କରିଛି।
13
ଶାସ୍ତ୍ରଗୁରୁ ଜୀନା ଓ ଆପୋଲୋଭ୍କ ପର୍ଯ୍ୟଟନ ପାଇଁ ଯାହା ଯାହା ଆବଶ୍ୟକ, ସବୁ ଯୋଗାଇ ଦେଇ, ଯାତ୍ରାରମ୍ଭ କରିବାକୁ ସେମାନଙ୍କୁ ସାହାଯ୍ୟ କର।
14
ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।
15
ଏଠାରେ ମୋ’ ସାଙ୍ଗରେ ଥିବା ସମସ୍ତେ ତୁମକୁ ଶୁଭେଚ୍ଛା ଜଣାଉଛନ୍ତି। ସମବିଶ୍ୱାସୀ ବନ୍ଧୁମାନଙ୍କୁ ଆମର ଶୁଭେଚ୍ଛା ଜଣାଇଦିଅ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟବର୍ତ୍ତୀ ହେଉ।
← Chapter 2
Jump to:
Chapter 1
Chapter 2
Chapter 3
All chapters:
1
2
3