bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Colossians 1
Colossians 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ
2
କଲସୀରେ ରହୁଥିବା ଖ୍ରୀଷ୍ଟଙ୍କଠାରେ ପବିତ୍ର ଓ ବିଶ୍ୱସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି: ଆମର ପିତା ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।
3
ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ।
4
ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ।
5
ତୁମ୍ଭମାନଙ୍କର ଭରସା ହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ ଓ ସାଧୁମାନଙ୍କୁ ପ୍ରେମ କରୁଛ। ତୁମ୍ଭେ ଯେଉଁ ବିଷୟ ଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭେମାନେ ଯେତେବେଳେ ସତ୍ଶିକ୍ଷା ବା ସୁସମାଗ୍ଭର ଶୁଣିଥିଲ, ସେତେବେଳେ ଏହି ଭରସା ବିଷୟରେ ଜାଣିଥିଲ।
6
ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ।
7
ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ।
8
ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି।
9
ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ: ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ;
10
ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ;
11
ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ। ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ
12
ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି
13
ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି।
14
ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।
15
ଯେତେବେଳେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ଦେଖୁ କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି।
16
ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ, ସମସ୍ତ ଆଧ୍ୟାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।
17
ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ। ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି।
18
ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ। ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।
19
ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ବାସ କରିବାକୁ ପସନ୍ଦ କଲେ।
20
ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ୱର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ। ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ୱାରା ପରମେଶ୍ୱର ଶାନ୍ତି ଆଣିଲେ।
21
ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ।
22
କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ।
23
ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।
24
ମଣ୍ଡଳୀ ପାଇଁ ପାଉଲଙ୍କ କାମ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି।
25
ପରମେଶ୍ୱର ମୋତେ ମଣ୍ଡଳୀର ଜଣେ ସେବକ ହେବା ପାଇଁ ଏକ ବିଶେଷ କାମ ଦେଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାଯ୍ୟ କରୁଛି। ମୋ’ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା।
26
ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ୟଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସେହି ଗୁପ୍ତ ସତ୍ୟ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା।
27
ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା।
28
ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।
29
ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4