bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Colossians 4
Colossians 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
1
ମାଲିକମାନେ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସେବକମାନଙ୍କୁ ଦିଅ। ମନେରଖ ଯେ ସ୍ୱର୍ଗରେ ତୁମ୍ଭମାନଙ୍କର ମଧ୍ୟ ଜଣେ ମାଲିକ ଅଛନ୍ତି।
2
ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ପରାମର୍ଶ ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲାବେଳେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ।
3
ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ।
4
ମୁଁ ଯେପରି ଏହି ସତ୍ୟ ଲୋକମାନଙ୍କ ଆଗରେ ସ୍ପଷ୍ଟ କରି ପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍।
5
ଅବିଶ୍ୱାସୀ ଲୋକମାନଙ୍କ ସହିତ ବ୍ୟବହାର କଲାବେଳେ ବୁଦ୍ଧି ସହ ବ୍ୟବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପଯୋଗ କର।
6
କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।
7
ପାଉଲଙ୍କ ସାଥୀମାନଙ୍କ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ।
8
ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭେମାନେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣ।
9
ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ୱାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠାରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।
10
ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମୋ’ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ୱାଗତ କରିବ।
11
ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।
12
ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ପରିପକ୍ୱ ହୁଅ, ଓ ପରମେଶ୍ୱର ଯାହାକିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି।
13
ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ।
14
ଦୀମା ଓ ଆମ୍ଭର ପ୍ରିୟ ବୈଦ୍ୟ ଲୂକ ନମସ୍କାର କରୁଛନ୍ତି।
15
ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ।
16
ଏହି ପତ୍ରଟି ତୁମ୍ଭ ପାଖରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ୟ ତୁମ୍ଭେମାନେ ପଢ଼।
17
ଆର୍ଖିପ୍ପଙ୍କୁ କୁହ: “ପ୍ରଭୁ ଯେଉଁ କାମ ତୁମ୍ଭକୁ ଦେଇଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହୋଇ କର।”
18
ମୁଁ ପାଉଲ, ନିଜ ହସ୍ତାକ୍ଷରରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମୋର ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କର ଅନୁଗ୍ରହ ରହୁ। ଆମେନ୍।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
All chapters:
1
2
3
4