bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Colossians 2
Colossians 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦିକୀଆରେ ଥିବା ଲୋକମାନଙ୍କୁ ଓ ମୋତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ମୁଁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି।
2
ମୁଁ ଇଚ୍ଛା କରେ ଯେ ସେମାନେ ପ୍ରେମରେ ବାନ୍ଧି ହୋଇ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ୟ ଇଚ୍ଛା କରେ ଯେ ସେମାନେ ବୋଧଶକ୍ତି ଦ୍ୱାରା ପ୍ରାପ୍ତ ଦୃଢ଼ ବିଶ୍ୱାସରେ ଧନୀ ହୁଅନ୍ତୁ। ମୋର ଇଚ୍ଛା ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ୱାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ୟ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ।
3
ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି।
4
ମୋର ଏପରି କହିବା ଉଦ୍ଦେଶ୍ୟ ଯେ ତୁମ୍ଭମାନଙ୍କୁ ଯେପରି କେହି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ୟ ଶିକ୍ଷା ଦ୍ୱାରା ବିଭ୍ରାନ୍ତ କରି ନ ଦେଉ।
5
ମୁଁ ମୋ’ ଶରୀରରେ ତୁମ୍ଭ ସହିତ ସେଠାରେ ନାହିଁ, କିନ୍ତୁ ମୋର ଆତ୍ମା ସେଠାରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠାରେ ବଳିଷ୍ଠ ବିଶ୍ୱାସ ଦେଖି ପ୍ରସନ୍ନ ଅଟେ।
6
ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ: ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ।
7
ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।
8
ସାବଧାନ ରୁହ, ଯେପରି କେହି ତୁମ୍ଭକୁ ଅନର୍ଥକ, ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ୟଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ୟହୀନ ଧାରଣା।
9
ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ପାର୍ଥିବ ଶରୀର ଧାରଣ କରି ବାସ କଲେ।
10
ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। ସେ ହେଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ।
11
ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି।
12
ତୁମ୍ଭେ ଯେତେବେଳେ ବାପ୍ତିଜିତ ହୋଇଥିଲ, ତୁମ୍ଭର ପୁରୁଣା ସ୍ୱଭାବର ମୃତ୍ୟୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ କବର ପ୍ରାପ୍ତ ହେଲ। ସେହି ବାପ୍ତିସ୍ମରେ ପରମେଶ୍ୱରଙ୍କ ଶକ୍ତିରେ ତୁମ୍ଭେ ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁତ୍ଥିତ ହେଲ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେତେବେଳେ ପରମେଶ୍ୱରଙ୍କ ଶକ୍ତି ଦେଖା ଯାଇଥିଲା।
13
ତୁମ୍ଭେ ନିଜର ପାପ ହେତୁରୁ ଏବଂ ତୁମ୍ଭର ପାପ ସ୍ୱଭାବ ହେତୁ ସ୍ୱାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ୱର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ୱର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ୟ କଲେ।
14
ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ୱାରା, ଆମ୍ଭ ବିରୁଦ୍ଧରେ ଲେଖା ଯାଇଥିବା ଚିଠାଟିକୁ ପରମେଶ୍ୱର ବ୍ୟର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସେହି ଚିଠାକୁ ପରମେଶ୍ୱର ନେଇଗଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ।
15
ପରମେଶ୍ୱର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ୱାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜୟୀ ହେଲେ। ପରମେଶ୍ୱର ସଂସାରକୁ ଦେଖାଇ ଦେଲେ ଯେ ସେମାନେ ଶକ୍ତିହୀନ ଅଟନ୍ତି।
16
ମନୁଷ୍ୟନିର୍ମିତ ନିୟମଗୁଡ଼ିକୁ ମାନ ନାହିଁ ତେଣୁ ଯିହୂଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ) ବିଷୟରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।
17
ପୂର୍ବ କାଳରେ ଏଗୁଡ଼ିକ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାୟା ମାତ୍ର ଥିଲା। କିନ୍ତୁ ଯାହାସବୁ ଘଟିବାକୁ ଥିଲା, ସେଗୁଡ଼ିକର ବାସ୍ତବରୂପ ହେଉଛନ୍ତି ଖ୍ରୀଷ୍ଟ।
18
କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି।
19
ସେମାନେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନରେ ରଖନ୍ତି ନାହିଁ। ସମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ୟ ପରସ୍ପରକୁ ସାହାଯ୍ୟ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରଖେ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଶରୀର ବୃଦ୍ଧି ପାଏ।
20
ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ୟ ଏପରି ବ୍ୟବହାର କରୁଛ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ’ଣ ପାଇଁ ପାଳନ କରୁଛ:
21
“ଏହା ଖାଅ ନାହିଁ।”, “ତାହା ଗ୍ଭଖ ନାହିଁ।”, “ସେ ଜିନିଷକୁ ଛୁଅଁ ନାହିଁ।”
22
ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ।
23
ଏହି ବ୍ୟବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ୟ ମନୁଷ୍ୟ ଦ୍ୱାରା ଗଠନ କରାଯାଇଥିବା ଧର୍ମର ଗୋଟିଏ ଗୋଟିଏ ଅଂଶ, ଯାହାଦ୍ୱାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସେମାନଙ୍କୁ ସେମାନଙ୍କର ପାପ ସ୍ୱଭାବ ଓ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ସାହାଯ୍ୟ କରେ ନାହିଁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4