bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hosea 2
Hosea 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 3 →
1
“ତା’ପରେ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ କହିବ, ‘ତୁମ୍ଭେମାନେ ଆମ୍ଭର ଲୋକ।’ ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କହିବ, ‘ସେ ତୁମ୍ଭମାନଙ୍କୁ ଦୟା ଦେଖାଇଛନ୍ତି।’”
2
“ମାଙ୍କ ସହିତ ଯୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା’ର ସ୍ୱାମୀ ନୁହଁ। ବେଶ୍ୟା ପରି ନ ହେବାକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ରେମିକମାନଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି ସେମାନଙ୍କୁ ଦୂରେଇ ଦିଅନ୍ତୁ।
3
ଯଦି ସେ ତା’ର ବ୍ୟଭିଗ୍ଭରିତା ବନ୍ଦ ନ କରେ, ତେବେ ଆମ୍ଭେ ତାକୁ ଉଲଗ୍ନ କରିବା, ସେ ଯେପରି ଜନ୍ମ ହେବା ସମୟରେ ନମ୍ର ଥିଲା। ଆମ୍ଭେ ତା’ର ସମସ୍ତ ଲୋକମାନଙ୍କୁ ନେଇଯିବା ଏବଂ ସେ ମରୁଭୂମି ପରି ଶୂନ୍ୟ ହୋଇଯିବ। ଆମ୍ଭେ ତାକୁ ଶୋଷରେ ମାରିବା।
4
ତା’ର ପିଲାମାନଙ୍କ ଉପରେ ଆମ୍ଭର ଦୟା ନାହିଁ କାରଣ ସେମାନେ ଜାରଜ ସନ୍ତାନ।
5
ସେମାନଙ୍କର ମା ବେଶ୍ୟାପରି କାମ କରିଅଛି। ସେମାନଙ୍କର ମାଙ୍କ କୃତ କର୍ମ ପାଇଁ ଲଜ୍ଜିତ ହେବା ଉଚିତ୍। ସେ କହିଲା, ‘ମୁଁ ମୋର ପ୍ରେମିକମାନଙ୍କ ପାଖକୁ ଯିବି। ମୋର ପ୍ରେମିକମାନେ ମୋତେ ଖାଦ୍ୟ ଓ ପାଣି ଦେବେ। ସେମାନେ ମୋତେ ପଶମ ଓ ଲାଇଲନ୍ ଦେବେ। ସେମାନେ ମୋତେ ଦ୍ରାକ୍ଷାରସ ଓ ଅଲିଭ୍ ତେଲ ଦେବେ।’
6
“ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ୱାରା ଅବରୋଧ କରିବା। ତା’ର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳରେ ସେ ଆଉ ପଥ ପାଇବ ନାହିଁ।
7
ସେ ତା’ର ପ୍ରିୟ ପ୍ରେମିକ ପଛରେ ଧାଇଁବ, କିନ୍ତୁ ସେ ସେମାନଙ୍କୁ ମଧ୍ୟ ଧରି ପାରିବ ନାହିଁ। ସେ ସେମାନଙ୍କୁ ବହୁ ଖୋଜିବ କିନ୍ତୁ ପାଇପାରିବ ନାହିଁ। ତା’ପରେ ସେ କହିବ, ‘ମୁଁ ମୋର ପ୍ରଥମ ପ୍ରେମିକ, ପରମେଶ୍ୱରଙ୍କ ନିକଟକୁ ଫେରିଯିବି। ତାଙ୍କ ପାଖରେ ଥିଲା ବେଳେ ମୋର ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।’
8
“ସେ ଜାଣି ନ ଥିଲା ଆମ୍ଭେ ଯିଏ କି ତାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା, ରୂପା ତାକୁ ଦେଇ ଗ୍ଭଲିଥିଲୁ। କିନ୍ତୁ ଇସ୍ରାଏଲୀୟମାନେ ସେହି ସୁନା ଓ ରୂପାକୁ ବାଲ୍ର ମୂର୍ତ୍ତି ତିଆରିରେ ବ୍ୟବହାର କଲେ।
9
ତେଣୁ ଆମ୍ଭେ ଫେରି ଆସିବା। ଆମ୍ଭେ ଆମ୍ଭର ସେହି ସମୟରେ ଅମଳ ହେଉଥିବା ଶସ୍ୟ ଫେରାଇ ନେବା। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା ବେଳେ ଆମ୍ଭେ ତାକୁ ଫେରାଇ ନେବା। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫେରାଇ ନେବା। ଆମ୍ଭେ ସେଗୁଡ଼ିକୁ ତା’ର ଶରୀର ଆବୃତ କରିବାକୁ ଦେଇଥିଲୁ।
10
ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦେବା। ତା’ର ଉଲଗ୍ନ ଶରୀର ତା’ର ପ୍ରେମିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତାକୁ କେହି ରକ୍ଷା କରି ପାରିବେ ନାହିଁ।
11
ଆମ୍ଭେ ସଦାପ୍ରଭୁ ତା’ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ସମସ୍ତ ଭୋଜିକୁ ବନ୍ଦ କରିଦେବା।
12
ଆମ୍ଭେ ତା’ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା’ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ।
13
“ସେ ବାଲ୍କୁ ସେବା କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦେବା। ସେ ବାଲ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା’ର ଅଳଙ୍କାର, ନାକରେ ଗହଣା ପିନ୍ଧି ସେହି ମିଥ୍ୟା ପ୍ରେମିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିଯାଇଥିଲା।” ସଦାପ୍ରଭୁ ଏହା କହିଲେ।
14
“ତେଣୁ ଆମ୍ଭେ ତାକୁ ପ୍ରେମବାଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନେଇ କୋମଳ କଥା କହିବା।
15
ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା’ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।”
16
ସଦାପ୍ରଭୁ ଏହା କୁହନ୍ତି, “ସେ ସମୟରେ ତୁମ୍ଭେ ଆମ୍ଭକୁ ‘ଆମ୍ଭ ସ୍ୱାମୀ’ ବୋଲି ଡାକିବ। ମାତ୍ର ତୁମ୍ଭେ ଆମ୍ଭକୁ ‘ଆମ୍ଭ ମୁନିବ’ ବୋଲି ଡାକିବ ନାହିଁ।
17
ଆମ୍ଭେ ତା’ର ମୁଖରୁ ବାଲ୍ ଡାକ କାଢ଼ିଦେବା। ତା’ପରେ ଲୋକେ ବାଲ୍ର ନାମ ଆଉ ପୁନର୍ବାର ବ୍ୟବହାର କରିବେ ନାହିଁ।
18
“ସେତେବେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଭାଙ୍ଗି ଦେବା ଏବଂ ଆମ୍ଭେ ସେମାନଙ୍କୁ ନିରାପଦରେ ଶୟନ କରିବାକୁ ଦେବା।
19
ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ରେମ, ସାଧୁତା, ନ୍ୟାୟ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା।
20
ତୁମ୍ଭକୁ ଆମ୍ଭର ବିଶ୍ୱସ୍ତ ପତ୍ନୀ କରିବା। ସେତେବେଳେ ତୁମ୍ଭେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ।
21
ସେତେବେଳେ ଆମ୍ଭେ ଉତ୍ତର ଦେବା।” ସଦାପ୍ରଭୁ ଏହା କହନ୍ତି। “ଆମ୍ଭେ ଆକାଶକୁ କହିବା ଏବଂ ସେ ପୃଥିବୀକୁ ବର୍ଷା ଦେବେ।
22
ପୃଥିବୀ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ଯିଷ୍ରିୟେଲର ଗ୍ଭହିଦା ପୂରଣ କରିବ।
23
ଆମ୍ଭେ ଇସ୍ରାଏଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, ‘ତୁମ୍ଭେ ଆମ୍ଭ ଲୋକ’ ଏବଂ ସେମାନେ ମୋତେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 3 →
All chapters:
1
2
3
4
5
6
7
8
9
10
11
12
13
14