bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hosea 9
Hosea 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 10 →
1
ନିର୍ବାସିତମାନଙ୍କର ଦୁଃଖ ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ।
2
କିନ୍ତୁ ସେହି ଖଳାର ଶସ୍ୟ ଇସ୍ରାଏଲକୁ ପ୍ରଚୁର ଖାଦ୍ୟ ଦେବ ନାହିଁ। ସେଠାରେ ମଧ୍ୟ ପ୍ରଚୁର ଦ୍ରାକ୍ଷାରସ ଇସ୍ରାଏଲ ପାଇଁ ହେବ ନାହିଁ।
3
ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କ ରାଜ୍ୟରେ ରହିପାରିବେ ନାହିଁ। ଇଫ୍ରୟିମ ମିଶରକୁ ଫେରିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସେହି ଖାଦ୍ୟ ସେମାନେ ଖାଇବେ।
4
ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନୈବେଦ୍ୟ ଉତ୍ସର୍ଗ କରିବେ ନାହିଁ। ସେମାନେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସେମାନଙ୍କର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧରେ ଖାଦ୍ୟ ଭକ୍ଷ୍ୟଣ ପରି ହେବ। ଯେ ଏହାକୁ ଭକ୍ଷ୍ୟଣ କରିବ ସେ ଅପବିତ୍ର ହେବ। ସେମାନଙ୍କର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ ନାହିଁ। ସେମାନେ ନିଜେ ସେହି ରୋଟୀକୁ ଭକ୍ଷ୍ୟଣ କରିବେ।
5
ସେମାନେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହେବେ ନାହିଁ।
6
ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।
7
ପ୍ରକୃତ ଭବିଷ୍ୟଦ୍ବକ୍ତାଙ୍କୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କଲା ଭବିଷ୍ୟଦ୍ବକ୍ତା କହନ୍ତି, “ଇସ୍ରାଏଲ, ଏହି ନୀତିଗୁଡ଼ିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିଯାଇଛି। ତୁମ୍ଭେ ଯେଉଁ ମନ୍ଦକାର୍ଯ୍ୟ କରିଥିଲ ତା’ର ଫଳ ପାଇବା ସମୟ ଆସି ଯାଇଛି।” କିନ୍ତୁ ଇସ୍ରାଏଲର ଲୋକେ କହନ୍ତି, “ଭବିଷ୍ୟଦ୍ବକ୍ତା ଜଣେ ନିର୍ବୋଧ। ପରମେଶ୍ୱରଙ୍କ ଆତ୍ମା ସହିତ ଏହି ବ୍ୟକ୍ତି ପାଗଳ।” ଭବିଷ୍ୟଦ୍ବକ୍ତା କହନ୍ତି, “ତୁମ୍ଭେମାନେ ତୁମ୍ଭମାନଙ୍କ ଜଘନ୍ୟ ପାପ ଲାଗି ଦଣ୍ତିତ ହେବ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହେବ।”
8
ଭବିଷ୍ୟଦ୍ବକ୍ତା ଇଫ୍ରୟିମ, ମୋର ପରମେଶ୍ୱରଙ୍କ ଲୋକ ଉପରେ ଜଗୁଆଳି ଅଟେ। କିନ୍ତୁ ପଥ ମଧ୍ୟରେ ଅନେକ ଫାଶ ଅଛି ଏବଂ ଲୋକମାନେ ଭବିଷ୍ୟଦ୍ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ୱରଙ୍କ ଘରେ ମଧ୍ୟ ଶତ୍ରୁତା ରହିଛି।
9
ଗିବିୟାର ସମୟ ପରି ଇସ୍ରାଏଲୀୟମାନେ ଧ୍ୱଂସର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ। ସେ ସେମାନଙ୍କ ପାପ ଲାଗି ଦଣ୍ତ ଦେବେ।
10
ପ୍ରତିମାପୂଜା ଲାଗି ଇସ୍ରାଏଲ ଧ୍ୱଂସ ହୁଏ “ସେହି ସମୟରେ ଆମ୍ଭେ ଇସ୍ରାଏଲକୁ ପାଇଲୁ, ସେମାନେ ମରୁଭୂମିରେ ସତେଜ ଦ୍ରାକ୍ଷାଲତା ସଦୃଶ ଥିଲେ। ସେମାନେ ଡିମ୍ବିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସେମାନେ ଯେତେବେଳେ ବାଲ୍-ପିୟୋର ନିକଟକୁ ଆସିଲେ ସେମାନେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡ଼ିକୁ ଭକ୍ତି କଲେ। ତା’ପରେ ସେମାନେ ଭଲ ପାଉଥିବା ଜିନିଷଗୁଡ଼ିକ ଘୃଣ୍ୟ ହେଲା।
11
ଇସ୍ରାଏଲୀୟମାନେ ନିଃସନ୍ତାନ ହେବେ “ଇଫ୍ରୟିମର ଗୌରବ ପକ୍ଷୀ ସଦୃଶ ଉଡ଼ିଯିବ। ଅଧିକ ଗର୍ଭଧାରଣ ହେବ ନାହିଁ, ଅଧିକ ଶିଶୁ ଜନ୍ମ ହେବେ ନାହିଁ।
12
ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।”
13
ଆମ୍ଭେ ଦେଖି ପାରୁଛୁ ଇଫ୍ରୟିମ ତା’ର ପିଲାମାନଙ୍କୁ ଯନ୍ତା ମଧ୍ୟକୁ ନେଉଛି। ଇଫ୍ରୟିମ ତା’ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।
14
ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସେମାନଙ୍କୁ ଦିଅ। ଶିଶୁହରା ଗର୍ଭାଶୟ ସେମାନଙ୍କୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସେମାନଙ୍କୁ ଦିଅ।
15
ସେମାନଙ୍କର ସମସ୍ତ ମନ୍ଦକାର୍ଯ୍ୟ ଗିଲ୍ଗଲ୍ରେ ଅଛି। ଆମ୍ଭେ ସେମାନଙ୍କୁ ସେଠାରେ ଘୃଣା କରିବା ଆରମ୍ଭ କଲୁ। ଆମ୍ଭର ଗୃହ ପରିତ୍ୟାଗ କରିବାକୁ ଆମ୍ଭେ ସେମାନଙ୍କୁ ବାଧ୍ୟ କରିବା, କାରଣ ସେମାନେ ମନ୍ଦକାର୍ଯ୍ୟ କରନ୍ତି। ଆମ୍ଭେ ସେମାନଙ୍କୁ ଆଉ ଭଲ ପାଇବା ନାହିଁ। ସେମାନଙ୍କର ନେତାମାନେ ବିଦ୍ରୋହି, ସେମାନେ ଆମ୍ଭର ବିରୁଦ୍ଧରେ ଯାଇଛନ୍ତି।
16
ଇଫ୍ରୟିମ ଦଣ୍ତିତ ହେବ। ସେମାନଙ୍କର ମୂଳ ମରିଯାଇଛି। ସେମାନଙ୍କର ଆଉ ଅଧିକ ସନ୍ତାନ ହେବେ ନାହିଁ। ସେମାନେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସେମାନଙ୍କର ମହାନ ସନ୍ତାନଙ୍କୁ ଆମ୍ଭେ ହତ୍ୟା କରିବା।
17
ଏହି ଲୋକମାନେ ମୋର ପରମେଶ୍ୱରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସେମାନଙ୍କ କଥା ଶୁଣିବେ ନାହିଁ। ସେମାନେ ବସହରା ହୋଇ ଯାଯାବର ପରି ଏଣେତେଣେ ଦେଶର ସବୁଆଡ଼େ ବୁଲିବେ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 10 →
All chapters:
1
2
3
4
5
6
7
8
9
10
11
12
13
14