bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Hosea 7
Hosea 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 8 →
1
“ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା। ତା’ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା। ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ। ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ।
2
ସେମାନଙ୍କର ଦୋଷକୁ ଆମ୍ଭେ ସ୍ମରଣ କରିବା ସେହି ଲୋକମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଯେଉଁ ମନ୍ଦକାର୍ଯ୍ୟସବୁ ଗ୍ଭରିଆଡ଼େ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।
3
ସେମାନଙ୍କର ମନ୍ଦକାର୍ଯ୍ୟ ସେମାନଙ୍କର ରାଜାଙ୍କୁ ଖୁସୀ କରେ। ସେମାନଙ୍କର ମିଥ୍ୟା ସେମାନଙ୍କର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।
4
ସମସ୍ତ ଲୋକମାନେ ବ୍ୟଭିଗ୍ଭରୀ ଅଟନ୍ତି। ସେମାନେ ରୋଟୀ ପ୍ରସ୍ତୁତକାରୀ ତୁନ୍ଦୁରର ଉତ୍ତପ୍ତଠାରୁ ଅଧିକ ଉତ୍ତପ୍ତ ଥିବା ତୁନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି। ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ, ଯେଉଁ ପର୍ଯ୍ୟନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତେଜିତ କରେ ନାହିଁ। କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।
5
ଆମ୍ଭ ରାଜାଙ୍କ ରାଜତ୍ୱକାଳରେ ସେମାନେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। ସେମାନେ ଭୋଜିରେ ପାନୀୟ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପରେ ନେତୃମଣ୍ତଳୀ ଅସୁସ୍ଥ ହୋଇପଡ଼ନ୍ତି। ତେଣୁ ରାଜା ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।
6
କୋଇଲାକୁ ଚୁଲ୍ଲୀରେ ଦେବାପରି ସେମାନେ ତାଙ୍କର ହୃଦୟକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରିତ କରନ୍ତି। ରାତ୍ରିସାରା ସେମାନଙ୍କ ଉତ୍କଣ୍ଠା କୁହୁଳୁ ଥାଏ ଏବଂ ଏହା ପ୍ରଭାତରେ ଜ୍ୱଳନ୍ତ ଅଗ୍ନିପରି ହୁଏ।
7
ସେମାନେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି। ସେମାନେ ସେମାନଙ୍କର ଶାସକକୁ ଧ୍ୱଂସ କଲେ। ସମସ୍ତ ରାଜାଙ୍କର ପତନ ହେଲା। କୌଣସି ଜଣେ ବ୍ୟକ୍ତି ମୋତେ ସାହାଯ୍ୟ ଭିକ୍ଷା କରି ନ ଥିଲେ।
8
Israel and the Nations “ଇଫ୍ରୟିମ ଗୋଷ୍ଠୀଗଣ ସହିତ ମିଶେ। ସେ ସେହି ପିଠା ସଦୃଶ ଯାହାର ଉଭୟ ପାଖ ସେକା ହୋଇ ନାହିଁ।
9
ଇଫ୍ରୟିମ, ଜାଣେ ନାହିଁ ତା’ର ଶକ୍ତି ବିଦେଶୀମାନଙ୍କ ଦ୍ୱାରା ନିସ୍ତେଜ ହୋଇଯାଇଛି। ତା’ର ବୃଦ୍ଧାବସ୍ଥା ଆସୁଛି ବୋଲି ସେ ଜାଣେ ନାହିଁ।
10
ଇଫ୍ରୟିମର ଗର୍ବ ତା’ ବିରୁଦ୍ଧରେ ସାକ୍ଷୀ ଦିଏ। ଯଦିଓ ଲୋକମାନଙ୍କର ଅନେକଗୁଡ଼ିଏ ଦୁଃଖ ଥିଲା, ତଥାପି ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ନ ଥିଲେ କି ସଦାପ୍ରଭୁଙ୍କର ସାହାଯ୍ୟ ମାଗି ନ ଥିଲେ।
11
ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି। ତା’ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।
12
ସେମାନେ ଯେଉଁ ଯେଉଁ ଦେଶକୁ ସାହାଯ୍ୟ ପାଇଁ ଯିବେ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ଜାଲ ବିଛାଇ ଦେବା ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘେନି ଆସିବା। ସେମାନଙ୍କର ଚୁକ୍ତି ପାଇଁ ସେମାନଙ୍କୁ ଦଣ୍ତଦେବା।
13
ସେମାନଙ୍କ ପାଇଁ ଏହା ଅତି ମନ୍ଦ ହେବ। ସେମାନେ ଆମ୍ଭଙ୍କୁ ପରିତ୍ୟାଗ କରିଥିଲେ ଏବଂ ଅମାନ୍ୟ କରିଥିଲେ। ତେଣୁ ସେମାନେ ବିନଷ୍ଟ ହେବେ। ଆମ୍ଭେ ସେମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କହୁଛନ୍ତି।
14
ସେମାନେ କେବେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସେମାନେ ସେମାନଙ୍କ ବିଛଣାରେ କ୍ରନ୍ଦନ କରନ୍ତି। ଯେତେବେଳେ ସେମାନେ ମୂର୍ତ୍ତିଗୁଡ଼ିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସେମାନେ ନିଜେ ନିଜକୁ ହତ୍ୟା କରନ୍ତି। କିନ୍ତୁ ସେମାନଙ୍କ ଅନ୍ତରସବୁ ମୋ’ଠାରୁ ଦୂରେଇ ଯାଇଛି।
15
ଯଦିଓ ଆମ୍ଭେ ସେମାନଙ୍କୁ ତାଲିମ ଦେଇ ଶୃଙ୍ଖଳିତ କଲୁ ଓ ସେମାନଙ୍କର ବାହୁକୁ ଶକ୍ତିଶାଳୀ କରାଇଲୁ, ତଥାପି ସେମାନେ ଆମ୍ଭ ବିରୁଦ୍ଧରେ ମନ୍ଦ ଯୋଜନା କଲେ।
16
କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ। ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି ବ୍ୟବହାର କଲେ। ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ ବୃଥା ବଡ଼ିମା ଦେଖାଉଥିଲେ କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 8 →
All chapters:
1
2
3
4
5
6
7
8
9
10
11
12
13
14