bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Micah 1
Micah 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 2 →
1
ଶମରିୟା ଓ ଇସ୍ରାଏଲ ଦଣ୍ତିତ ହେବେ ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ୍, ଆହସ ଓ ହିଜକିୟ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମୋରେଷ୍ଟୀୟ। ସେ ଶମରିୟା ଓ ଯିରୁଶାଲମ ବିଷୟରେ ଏହି ଦର୍ଶନ ଲାଭ କଲେ।
2
ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧରେ ସେ ସାକ୍ଷ୍ୟ ସ୍ୱରୂପ ଆସିବେ।
3
ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।
4
ତାଙ୍କର ଆଗମନରେ ପର୍ବତଗୁଡ଼ିକ ଅଗ୍ନି ନିକଟରେ ମହମ ତରଳିଲା ପରି ତରଳି ଯିବ। ଉପତ୍ୟକାଗୁଡ଼ିକ ବିଦୀର୍ଣ୍ଣ ହେବ ଏବଂ ଜଳ ଗଡ଼ାଣିରେ ବହିଲା ପରି ନିମ୍ନକୁ ଗଡ଼ି ଆସିବ।
5
କାରଣ ଯାକୁବ ଓ ଇସ୍ରାଏଲ ବଂଶର ପାପ ଯୋଗୁଁ ଏହା ଘଟିଅଛି। ଶମରିୟା-ପାପର କାରଣ ଶମରିୟା ଯାକୁବର ପାପର କାରଣ ଥିଲା। ଯିହୁଦାର ଉଚ୍ଚସ୍ଥଳୀ ଯିରୁଶାଲମ ଥିଲା।
6
ତେଣୁ ଆମ୍ଭେ ଶମରିୟାକୁ ଧ୍ୱଂସ କରିବା ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ରରେ ପରିଣତ କରିବା। କେବଳ ତା’ର ମୂଳଦୁଆକୁ ଛାଡ଼ି ଆମ୍ଭେ ଶମରିୟାର ସମସ୍ତ ପଥରଗୁଡ଼ିକୁ ଉପତ୍ୟକା ଭିତରକୁ ଫିଙ୍ଗିବା।
7
ଏହି, ତା’ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ ହେବ। ଶମରିୟାର ସମସ୍ତ ଧନ ଅଗ୍ନିରେ ଦଗ୍ଧ କରାଯିବ। ସେହି ଭଣ୍ତ ଦେବତାର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯିବ। କାରଣ ଶମରିୟା ତା’ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇ ଅର୍ଜ୍ଜନ କରିଛି। ସେଥିପାଇଁ ଶମରିୟାର ଧନସମ୍ପଦସବୁ ବାହାର କରି ନିଆଯିବ ଏବଂ ପୁଣି ବେଶ୍ୟାମାନଙ୍କର ମଜୁରୀ ରୂପେ ତାହା ବ୍ୟବହାର କରାଯିବ।
8
ମୀଖାର ଘୋର ଦୁଃଖ ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହେବି। ମୁଁ ବିବସ୍ତ୍ର ହୋଇ ଖାଲି ପାଦରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶୋକ କରିବି।
9
ଶମରିୟାର କ୍ଷତ କେବେ ପୂରଣ ହେବ ନାହିଁ। ତା’ର ପାପ ଯିହୁଦା ପର୍ଯ୍ୟନ୍ତ ବ୍ୟାପି ଅଛି। ଆଉ ମଧ୍ୟ ତାହା ମୋ’ ଲୋକମାନଙ୍କର ନଗରଦ୍ୱାର ଯିରୁଶାଲମ ପର୍ଯ୍ୟନ୍ତ ବ୍ୟାପିଅଛି।
10
ଗାଥ୍ ନଗରରେ ଏହା ଜଣାଅ ନାହିଁ। ଆଦୌ ବିଳାପ କର ନାହିଁ। ବୈଥ୍-ଲି-ଅଫ୍ରାରେ ନିଜେ ଧୂଳିରେ ଗଡ଼।
11
ହେ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ ହୋଇ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। ହେ ସାନନ ନିବାସୀଗଣ, ତୁମ୍ଭେମାନେ ବାହାରକୁ ବାହାରିବ ନାହିଁ। ହେ ବୈଥେତ୍ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢ଼ି ନିଆ ହେବା ପରି ତୁମ୍ଭେମାନେ ଶୋକ କରିବ।
12
ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ଯିରୁଶାଲମର ଦ୍ୱାରଦେଶ ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।
13
ହେ ଲାଖୀଶ୍ର ନିବାସୀଗଣ, ଦ୍ରୁତଗାମୀ ଅଶ୍ୱକୁ ନେଇ ରଥରେ ବାନ୍ଧ। ସିୟୋନର ପାପ ଲାଖୀଶ୍ରେ ଆରମ୍ଭ ହେଲା, କାରଣ ତୁମ୍ଭେମାନେ ଇସ୍ରାଏଲର ପାପକୁ ଅନୁସରଣ କଲ।
14
ତେଣୁ ତୁମ୍ଭେ ଗାଥ୍ରେ ମୋରେଷତ୍କୁ ବିଦାୟକାଳୀନ ଦାନ ଦେବ। ଅକ୍ଷୀବର ଗୃହଗୁଡ଼ିକ ଇସ୍ରାଏଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ୟ ହେବ।
15
ହେ ମାରେଶା ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ବ୍ୟକ୍ତିକୁ ଆଣିବି, ଯିଏ କି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇସ୍ରାଏଲର ଗୌରବ ଅଦୁଲ୍ଲମକୁ ଆସିବ।
16
ଏଥିପାଇଁ ତୁମ୍ଭେମାନେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିୟ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀ ପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦେଖାଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢ଼ି ନିଆଯିବ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 2 →
All chapters:
1
2
3
4
5
6
7