bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Micah 3
Micah 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 4 →
1
ଇସ୍ରାଏଲ ନେତାଗଣ ଅମଙ୍ଗଳ ପାଇଁ ଦୋଷୀ ତା’ପରେ ମୁଁ କହିଲି, “ହେ ଯାକୁବର ପ୍ରାଚୀନଗଣ ଓ ଇସ୍ରାଏଲ ବଂଶର ଶାସକଗଣ, ମୋ’ କଥା ଶୁଣ, ତୁମ୍ଭେମାନେ ନ୍ୟାୟ କ’ଣ ଜାଣିବା ଉଚିତ୍।
2
କିନ୍ତୁ ତୁମ୍ଭେମାନେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ୟ ଲୋକମାନଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ ସେମାନଙ୍କର ଅସ୍ଥିରୁ ମାଂସ କାଢ଼ି ନେଇଛ।
3
ତୁମ୍ଭେମାନେ ମୋ’ ସନ୍ତାନମାନଙ୍କୁ ଧ୍ୱଂସ କରିଛ। ତୁମ୍ଭେ ସେମାନଙ୍କର ଚର୍ମ କାଢ଼ି ନେଇଛ ଓ ସେମାନଙ୍କର ଅସ୍ଥିକୁ ଭାଙ୍ଗି ଦେଇଛ। ପାତ୍ରରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସେମାନଙ୍କ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ।
4
ତେଣୁ ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ନିବେଦନ କରିବ, କିନ୍ତୁ ସେ କୌଣସି ଉତ୍ତର ଦେବେ ନାହିଁ। ଆଉ ମଧ୍ୟ ତୁମ୍ଭେମାନେ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।”
5
ମିଥ୍ୟା ଭବିଷ୍ୟଦ୍ବକ୍ତାଗଣ କେତେକ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ୟା ବାକ୍ୟ କୁହନ୍ତି। ସଦାପ୍ରଭୁ ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସମ୍ବନ୍ଧରେ ଏହି କଥା କୁହନ୍ତି, “ଏହି ଭବିଷ୍ୟଦ୍ବକ୍ତାଗଣ ନିଜର ଉଦର ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ଯେଉଁ ଲୋକମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ସେହି ଲୋକମାନଙ୍କୁ ଶାନ୍ତି ପ୍ରଦାନ ପାଇଁ ସେମାନେ ପ୍ରତିଜ୍ଞା କରନ୍ତି। କିନ୍ତୁ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ନାହିଁ ସେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି।
6
“ଏଥିପାଇଁ ତୁମ୍ଭେମାନେ ଦର୍ଶନ ପାଇବ ନାହିଁ, ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି ହେବ। ଭବିଷ୍ୟଦ୍ରେ କ’ଣ ଘଟିବ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ। ତେଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର ହେବ। ସୂର୍ଯ୍ୟ ସେହି ଭବିଷ୍ୟଦ୍ବକ୍ତାଗଣଙ୍କ ଉପରେ ଅସ୍ତମିତ ହେବେ, ତେଣୁ ସେମାନଙ୍କ ପାଇଁ ଦିବସ ଅନ୍ଧକାର ତୁଲ୍ୟ ହେବ।
7
ଆଉ ସେହି ଦର୍ଶକମାନେ ଲଜ୍ଜିତ ହେବେ ଏବଂ ମନ୍ତ୍ରଜ୍ଞମାନେ ଉଦ୍ବିଗ୍ନ ହେବେ। ସେମାନେ କିଛି କହି ପାରିବେ ନାହିଁ କାରଣ ପରମେଶ୍ୱର ତାଙ୍କୁ କୌଣସି ଉତ୍ତର ଦେବେ ନାହିଁ।”
8
ମୀଖା ପରମେଶ୍ୱରଙ୍କର ଏକ ସାଧୁ ଭବିଷ୍ୟଦ୍ବକ୍ତା କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ ବିଗ୍ଭରରେ ଓ ପରାକ୍ରମରେ ମୁଁ ଏପରି ପରିପୂର୍ଣ୍ଣ ହେବି ଯେ, ଯାକୁବର ଅପରାଧ ଓ ଇସ୍ରାଏଲର ପାପ ବିଷୟରେ ମୁଁ ସେମାନଙ୍କୁ ଅବଗତ କରାଇବି।”
9
ଇସ୍ରାଏଲର ପ୍ରାଚୀନଗଣ ନିନ୍ଦିତ ହୁଅନ୍ତି ହେ ଯାକୁବର ବୃଦ୍ଧଗଣ ଓ ଇସ୍ରାଏଲର ଶାସକଗଣ ମୋ’ କଥା ଶୁଣ! ତୁମ୍ଭେମାନେ ନ୍ୟାୟ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ୟାୟ ଓ ଯଥାର୍ଥ ତୁମ୍ଭେମାନେ ସେ ସମସ୍ତକୁ ମିଥ୍ୟା କରୁଛ।
10
ଲୋକମାନଙ୍କ ରକ୍ତରେ ସିୟୋନକୁ ତୁମ୍ଭେ ଗଢ଼ିଛ ଓ ଅଧର୍ମ ଦ୍ୱାରା ଯିରୁଶାଲମକୁ ନିର୍ମାଣ କରିଛ।
11
ଯିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନେଇ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନେଇ ଶିକ୍ଷା ଦିଅନ୍ତି ଓ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି। ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”
12
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ୱଂସ ହେବ। ଏହା ଗ୍ଭଷ ଭୂମିରେ ପରିଣତ ହେବ। ଯିରୁଶାଲମ ମଧ୍ୟ ପ୍ରସ୍ତର ସ୍ତୁପରେ ପରିଣତ ହେବ। ମନ୍ଦିରର ପର୍ବତ ଶୂନ୍ୟ ପାହାଡ଼ ହୋଇ ବଣବୁଦାରେ ଆବୃତ ହେବ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 4 →
All chapters:
1
2
3
4
5
6
7