bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Micah 7
Micah 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
1
ମୀଖା ମନ୍ଦଲୋକଙ୍କ କାର୍ଯ୍ୟରେ ବିବ୍ରତ ହେବେ ମୁଁ ବିବ୍ରତ, କାରଣ ଫଳ ତୋଳିଲା ପରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହୋଇଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହୋଇଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତାରେ ଖାଇବାକୁ ନାହିଁ କି ମୋର ପ୍ରିୟ ପ୍ରଥମ ପକ୍ୱ ଡିମ୍ବିରି ଫଳ ନାହିଁ।
2
ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ୱସ୍ତ ଓ ଉତ୍ତମ ଲୋକ ଗ୍ଭଲି ଯାଇଛନ୍ତି। ପ୍ରତ୍ୟେକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରତ୍ୟେକ ନିଜର ଭାଇକୁ ମଧ୍ୟ ଜାଲରେ ପକାଇବାକୁ ଚେଷ୍ଟା କରୁଛନ୍ତି।
3
ଲୋକମାନେ ଦୁଇ ହାତରେ ମନ୍ଦକାର୍ଯ୍ୟ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳୟରେ ସେମାନଙ୍କର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। “ପ୍ରଧାନ ବ୍ୟକ୍ତିମାନେ” ଉତ୍ତମ ଓ ନ୍ୟାୟ ବିଗ୍ଭର କରୁ ନାହାନ୍ତି। ସେମାନେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।
4
ଏପରିକି ସେମାନଙ୍କ ମଧ୍ୟରେ ଯେ ସର୍ବୋତ୍ତମ ସେ ବୁଦାରେ କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ୟକ୍ତି ଅଧିକ ଜଟିଳ ଓ କଣ୍ଟାବାଡ଼ରେ କଣ୍ଟକ ସଦୃଶ ଅଟେ। ଶାସ୍ତିବିଧାନର ଦିନ ଆସୁଛି ତୁମ୍ଭର ଭବିଷ୍ୟଦ୍ବକ୍ତା କହିଲେ ତୁମ୍ଭ ପ୍ରହରୀମାନଙ୍କ ଦଣ୍ତ ପାଇବା ଦିନ ଆସିଛି। ବର୍ତ୍ତମାନ ତୁମ୍ଭେମାନେ ଦଣ୍ତିତ ହେବ ଓ ବ୍ୟାକୁଳ ହେବ।
5
ତୁମ୍ଭର ପ୍ରତିବାସୀ କି ମିତ୍ରଙ୍କୁ ବିଶ୍ୱାସ କର ନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖରେ ମୁଖ ଖୋଲ ନାହିଁ।
6
ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତ୍ରୁ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ୟା ମାର ବିରୁଦ୍ଧରେ ଯିବ ଓ ବୋହୂ ଶାଶୁର ବିରୁଦ୍ଧରେ କାର୍ଯ୍ୟ କରିବ।
7
ସଦାପ୍ରଭୁ ତ୍ରାଣକର୍ତ୍ତା ତେଣୁ ମୁଁ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମୋ’ ପରିତ୍ରାଣ ପାଇଁ ପରମେଶ୍ୱରଙ୍କୁ ଅପେକ୍ଷା କରିବି। ମୋର ପରମେଶ୍ୱର ମୋ’ କଥା ଶୁଣିବେ।
8
ହେ ମୋର ଶତ୍ରୁ ମୋର ପତନରେ ପରିହାସ କର ନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାରରେ ଥିଲେ ମଧ୍ୟ ସଦାପ୍ରଭୁ ମୋ’ ପାଇଁ ଆଲୋକ ହେବେ।
9
ସଦାପ୍ରଭୁ କ୍ଷମାଶୀଳ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମୋ’ ଉପରେ କ୍ରୋଧାନ୍ୱିତ ହୋଇଥିଲେ। ମାତ୍ର ସେ ମୋ’ ପାଇଁ ଯୁକ୍ତି ବାଢ଼ିବେ ଏବଂ ମୋ’ ପାଇଁ ନ୍ୟାୟ ବିଗ୍ଭର କରିବେ। ସେ ମୋତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।
10
ମୋର ଶତ୍ରୁ କହୁଥିଲେ, “ତୁମ୍ଭର ସଦାପ୍ରଭୁ ପରମେଶ୍ୱର କେଉଁଠାରେ ଅଛନ୍ତି?” ମାତ୍ର ଯେତେବେଳେ ସେ ଏହା ଦେଖିବ ସେ ଲଜ୍ଜିତ ହେବ। ସେତେବେଳେ ମୁଁ ଶତ୍ରୁକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।
11
ଯିହୂଦୀଙ୍କ ପ୍ରତ୍ୟାଗମନ ସମୟ ଆସିବ ଯେତେବେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହେବ। ସେତେବେଳେ ତୁମ୍ଭ ରାଜ୍ୟ ଉନ୍ନତି କରିବ।
12
ତୁମ୍ଭ ଲୋକମାନେ ତୁମ୍ଭ ସ୍ଥାନକୁ ଫେରି ଆସିବେ। ସେମାନେ ଅଶୂରୀୟ ଓ ମିଶରର ନଗରମାନଙ୍କରୁ ଫେରି ଆସିବେ। ତୁମ୍ଭର ଲୋକ ମିଶର ତଥା ଫରାତ୍ ନଦୀର ଆର ପାଖରୁ ଆସିବେ। ଆଉ ମଧ୍ୟ ସେମାନେ ପଶ୍ଚିମସ୍ଥ ସମୁଦ୍ର ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିବେ।
13
ତଥାପି ବାସ କରୁଥିବା ସେହି ଲୋକ ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ୱଂସ ପାଇଲା।
14
ତେଣୁ ଅଧିକାର ଦ୍ୱାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ୟର ଯତ୍ନ ନିଅ। ସେହି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପରେ ବାସ କରିବେ। ସେମାନେ ପୂର୍ବପରି ବାଶନ ଓ ଗଲିୟଦରୁ ଶସ୍ୟ ଉତ୍ପାଦନ କରି ଭୋଜନ କରିବେ।
15
ଇସ୍ରାଏଲ ତା’ର ଶତ୍ରୁକୁ ଦମନ କରିବ ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ଯ୍ୟ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା।
16
ଗୋଷ୍ଠୀସକଳ ସେହି ସମସ୍ତ ଆଶ୍ଚର୍ଯ୍ୟ କର୍ମ ଦେଖି ଲଜ୍ଜିତ ହେବେ। ସେମାନଙ୍କର “ପରାକ୍ରମ” ଆମ୍ଭ ତୁଳନାରେ କିଛି ନୁହେଁ ବୋଲି ସେମାନେ ଅନୁଭବ କରିବେ। ସେମାନେ ଚଳିତ ହୋଇ ନିଜ ନିଜ ମୁଖରେ ହସ୍ତ ଦେବେ ଓ କର୍ଣ୍ଣକୁ ଆବୃତ କରିବେ, ଶୁଣିବାରୁ ନିବୃତ୍ତ ହେବେ।
17
ସେମାନେ ସର୍ପ ପରି ଧୂଳି ଗ୍ଭଟିବେ। ସେମାନେ ଭୟରେ କମ୍ପିତ ହେବେ। ଆଉ ସେମାନେ କୀଟମାନଙ୍କ ପରି ସେମାନଙ୍କର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶେଷରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।
18
ସଦାପ୍ରଭୁଙ୍କ ପ୍ରଶଂସା ତୁମ୍ଭ ପରି ପରମେଶ୍ୱର ଆଉ ସେଠାରେ କେହି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ୟ କ୍ଷମା ଦିଅ। ତୁମ୍ଭେ ସର୍ବଦା କ୍ରୋଧିତ ହେବ ନାହିଁ କାରଣ ତୁମ୍ଭେ ସ୍ନେହ ଗ୍ଭହଁ।
19
ସେ ପୁନର୍ବାର ଫେରିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦରେ ଦଳି ଦେବେ ଓ ସମସ୍ତ ପାପକୁ ଅତଳ ସମୁଦ୍ରରେ ନେଇ ନିକ୍ଷେପ କରିବେ।
20
ହେ ପରମେଶ୍ୱର, ଯାକୁବ ପ୍ରତି ସତ୍ୟ ଓ ଅବ୍ରହାମ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠାରେ ଶପଥ କରିଥିଲ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
All chapters:
1
2
3
4
5
6
7