bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
1 Samuel 10
1 Samuel 10
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 11 →
1
ଏଥିଉତ୍ତାରେ ଶାମୁୟେଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରି ନାହାନ୍ତି?
2
ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମୀନ୍ର ସୀମାସ୍ଥିତ ସେଲ୍ସହରେ ରାହେଲ-କବର ନିକଟରେ ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ; ପୁଣି, ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ, ସେମାନେ ମିଳିଲେ; ଆଉ ଦେଖ, ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଅଣ କରିବି?’
3
ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ, ତାବୋରର ଅଲୋନ ବୃକ୍ଷ ନିକଟରେ ଉପସ୍ଥିତ ହେବ, ସେଠାରେ ଜଣେ ତିନୋଟି ଛେଳିଛୁଆ, ଆଉ ଜଣେ ତିନୋଟି ରୁଟି, ପୁଣି, ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବେଥେଲ୍କୁ ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ;
4
ପୁଣି, ସେମାନେ ତୁମ୍ଭର ମଙ୍ଗଳ ବାର୍ତ୍ତା ପଚାରି ତୁମ୍ଭକୁ ଦୁଇଗୋଟି ରୁଟି ଦେବେ; ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ।
5
ଏଉତ୍ତାରେ ତୁମ୍ଭେ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେବ, ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ଅଛନ୍ତି; ଆଉ, ସେଠାରେ ନଗର-ପ୍ରବେଶ ସ୍ଥାନକୁ ଆସିଲେ ନେବଲ ଓ ଦାରା ଓ ବଂଶୀ ଓ ବୀଣା ନେଇ ଉଚ୍ଚସ୍ଥଳୀରୁ ଓହ୍ଲାଇ ଆସିବାର ଏକ ଦଳ ଭବିଷ୍ୟଦ୍ବକ୍ତାଙ୍କ ସହିତ ତୁମ୍ଭର ସାକ୍ଷାତ ହେବ; ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରୁଥିବେ;
6
ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ଆକ୍ରାନ୍ତ କରିବେ, ତହିଁରେ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବ ଓ ପରିବର୍ତ୍ତିତ ହୋଇ ଅନ୍ୟ ପ୍ରକାର ଲୋକ ହୋଇଯିବ।
7
ଏହିସବୁ ଚିହ୍ନ ତୁମ୍ଭ ପ୍ରତି ଘଟିଲେ, ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କର; କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।
8
ମାତ୍ର ତୁମ୍ଭେ ମୋର ଆଗେ ଗିଲ୍ଗଲ୍କୁ ଯିବ; ଆଉ ଦେଖ, ମୁଁ ହୋମବଳି ଉତ୍ସର୍ଗ କରିବାକୁ ଓ ମଙ୍ଗଳାର୍ଥକ ବଳିଦାନ କରିବାକୁ ତୁମ୍ଭ କତିକି ଯିବି; ମୁଁ ତୁମ୍ଭ ନିକଟରେ ଉପସ୍ଥିତ ହୋଇ ତୁମ୍ଭର କର୍ତ୍ତବ୍ୟ ବିଷୟ ତୁମ୍ଭକୁ ଜ୍ଞାତ କରାଇବା ପର୍ଯ୍ୟନ୍ତ ତୁମ୍ଭେ ସାତ ଦିନ ବିଳମ୍ବ କରିବ।”
9
ଏଥିଉତ୍ତାରେ ସେ ଶାମୁୟେଲଙ୍କ ନିକଟରୁ ଯିବା ପାଇଁ ପିଠି ଫେରାନ୍ତେ, ପରମେଶ୍ୱର ତାଙ୍କର ଅନ୍ୟ ଅନ୍ତଃକରଣ କରିଦେଲେ ଓ ସେହି ଦିନ ସେସମସ୍ତ ଚିହ୍ନ ଘଟିଲା।
10
ଏଥିଉତ୍ତାରେ ସେମାନେ ସେସ୍ଥାନରେ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ଦଳ ଭବିଷ୍ୟଦ୍ବକ୍ତା ତାଙ୍କୁ ଭେଟିଲେ; ପୁଣି, ପରମେଶ୍ୱରଙ୍କ ଆତ୍ମା ତାଙ୍କୁ ଆକ୍ରାନ୍ତ କରନ୍ତେ, ସେ ସେମାନଙ୍କ ମଧ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବାକୁ ଲାଗିଲେ।
11
ଏଥିରେ ଯେଉଁମାନେ ପୂର୍ବାବଧି ତାଙ୍କୁ ଜାଣିଥିଲେ, ସେସମସ୍ତେ ଯେତେବେଳେ ଦେଖିଲେ ଯେ, ଦେଖ, ସେ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରୁଅଛନ୍ତି, ସେତେବେଳେ ଲୋକମାନେ ପରସ୍ପର କହିଲେ, “କୀଶ୍ର ପୁତ୍ର ପ୍ରତି କଅଣ ଘଟିଲା?” ଶାଉଲ ହିଁ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ?
12
ତହିଁରେ ସେହି ସ୍ଥାନର ଜଣେ ଉତ୍ତର କରି କହିଲା, “ଆଚ୍ଛା, ସେମାନଙ୍କ ପିତା କିଏ?” ଏହେତୁ “ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ପ୍ରବାଦ ହୋଇ ଉଠିଲା।
13
ତହୁଁ ସେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବା ସମାପ୍ତ କଲା ଉତ୍ତାରେ ଉଚ୍ଚସ୍ଥଳୀକି ଗଲେ।
14
ଏଥିଉତ୍ତାରେ ଶାଉଲଙ୍କର ପିତୃବ୍ୟ ତାଙ୍କୁ ଓ ତାଙ୍କର ଯୁବାକୁ ପଚାରିଲେ, “ତୁମ୍ଭେମାନେ କେଉଁଠାକୁ ଯାଇଥିଲ?” ସେ କହିଲେ, “ଗଧ ଖୋଜିବା ପାଇଁ; ମାତ୍ର ସେମାନେ ମିଳିଲେ ନାହିଁ ବୋଲି ଦେଖି, ଆମ୍ଭେମାନେ ଶାମୁୟେଲଙ୍କ ନିକଟକୁ ଆସିଲୁ।”
15
ଏଥିରେ ଶାଉଲଙ୍କର ପିତୃବ୍ୟ କହିଲେ, “ମୁଁ ନିବେଦନ କରୁଅଛି, ଶାମୁୟେଲ ତୁମ୍ଭମାନଙ୍କୁ କʼଣ କହିଲେ,” ମୋତେ କୁହ।
16
ତହିଁରେ ଶାଉଲ ଆପଣା ପିତୃବ୍ୟଙ୍କୁ କହିଲେ, “ଗଧସବୁ ମିଳିଲେ ବୋଲି ସେ ଆମ୍ଭମାନଙ୍କୁ ସ୍ପଷ୍ଟରୂପେ କହିଲେ।” ମାତ୍ର ରାଜତ୍ଵର ଯେଉଁ କଥା ଶାମୁୟେଲ କହିଥିଲେ, ତାହା ସେ ତାଙ୍କୁ ଜଣାଇଲେ ନାହିଁ।
17
ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ ମିସ୍ପାରେ ସଦାପ୍ରଭୁଙ୍କ ନିକଟକୁ ଏକତ୍ର ଡକାଇଲେ।
18
ଓ ସେ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲୁ ଓ ଆମ୍ଭେ ମିସରୀୟମାନଙ୍କ ହସ୍ତରୁ ଓ ଯେସକଳ ରାଜ୍ୟର ଲୋକମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ, ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ;’
19
ମାତ୍ର ତୁମ୍ଭମାନଙ୍କର ଯେଉଁ ପରମେଶ୍ୱର ଆପେ, ତୁମ୍ଭମାନଙ୍କର ସମସ୍ତ ଅମଙ୍ଗଳ ଓ କ୍ଳେଶରୁ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତି, ତୁମ୍ଭେମାନେ ଆଜି ତାହାଙ୍କୁ ଅଗ୍ରାହ୍ୟ କଲ ଓ ତାହାଙ୍କୁ କହିଲ, ଯାହାହେଉ, ‘ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କର,’ ଏହେତୁ ତୁମ୍ଭେମାନେ ଏବେ ଆପଣା ଆପଣା ବଂଶାନୁସାରେ ଓ ସହସ୍ର ସହସ୍ର ଅନୁସାରେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହୁଅ।”
20
ଏଉତ୍ତାରେ ଶାମୁୟେଲ ଇସ୍ରାଏଲର ସମସ୍ତ ବଂଶକୁ ନିକଟକୁ ଅଣାନ୍ତେ, ବିନ୍ୟାମୀନ୍ ବଂଶ ନିର୍ଣ୍ଣୀତ ହେଲା।
21
ପୁଣି, ସେ ବିନ୍ୟାମୀନ୍ ବଂଶକୁ ଏକ ଏକ ଗୋଷ୍ଠୀ ଅନୁସାରେ ନିକଟକୁ ଅଣାନ୍ତେ, ମଟ୍ରିର ଗୋଷ୍ଠୀ ନିର୍ଣ୍ଣୀତ ହେଲା ଓ ତହିଁ ମଧ୍ୟରୁ କୀଶ୍ର ପୁତ୍ର ଶାଉଲ ନିର୍ଣ୍ଣୀତ ହେଲେ; ମାତ୍ର ସେମାନେ ତାଙ୍କୁ ଖୋଜନ୍ତେ, ସେ ମିଳିଲେ ନାହିଁ।
22
ଏନିମନ୍ତେ ସେମାନେ ପୁନର୍ବାର ସଦାପ୍ରଭୁଙ୍କୁ ପଚାରିଲେ, “କି ଆଉ କୌଣସି ଲୋକ ଏଠାକୁ ଆସିବାର ଅଛି?” ତହିଁରେ ସଦାପ୍ରଭୁ ଉତ୍ତର କଲେ, “ଦେଖ, ସେ ସାମଗ୍ରୀ ମଧ୍ୟରେ ଆପଣାକୁ ଲୁଚାଇଅଛି।”
23
ତହୁଁ ସେମାନେ ଦୌଡ଼ିଯାଇ ସେଠାରୁ ତାଙ୍କୁ ଆଣିଲେ; ପୁଣି, ସେ ଲୋକମାନଙ୍କ ମଧ୍ୟରେ ଛିଡ଼ା ହୁଅନ୍ତେ, ଅନ୍ୟ ସକଳ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ହେଲେ।
24
ଏଥିରେ ଶାମୁୟେଲ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି, ତୁମ୍ଭେମାନେ କି ତାଙ୍କୁ ଦେଖୁଅଛ, ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ?” ତହିଁରେ ସମସ୍ତ ଲୋକ ଜୟଧ୍ୱନି କରି କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”
25
ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ ରାଜନୀତି ଜଣାଇଲେ ଓ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ, ତହୁଁ ଶାମୁୟେଲ ଲୋକମାନଙ୍କର ପ୍ରତ୍ୟେକକୁ ଆପଣା ଆପଣା ଗୃହକୁ ବିଦାୟ କଲେ।
26
ପୁଣି, ଶାଉଲ ମଧ୍ୟ ଆପଣା ଗୃହ ଗିବୀୟାକୁ ଗଲେ; ଆଉ ପରମେଶ୍ୱର ଯେଉଁମାନଙ୍କର ହୃଦୟ ସ୍ପର୍ଶ କଲେ, ଏପରି ବିକ୍ରମଶାଳୀ ଲୋକମାନେ ତାଙ୍କ ସହିତ ଗମନ କଲେ।
27
ମାତ୍ର କେତେକ ଦୁଷ୍ଟ ଲୋକମାନେ କହିଲେ, “ଏହି ଲୋକ କିପରି ଆମ୍ଭମାନଙ୍କୁ ଉଦ୍ଧାର କରିବ?” ଆଉ ସେମାନେ ତାଙ୍କୁ ତୁଚ୍ଛଜ୍ଞାନ କରି କିଛି ଦର୍ଶନୀ ଆଣିଲେ ନାହିଁ। ମାତ୍ର ସେ ମୌନ ହୋଇ ରହିଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31