bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
1 Samuel 6
1 Samuel 6
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 7 →
1
ସଦାପ୍ରଭୁଙ୍କ ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା।
2
ଏଥିରେ ପଲେଷ୍ଟୀୟମାନେ ଯାଜକମାନଙ୍କୁ ଓ ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା, କି ଦେଇ ଆମ୍ଭେମାନେ ତାହା ସ୍ୱ ସ୍ଥାନକୁ ପଠାଇବା? ଏହା ଆମ୍ଭମାନଙ୍କୁ ଜଣାଅ।”
3
ତହିଁରେ ସେମାନେ କହିଲେ, “ଯେବେ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦେବ, ତେବେ ତାହା ରିକ୍ତ ପଠାଅ ନାହିଁ; ମାତ୍ର କୌଣସିମତେ ହେଲେ ଗୋଟିଏ ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଅ; ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ତୁମ୍ଭମାନଙ୍କଠାରୁ ତାହାଙ୍କ ହସ୍ତ କାହିଁକି ଘୁଞ୍ଚା ଯାଉ ନାହିଁ, ଏହା ତୁମ୍ଭମାନଙ୍କୁ ଜଣାଯିବ।”
4
ତହୁଁ ସେମାନେ ପଚାରିଲେ, “ଆମ୍ଭେମାନେ କି ପ୍ରକାର ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଇବା?” ଏଥିରେ ସେମାନେ କହିଲେ, “ପଲେଷ୍ଟୀୟମାନଙ୍କ ଅଧିପତିଗଣର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ପାଞ୍ଚ ଅର୍ଶ ଓ ସ୍ୱର୍ଣ୍ଣମୟ ପାଞ୍ଚ ମୂଷିକ, କାରଣ ତୁମ୍ଭ ସମସ୍ତଙ୍କୁ ଓ ତୁମ୍ଭମାନଙ୍କ ଅଧିପତିଗଣଙ୍କୁ ଏକରୂପ ମହାମାରୀ ଘଟିଥିଲା।
5
ଏନିମନ୍ତେ ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ-ପ୍ରତିମା ଓ ତୁମ୍ଭମାନଙ୍କ ଦେଶନାଶକାରୀ ମୂଷିକ-ପ୍ରତିମା ନିର୍ମାଣ କର ଓ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ, ହୋଇପାରେ ସେ ତୁମ୍ଭମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେବତାମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେଶ ଉପରୁ ଆପଣା ହସ୍ତ ହାଲୁକା କରିବେ।
6
ଯେପରି ମିସରୀୟମାନେ ଓ ଫାରୋ ଆପଣାମାନଙ୍କ ହୃଦୟ ଭାରୀ କରିଥିଲେ, ସେପରି ତୁମ୍ଭେମାନେ କାହିଁକି ଆପଣମାନଙ୍କ ହୃଦୟ ଭାରୀ କରୁଅଛ? ସେ ସେମାନଙ୍କ ମଧ୍ୟରେ ଆପଣା ମହାଶକ୍ତି ପ୍ରକାଶ କରନ୍ତେ, ସେମାନେ କି ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ ଓ ଲୋକମାନେ କି ପ୍ରସ୍ଥାନ କଲେ ନାହିଁ?
7
ଏହେତୁ ଏବେ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର ଓ ଯେଉଁ ଦୁଗ୍ଧବତୀ ଗାଭୀମାନଙ୍କ ଉପରେ ଯୁଆଳି ଲାଗି ନାହିଁ, ଏପରି ଦୁଇ ଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକୁ ଘରକୁ ଆଣ;
8
ପୁଣି, ସଦାପ୍ରଭୁଙ୍କ ସିନ୍ଦୁକ ନେଇ ସେହି ଶଗଡ଼ ଉପରେ ରଖ ଓ ଯେଉଁ ସ୍ୱର୍ଣ୍ଣମୟ ପଦାର୍ଥ ଦୋଷାର୍ଥକ ଉପହାର ରୂପେ ତାହାଙ୍କ ନିକଟକୁ ଫେରି ପଠାଇବ, ତାହା ତହିଁ ପାର୍ଶ୍ୱରେ ଏକ ସିନ୍ଦୁକରେ ରଖ; ତହୁଁ ଯିବା ପାଇଁ ତାହା ପଠାଇଦିଅ।
9
ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବେଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।”
10
ତହିଁରେ ଲୋକମାନେ ସେପରି କଲେ; ପୁଣି, ଦୁଇ ଦୁଗ୍ଧବତୀ ଗାଭୀ ନେଇ ଶଗଡ଼ରେ ଯୋଚିଲେ ଓ ସେମାନଙ୍କ ବାଛୁରିକୁ ଘରେ ବନ୍ଦ କଲେ।
11
ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ୱର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ।
12
ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବେଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ।
13
ସେହି ସମୟରେ ବେଥ୍-ଶେମଶର ଲୋକମାନେ ତଳଭୂମିରେ ଆପଣାମାନଙ୍କ ଗହମ କାଟୁଥିଲେ; ପୁଣି, ସେମାନେ ଅନାଇ ସିନ୍ଦୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ।
14
ଏଉତ୍ତାରେ ସେହି ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ।
15
ପୁଣି, ଲେବୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ତହିଁ ସହିତ ଥିବା ସ୍ୱର୍ଣ୍ଣ ପଦାର୍ଥର ସିନ୍ଦୁକ ଓହ୍ଲାଇ ସେହି ବଡ଼ ପଥର ଉପରେ ଥୋଇଲେ; ଆଉ ବେଥ୍-ଶେମଶର ଲୋକମାନେ ସେହି ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ଉପହାର ଦେଲେ ଓ ବଳି ଉତ୍ସର୍ଗ କଲେ।
16
ତହୁଁ ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ।
17
ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଷାର୍ଥକ ଉପହାର ରୂପେ ଏହିସବୁ ସ୍ୱର୍ଣ୍ଣମୟ ଅର୍ଶ ପଠାଇଥିଲେ; ଯଥା, ଅସ୍ଦୋଦ ପାଇଁ ଏକ, ଘସା ପାଇଁ ଏକ, ଅସ୍କିଲୋନ ପାଇଁ ଏକ, ଗାଥ୍ ପାଇଁ ଏକ, ଇକ୍ରୋଣ ପାଇଁ ଏକ;
18
ପୁଣି, ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରସ୍ଥିତ ଯେଉଁ ବଡ଼ ପଥର ଆଜି ପର୍ଯ୍ୟନ୍ତ ଅଛି, ଯହିଁ ଉପରେ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ରଖିଥିଲେ, ସେପର୍ଯ୍ୟନ୍ତ ପାଞ୍ଚ ଅଧିପତିଙ୍କ ଅଧୀନସ୍ଥ ପ୍ରାଚୀର-ବେଷ୍ଟିତ ନଗର ହେଉ କି ଦେଶୀୟ ଗ୍ରାମମାନ ହେଉ, ପଲେଷ୍ଟୀୟମାନଙ୍କ ନଗରସକଳର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ମୂଷିକ ପଠାଇଲେ।
19
ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।
20
ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, “ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?”
21
ତହୁଁ ସେମାନେ କିରୀୟଥ୍-ଯିୟାରୀମୀୟ ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଫେରାଇ ଆଣିଅଛନ୍ତି; ତୁମ୍ଭେମାନେ ଆସି ଆପଣାମାନଙ୍କ ନିକଟକୁ ତାହା ନେଇଯାଅ।”
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31