bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
1 Samuel 26
1 Samuel 26
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 27 →
1
ଏଥିଉତ୍ତାରେ ସୀଫୀୟମାନେ ଗିବୀୟାକୁ ଶାଉଲଙ୍କ ନିକଟକୁ ଆସି କହିଲେ, “ଦାଉଦ କʼଣ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଆପଣାକୁ ଲୁଚାଇ ନାହିଁ।”
2
ଏଥିରେ ଶାଉଲ ଉଠି ସୀଫ୍ ପ୍ରାନ୍ତରରେ ଦାଉଦଙ୍କୁ ଖୋଜିବା ପାଇଁ ଇସ୍ରାଏଲର ତିନି ସହସ୍ର ବଛା ଲୋକ ସଙ୍ଗେ ନେଇ ସୀଫ୍ ପ୍ରାନ୍ତରକୁ ଗଲେ।
3
ପୁଣି, ଶାଉଲ ପଥ ପାର୍ଶ୍ୱରେ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଛାଉଣି ସ୍ଥାପନ କଲେ। ମାତ୍ର ଦାଉଦ ପ୍ରାନ୍ତରରେ ବାସ କରୁଥିଲେ, ପୁଣି, ଶାଉଲ ତାଙ୍କ ପଛେ ପଛେ ପ୍ରାନ୍ତରକୁ ଆସିଅଛନ୍ତି, ଏହା ସେ ଦେଖିଲେ।
4
ଏଣୁ ଦାଉଦ ଚୋର ପଠାଇ ଶାଉଲ ନିଶ୍ଚୟ ଆସିଅଛନ୍ତି ବୋଲି ଜାଣିଲେ।
5
ଏଥିରେ ଦାଉଦ ଉଠି ଶାଉଲଙ୍କର ଛାଉଣି-ସ୍ଥାନକୁ ଆସିଲେ; ଆଉ ଦାଉଦ ଶାଉଲଙ୍କର ଓ ତାଙ୍କ ସେନାପତି ନେର୍ର ପୁତ୍ର ଅବ୍ନରର ଶୟନ ସ୍ଥାନ ଦେଖିଲେ; ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୋଇଥିଲେ ଓ ତାଙ୍କର ଚାରିଆଡ଼େ ଲୋକମାନେ ଛାଉଣି କରିଥିଲେ।
6
ଏଥିରେ ଦାଉଦ ହିତ୍ତୀୟ ଅହୀମେଲକ୍କୁ ଓ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟକୁ ଉତ୍ତର ଦେଇ କହିଲେ, “ମୋʼ ସଙ୍ଗରେ ଛାଉଣିକୁ ଶାଉଲଙ୍କ ନିକଟକୁ କିଏ ଯିବ?” ତହିଁରେ ଅବୀଶୟ କହିଲା, “ମୁଁ ତୁମ୍ଭ ସଙ୍ଗେ ଯିବି।”
7
ତହୁଁ ରାତ୍ରି ବେଳେ ଦାଉଦ ଓ ଅବୀଶୟ ଲୋକମାନଙ୍କ ନିକଟକୁ ଗଲେ; ଆଉ ଦେଖ, ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୟନ କରି ନିଦ୍ରିତ ହୋଇଅଛନ୍ତି, ତାଙ୍କର ବର୍ଚ୍ଛା ତାଙ୍କ ମସ୍ତକ ପାଖ ଭୂମିରେ ମରା ହୋଇଅଛି; ପୁଣି, ଅବ୍ନର ଓ ଲୋକମାନେ ତାଙ୍କର ଚାରିଆଡ଼େ ଶୋଇଅଛନ୍ତି।
8
ସେତେବେଳେ ଅବୀଶୟ ଦାଉଦଙ୍କୁ କହିଲେ, “ପରମେଶ୍ୱର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ଏଣୁ ଏବେ ଏହି ବର୍ଚ୍ଛାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦେଉନ୍ତୁ, ମୁଁ ତାହାକୁ ଦୁଇ ଥର ଆଘାତ କରିବି ନାହିଁ।”
9
ଏଥିରେ ଦାଉଦ ଅବୀଶୟକୁ କହିଲେ, “ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ?”
10
ଆହୁରି ଦାଉଦ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ; ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ; କିଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ।
11
ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋʼ ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇଆସ, ଆମ୍ଭେମାନେ ଯିବା।”
12
ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ; କାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ।
13
ଏଉତ୍ତାରେ ଦାଉଦ ସେପାଖକୁ ଯାଇ ଦୂର ପର୍ବତ ଶିଖରରେ ଠିଆ ହେଲେ; ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଅନ୍ତର ଥିଲା।
14
ଆଉ ଦାଉଦ ଲୋକମାନଙ୍କୁ ଓ ନେର୍ର ପୁତ୍ର ଅବ୍ନରକୁ ଡାକି କହିଲେ, “ହେ ଅବ୍ନର, ତୁମ୍ଭେ କʼଣ ଉତ୍ତର ଦେବ ନାହିଁ?” ତେବେ ଅବ୍ନର ଉତ୍ତର ଦେଇ କହିଲା, “ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ?”
15
ଏଥିରେ ଦାଉଦ ଅବ୍ନରକୁ କହିଲେ, “ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କାହିଁକି ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା।
16
ତୁମ୍ଭେ ଏହି ଯେଉଁ କର୍ମ କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେମାନେ ପ୍ରାଣଦଣ୍ଡ ଯୋଗ୍ୟ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଅଭିଷିକ୍ତ ତୁମ୍ଭମାନଙ୍କ ପ୍ରଭୁଙ୍କୁ ଜଗି ରହିଲ ନାହିଁ। ଏବେ ରାଜାଙ୍କ ବର୍ଚ୍ଛା ଓ ତାଙ୍କ ମସ୍ତକ ନିକଟରେ ଥିବା ଜଳପାତ୍ର କାହିଁ, ଦେଖିଲ?”
17
ସେତେବେଳେ ଶାଉଲ ଦାଉଦଙ୍କର ରବ ବାରି କହିଲେ, “ହେ ମୋର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହିଁରେ ଦାଉଦ କହିଲେ, “ମୋହର ରବ, ମୋହର ପ୍ରଭୁ, ମହାରାଜ।”
18
ଆହୁରି ସେ କହିଲେ, “ମୋର ପ୍ରଭୁ ଆପଣା ଦାସ ପଛେ ପଛେ କାହିଁକି ଗୋଡ଼ାଇଅଛନ୍ତି? ମୁଁ କଅଣ କରିଅଛି? ଅବା ମୋʼ ହାତରେ କେଉଁ ମନ୍ଦତା ଅଛି?
19
ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାʼନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ-ସନ୍ତାନମାନେ ତାହା କରିଥାʼନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ‘ଯାଅ ଅନ୍ୟ ଦେବଗଣର ସେବା କର।’
20
ଏହେତୁ ଏବେ ସଦାପ୍ରଭୁଙ୍କ ଛାମୁରୁ ଦୂରରେ ମୋହର ରକ୍ତ ଭୂମିରେ ପତିତ ନ ହେଉ। କାରଣ ଯେପରି କେହି ପର୍ବତରେ ତିତ୍ତିର ପକ୍ଷୀ ପଛେ ମୃଗୟା କରେ, ସେପରି ଇସ୍ରାଏଲର ରାଜା ଗୋଟିଏ ଡାଉଁଶର ଅନ୍ୱେଷଣରେ ବାହାର ହୋଇ ଆସିଅଛନ୍ତି।”
21
ଏଥିରେ ଶାଉଲ କହିଲେ, “ମୁଁ ପାପ କଲି; ହେ ମୋହର ପୁତ୍ର ଦାଉଦ, ଫେରି ଆସ; ମୁଁ ତୁମ୍ଭକୁ ଆଉ ହିଂସା କରିବି ନାହିଁ, କାରଣ ଆଜି ମୋହର ପ୍ରାଣ ତୁମ୍ଭ ଦୃଷ୍ଟିରେ ବହୁମୂଲ୍ୟ ହେଲା; ଦେଖ, ମୁଁ ମୂର୍ଖତାର କର୍ମ କରିଅଛି ଓ ଅତିଶୟ ଭ୍ରାନ୍ତ ହୋଇଅଛି।”
22
ତହିଁରେ ଦାଉଦ ଉତ୍ତର ଦେଇ କହିଲେ, “ମହାରାଜ, ଏ ବର୍ଚ୍ଛା ଦେଖନ୍ତୁ! ଯୁବାମାନଙ୍କ ମଧ୍ୟରୁ ଜଣେ ପାର ହୋଇ ଆସି ଏହା ନେଇ ଯାଉ।
23
ପୁଣି, ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ୱସ୍ତତା ପ୍ରମାଣେ ଫଳ ଦେଉନ୍ତୁ; ସଦାପ୍ରଭୁ ଆଜି ଆପଣଙ୍କୁ ମୋହର ହସ୍ତରେ ସମର୍ପଣ କଲେ ହେଁ ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବାକୁ ଇଚ୍ଛା କଲି ନାହିଁ।
24
ଏହେତୁ ଦେଖନ୍ତୁ, ଆଜି ଯେପରି ମୋʼ ଦୃଷ୍ଟିରେ ଆପଣଙ୍କ ପ୍ରାଣ ବଡ଼ ହେଲା, ସେପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋହର ପ୍ରାଣ ବଡ଼ ହେଉ ଓ ସେ ମୋତେ ସମସ୍ତ କ୍ଳେଶରୁ ଉଦ୍ଧାର କରନ୍ତୁ।”
25
ଏଥିରେ ଶାଉଲ ଦାଉଦଙ୍କୁ କହିଲେ, “ହେ ମୋହର ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ; ତୁମ୍ଭେ ମହତ କର୍ମ କରିବ ଓ ଅବଶ୍ୟ କୃତକାର୍ଯ୍ୟ ହେବ।” ତହୁଁ ଦାଉଦ ଆପଣା ପଥରେ ଗଲେ ଓ ଶାଉଲ ଆପଣା ସ୍ଥାନକୁ ଫେରିଗଲେ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31