bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Leviticus 16
Leviticus 16
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 17 →
1
ଆଉ, ହାରୋଣଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ମଲା ଉତ୍ତାରେ, ସଦାପ୍ରଭୁ ମୋଶାଙ୍କୁ କହିଲେ;
2
ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।
3
ହାରୋଣ ପାପାର୍ଥେ ଏକ ଗୋବତ୍ସ ଓ ହୋମାର୍ଥେ ଏକ ମେଷ ସଙ୍ଗେ ନେଇ ଏହିରୂପେ ପବିତ୍ର ସ୍ଥାନରେ ପ୍ରବେଶ କରିବ।
4
ସେ ପବିତ୍ର ଶୁଭ୍ର ପୋଷାକ ପିନ୍ଧିବ, ଦେହରେ ଶୁଭ୍ର ଜଙ୍ଘିଆ ପିନ୍ଧିବ, ଶୁଭ୍ର କଟିବନ୍ଧନୀରେ କଟି ବାନ୍ଧିବ ଓ ଶୁଭ୍ର ପଗଡ଼ିରେ ଭୂଷିତ ହେବ; ଏହିସବୁ ପବିତ୍ର ବସ୍ତ୍ର; ଏଥିପାଇଁ ସେ ଜଳରେ ଆପଣା ଶରୀର ଧୌତ କରି ତାହାସବୁ ପିନ୍ଧିବ।
5
ପୁଣି, ସେ ଇସ୍ରାଏଲ-ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥେ ଦୁଇ ଛାଗ ଓ ହୋମାର୍ଥେ ଏକ ମେଷ ନେବ।
6
ଆଉ, ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
7
ତହୁଁ ସେହି ଦୁଇ ଛାଗ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ।
8
ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ।
9
ପୁଣି, ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।
10
ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇ ପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜୀଅନ୍ତା ଠିଆ କରିବ।
11
ଏଥିଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।
12
ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଧୂପଧାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ।
13
ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେହି ସୁଗନ୍ଧି ଧୂପ ଦେବ, ତହିଁରେ ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂପର ଧୂମ ମେଘରେ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।
14
ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ୱାରା ଛିଞ୍ଚିବ; ପୁଣି, ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତ ଥର ସେହି ରକ୍ତ ଛିଞ୍ଚିବ।
15
ଏଥିଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦ ବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସର ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍, ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ।
16
ପୁଣି, ଇସ୍ରାଏଲ-ସନ୍ତାନଗଣର ଅଶୁଚିତା ଓ ସେମାନଙ୍କ ଅଧର୍ମ, ଅର୍ଥାତ୍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୁଚିତା ମଧ୍ୟରେ ସେମାନଙ୍କ ସହିତ ବାସ କରେ ଯେଉଁ ସମାଗମ-ତମ୍ବୁ, ତାହା ନିମନ୍ତେ ସେହି ପ୍ରକାର କରିବ।
17
ଆଉ, ସେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟଠାରୁ ଯେପର୍ଯ୍ୟନ୍ତ ବାହାର ହୋଇ ନାହିଁ; ପୁଣି, ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ଓ ଇସ୍ରାଏଲର ସମସ୍ତ ସମାଜ ନିମନ୍ତେ ପ୍ରାୟଶ୍ଚିତ୍ତ କରି ନାହିଁ, ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମନୁଷ୍ୟ ରହିବ ନାହିଁ,
18
ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।
19
ପୁଣି, ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତ ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ-ସନ୍ତାନଗଣର ଅଶୁଚିତାରୁ ତାହା ଶୁଚି କରିବ।
20
ଏହି ପ୍ରକାରେ ସେ ପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ।
21
ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ; ଆଉ, ତାହାସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇଦେବ।
22
ତହିଁରେ ସେହି ଛାଗ ଆପଣା ଉପରେ ସେମାନଙ୍କର ସମସ୍ତ ଅପରାଧ ବୋହି ନରଶୂନ୍ୟ ଦେଶକୁ ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।
23
ତହୁଁ ହାରୋଣ ସମାଗମ-ତମ୍ବୁକୁ ଆସି ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶୁଭ୍ର ବସ୍ତ୍ର ପିନ୍ଧିଥିଲା, ତାହା ପାଲଟି ସେହି ସ୍ଥାନରେ ରଖିବ।
24
ତହିଁ ଉତ୍ତାରେ ସେ କୌଣସି ପବିତ୍ର ସ୍ଥାନରେ ଆପଣା ଶରୀର ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ; ପୁଣି, ଆପଣାର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
25
ଆଉ, ସେ ପାପାର୍ଥକ ବଳିର ମେଦ ବେଦିରେ ଦଗ୍ଧ କରିବ।
26
ପୁଣି, ଯେଉଁ ଲୋକ ତ୍ୟାଗର ଛାଗକୁ ଛାଡ଼ିଦିଏ, ସେ ଆପଣା ବସ୍ତ୍ର ଧୋଇ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ଛାଉଣିକୁ ଆସିବ।
27
ପୁଣି, ପାପାର୍ଥକ ବଳି ନିମନ୍ତେ ଯେଉଁ ଗୋବତ୍ସର ଓ ପାପାର୍ଥକ ବଳି ନିମନ୍ତେ ଯେଉଁ ଛାଗର ରକ୍ତ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନକୁ ଅଣାଯାଇ ଥିଲା, ଲୋକମାନେ ସେଗୁଡ଼ିକୁ ଛାଉଣି ବାହାରକୁ ନେଇଯାଇ ସେଗୁଡ଼ିକର ଚର୍ମ, ମାଂସ ଓ ମଳ ଅଗ୍ନିରେ ଦଗ୍ଧ କରିବେ।
28
ପୁଣି ଯେଉଁ ଲୋକ ତାହା ଦଗ୍ଧ କରିବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
29
ତୁମ୍ଭମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ; ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ଲୋକ ହେଉ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ ଓ କୌଣସି ପ୍ରକାର କର୍ମ କରିବ ନାହିଁ।
30
କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରାଯିବ; ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିଷ୍କୃତ ହେବ।
31
ତାହା ତୁମ୍ଭମାନଙ୍କ ପ୍ରତି ମହା ବିଶ୍ରାମ ଦିନ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ; ଏହା ଅନନ୍ତକାଳୀନ ବିଧି।
32
ପୁଣି, ପିତାର ବଦଳେ ଯାଜକତ୍ୱ ପଦରେ ଯେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ଯାଜକ ପ୍ରାୟଶ୍ଚିତ୍ତ କରିବ ଓ ଶୁଭ୍ର ବସ୍ତ୍ର, ଅର୍ଥାତ୍, ପବିତ୍ର ବସ୍ତ୍ରସବୁ ପିନ୍ଧିବ।
33
ଆଉ, ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ଆଉ, ସେ ଯାଜକଗଣ ନିମନ୍ତେ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
34
ପୁଣି, ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ୍ତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।” ତହୁଁ ହାରୋଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27