bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Leviticus 8
Leviticus 8
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 9 →
1
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ, ଆଉ ବସ୍ତ୍ରସକଳ, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳିର ଗୋବତ୍ସ, ଦୁଇ ମେଷ ଓ ତାଡ଼ିଶୂନ୍ୟ ରୁଟିର ଟୋକେଇ ଆପଣା ସଙ୍ଗେ ନିଅ।
3
ପୁଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।”
4
ଆଉ, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା କଲେ; ତହିଁରେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀ ଏକତ୍ର ହେଲେ।
5
ପୁଣି ମୋଶା ମଣ୍ଡଳୀକୁ କହିଲେ, “ଯାହା କରିବା ପାଇଁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ସେହି କଥା ଏହି।”
6
ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ।
7
ପୁଣି ହାରୋଣଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ତାଙ୍କର କଟି ବାନ୍ଧିଲେ ଓ ତାଙ୍କୁ ଚୋଗା ପିନ୍ଧାଇଲେ ଓ ତହିଁ ଉପରେ ଏଫୋଦ ଦେଲେ, ପୁଣି ଏଫୋଦର ଚିତ୍ରିତ ପଟୁକା ବାନ୍ଧି ତହିଁ ସଙ୍ଗେ ଏଫୋଦକୁ ବାନ୍ଧିଲେ।
8
ଆଉ, ସେ ତାହା ଉପରେ ବୁକୁପଟା ଦେଲେ ଆଉ, ବୁକୁପଟାରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।
9
ପୁଣି, ତାଙ୍କର ମସ୍ତକରେ ପଗଡ଼ି ରଖିଲେ; ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ; ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।
10
ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ।
11
ପୁଣି, ସେ ତହିଁରୁ କିଛି ନେଇ ବେଦି ଉପରେ ସାତ ଥର ସେଚନ କଲେ; ଆଉ, ବେଦି ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ପବିତ୍ର କରିବାକୁ ଅଭିଷେକ କଲେ।
12
ଏଥିଉତ୍ତାରେ ମୋଶା ହାରୋଣଙ୍କୁ ପବିତ୍ର କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ।
13
ଏଥିଉତ୍ତାରେ ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
14
ଆଉ, ସେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ; ପୁଣି ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକରେ ହସ୍ତ ରଖିଲେ।
15
ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକୁ ପବିତ୍ର କଲେ; ଆଉ, ବେଦି ମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ।
16
ଏଥିଉତ୍ତାରେ ମୋଶା ଅନ୍ତ ଉପରିସ୍ଥ ସମସ୍ତ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁର୍ଦା ଓ ତହିଁର ମେଦ ନେଇ ବେଦି ଉପରେ ଦଗ୍ଧ କଲେ।
17
ମାତ୍ର ସେହି ଗୋବତ୍ସର ଚର୍ମ, ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦଗ୍ଧ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
18
ଏଥିଉତ୍ତାରେ ସେ ହୋମାର୍ଥକ ମେଷ ଆଣିଲେ; ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।
19
ତହୁଁ ସେ ତାକୁ ବଧ କଲେ, ପୁଣି ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।
20
ଆଉ, ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ; ପୁଣି, ମୋଶା ତାହାର ମସ୍ତକ, ମାଂସଖଣ୍ଡସକଳ ଓ ମେଦ ଦଗ୍ଧ କଲେ।
21
ଆଉ, ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କଲେ। ପୁଣି, ମୋଶା ବେଦି ଉପରେ ମେଷ ସମେତ ଦଗ୍ଧ କଲେ, ଏହା ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳି; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
22
ଏଥିଉତ୍ତାରେ ସେ ଅନ୍ୟ ମେଷ, ଅର୍ଥାତ୍, ପଦନିଯୋଗାର୍ଥକ ମେଷ ଆଣିଲେ, ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ।
23
ଆଉ, ସେ ତାକୁ ବଧ କଲେ; ତହୁଁ ମୋଶା ତାହାର କିଛି ରକ୍ତ ନେଇ ହାରୋଣଙ୍କର ଡାହାଣ କର୍ଣ୍ଣପ୍ରାନ୍ତରେ ଓ ତାଙ୍କର ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।
24
ଏଥିଉତ୍ତାରେ ସେ ହାରୋଣଙ୍କର ପୁତ୍ରଗଣଙ୍କୁ ଆଣିଲେ, ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଡାହାଣ କର୍ଣ୍ଣପ୍ରାନ୍ତରେ ଓ ସେମାନଙ୍କ ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ; ଆଉ ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।
25
ପୁଣି, ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥ ସକଳ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁର୍ଦା, ତହିଁର ମେଦ ଓ ଡାହାଣ ଜଙ୍ଘ ନେଲେ;
26
ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ତାଡ଼ିଶୂନ୍ୟ ରୁଟିର ଟୋକେଇରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତୈଳଲେପିତ ରନ୍ଧନ ହୋଇଥିବା ରୁଟିର ଗୋଟିଏ ପିଠା ଓ ଗୋଟିଏ ସରୁ ଚକୁଳି ନେଇ ମେଦ ଓ ଡାହାଣ ଜଙ୍ଘ ଉପରେ ରଖିଲେ;
27
ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହି ସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ।
28
ଏଥିଉତ୍ତାରେ ମୋଶା ସେମାନଙ୍କ ହସ୍ତରୁ ସେହି ସବୁ ନେଇ ବେଦିସ୍ଥିତ ହୋମବଳି ଉପରେ ଦଗ୍ଧ କଲେ; ଏହିସବୁ ତୁଷ୍ଟିଜନକ ଆଘ୍ରାଣାର୍ଥେ ପଦନିଯୋଗାର୍ଥକ ନୈବେଦ୍ୟ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।
29
ଆଉ, ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ; ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
30
ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳରୁ ଓ ବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ, ପୁଣି ତାଙ୍କ ସଙ୍ଗେ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସେଚନ କଲେ; ଆଉ ହାରୋଣଙ୍କୁ ଓ ତାଙ୍କର ବସ୍ତ୍ରସକଳକୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସେମାନଙ୍କ ବସ୍ତ୍ରସକଳକୁ ପବିତ୍ର କଲେ।
31
ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର।
32
ପୁଣି, ମାଂସ ଓ ରୁଟିରୁ ଯାହା ଅବଶିଷ୍ଟ ରହିବ, ତାହା ତୁମ୍ଭେମାନେ ଅଗ୍ନିରେ ଦଗ୍ଧ କରିବ।
33
ଆଉ, ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ, ଅର୍ଥାତ୍, ତୁମ୍ଭମାନଙ୍କ ପଦନିଯୋଗ ଦିନର ସମାପ୍ତି ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରୁ ବାହାରକୁ ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ପଦରେ ନିଯୁକ୍ତ କରିବେ।
34
ଯେପରି ଆଜି କରାଯାଇଅଛି, ସେପରି ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି।
35
ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ସାତ ଦିନ ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରେ ଦିବାରାତ୍ର ରହିବ ଓ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କରିବ। କାରଣ ଏହିପରି ଆମ୍ଭେ ଆଜ୍ଞା ପାଇଅଛୁ।”
36
ତହୁଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଆଜ୍ଞା କରିଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ସବୁ କଥା ପାଳନ କଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27