bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Leviticus 24
Leviticus 24
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 25 →
1
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି ଆଜ୍ଞା ଦିଅ, ନିତ୍ୟ ନିତ୍ୟ ପ୍ରଦୀପ ଜ୍ୱଳାଇବା ନିମନ୍ତେ ସେମାନେ ତୁମ୍ଭ ନିକଟକୁ ନିର୍ମଳ ପେଷା ଜୀତ ତୈଳ ଆଣିବେ।
3
ହାରୋଣ ସମାଗମ-ତମ୍ବୁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକର ବିଚ୍ଛେଦ ବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।
4
ସେ ନିର୍ମଳ ଦୀପବୃକ୍ଷ ଉପରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ସେହି ପ୍ରଦୀପସକଳ ସ୍ଥାପନ କରିବ।
5
ଆଉ, ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ; ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ।
6
ପୁଣି, ତୁମ୍ଭେ ଏକ ଏକ ଧାଡ଼ିରେ ଛଅ ଛଅ, ଏପରି ଦୁଇ ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହାସବୁ ରଖିବ।
7
ଆଉ, ପ୍ରତ୍ୟେକ ଧାଡ଼ି ଉପରେ ନିର୍ମଳ କୁନ୍ଦୁରୁ ଦେବ, ତାହା ସେହି ରୁଟିର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
8
ପୁଣି, ଯାଜକ ପ୍ରତ୍ୟେକ ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ।
9
ପୁଣି, ତାହା ହାରୋଣ ଓ ତାହାର ପୁତ୍ରଗଣଙ୍କର ହେବ; ଆଉ, ସେମାନେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭୋଜନ କରିବେ, କାରଣ ତାହା ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରେ ତାହା ପ୍ରତି ମହାପବିତ୍ର ଅଟେ; ଏହା ଅନନ୍ତକାଳୀନ ବିଧି।”
10
ଏଥିଉତ୍ତାରେ ମିସରୀୟ ପୁରୁଷର ଔରସରେ ଇସ୍ରାଏଲ ବଂଶୀୟା ସ୍ତ୍ରୀଠାରୁ ଜାତ ଏକ ପୁତ୍ର ବାହାର ହୋଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଲା; ପୁଣି ଛାଉଣି ମଧ୍ୟରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର ଓ ଇସ୍ରାଏଲୀୟ କୌଣସି ପୁରୁଷ ମଧ୍ୟରେ ବିବାଦ ହେଲା।
11
ତହିଁରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର (ସଦାପ୍ରଭୁଙ୍କ) ନାମକୁ ନିନ୍ଦା କରି ଅଭିଶାପ ଦେଲା; ତହୁଁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ; ତାହାର ମାତାର ନାମ ଶଲୋମୀତ୍, ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା।
12
ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ଅପେକ୍ଷାରେ ତାହାକୁ ରୁଦ୍ଧ କରି ରଖିଲେ।
13
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
14
“ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।
15
ଆଉ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ଅପରାଧ ବୋହିବ।
16
ପୁଣି, ଯେକେହି ଆପଣା ସଦାପ୍ରଭୁଙ୍କ ନାମର ନିନ୍ଦା କରେ, ସେ ଅବଶ୍ୟ ହତ ହେବ; ସମସ୍ତ ମଣ୍ଡଳୀ ତାହାକୁ ନିଶ୍ଚୟ ପଥର ମାରି ବଧ କରିବେ; ବିଦେଶୀ ହେଉ ବା ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କ ନାମର ନିନ୍ଦା କଲେ ହତ ହେବ।
17
ଆଉ, ଯେକେହି କୌଣସି ମନୁଷ୍ୟକୁ ପ୍ରାଣାନ୍ତକ ଆଘାତ କରେ, ସେ ନିଶ୍ଚୟ ହତ ହେବ।
18
ପୁଣି, ଯେକେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ, ସେ ତହିଁର ପରିଶୋଧ ଦେବ; ପ୍ରାଣ ପରିଶୋଧରେ ପ୍ରାଣ।
19
ଆଉ, କୌଣସି ମନୁଷ୍ୟ ଯଦି ଆପଣା ପ୍ରତିବାସୀର ଶରୀରରେ ଖୁଣ କରେ, ତେବେ ସେ ଯେପରି କରିଅଛି, ସେହିପରି ତାହା ପ୍ରତି କରାଯିବ।
20
କ୍ଷତ ପରିଶୋଧରେ କ୍ଷତ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ; ମନୁଷ୍ୟର ଦେହରେ ଯେ ଯେପରି ଖୁଣ କରିଅଛି, ତାହା ପ୍ରତି ସେହି ପ୍ରକାର କରାଯିବ।
21
ଯେଉଁ ଜନ ପଶୁ ବଧ କରେ, ସେ ତହିଁର ପରିଶୋଧ ଦେବ; ପୁଣି ଯେଉଁ ଜନ ନରହତ୍ୟା କରେ, ସେ ହତ ହେବ।
22
ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ-ପ୍ରକାର ବ୍ୟବସ୍ଥା ହେବ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
23
ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ଯେଉଁ ଲୋକ ଅଭିଶାପ ଦେଇଥିଲା, ତାହାକୁ ସେମାନେ ଛାଉଣିର ବାହାରକୁ ଆଣି ପଥର ମାରି ବଧ କଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କଲେ।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27