bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Kings 10
2 Kings 10
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 11 →
1
ଶମରୀୟାରେ ଆହାବଙ୍କର ସତୁରି ପୁତ୍ର ଥିଲେ । ଏଣୁ ଯେହୂ ଶମରୀୟାରେ ଯିଷ୍ରିୟେଲର ଅଧ୍ୟକ୍ଷଗଣ, ପ୍ରାଚୀନମାନଙ୍କୁ ଓ ଆହାବଙ୍କର ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ, ଯଥା,
2
ତୁମ୍ଭମାନଙ୍କ ପ୍ରଭୁର ପୁତ୍ରଗଣ ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ପୁଣି ରଥ ଓ ଅଶ୍ଵଗଣ, ମଧ୍ୟ ଏକ ପ୍ରାଚୀରବେଷ୍ଟିତ ନଗର ଓ ଅସ୍ତ୍ରଶସ୍ତ୍ର ତୁମ୍ଭମାନଙ୍କର ହସ୍ତଗତ ଅଛି ।
3
ଏହେତୁ ତୁମ୍ଭମାନଙ୍କ ନିକଟରେ ଏହି ପତ୍ର ଉପସ୍ଥିତ ହେବା ମାତ୍ରେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରଗଣ ମଧ୍ୟରୁ ସର୍ବାପେକ୍ଷା ଉତ୍ତମ ଓ ଉପଯୁକ୍ତ ଜଣକୁ ବାଛ ଓ ତାହାକୁ ତାହାର ପିତାର ସିଂହାସନରେ ବସାଅ ଓ ତୁମ୍ଭେମାନେ ଆପଣା ପ୍ରଭୁର ବଂଶ ପକ୍ଷରେ ଯୁଦ୍ଧ କର ।
4
ମାତ୍ର ସେମାନେ ଅତିଶୟ ଭୀତ ହୋଇ କହିଲେ, ଦେଖ, ସେ ଦୁଇ ରାଜା ତାହା ସମ୍ମୁଖରେ ଛିଡ଼ା ହୋଇ ପାରିଲେ ନାହିଁ; ତେବେ ଆମ୍ଭେମାନେ କିପରି ଛିଡ଼ା ହେବା?
5
ଏହେତୁ ଗୃହାଧ୍ୟକ୍ଷ ଓ ନଗରାଧ୍ୟକ୍ଷ, ମଧ୍ୟ ପ୍ରାଚୀନମାନେ ଓ ସନ୍ତାନଗଣର ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହି କଥା କହି ପଠାଇଲେ, ଆମ୍ଭେମାନେ ଆପଣଙ୍କର ଦାସ ଓ ଆପଣ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିବେ, ଆମ୍ଭେମାନେ ତାହାସବୁ କରିବୁ; ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ; ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା ଆପଣ କରନ୍ତୁ ।
6
ତହୁଁ ସେ ଦ୍ଵିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, ଯେବେ ତୁମ୍ଭେମାନେ ମୋହର ପକ୍ଷ ଓ ଯେବେ ତୁମ୍ଭେମାନେ ମୋʼ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତା କାଲି ଏହି ସମୟରେ ଯିଷ୍ରିୟେଲକୁ ମୋʼ କତିକି ଆସ । ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ ।
7
ଅନନ୍ତର ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଡାଲାରେ ରଖି ଯିଷ୍ରିୟେଲକୁ ତାଙ୍କ କତିକି ପଠାଇଲେ ।
8
ଏଥିରେ ଜଣେ ଦୂତ ଆସି ତାଙ୍କୁ ଜଣାଇ କହିଲା, ସେମାନେ ରାଜପୁତ୍ରମାନଙ୍କ ମସ୍ତକ ଆଣିଅଛନ୍ତି । ତହିଁରେ ସେ କହିଲେ, ଦ୍ଵାର-ପ୍ରବେଶ ସ୍ଥାନରେ ଦୁଇ ଗଦା କରି ପ୍ରାତଃ କାଳ ପର୍ଯ୍ୟନ୍ତ ସେସବୁ ରଖ ।
9
ଏଥିଉତ୍ତାରେ ପ୍ରାତଃ କାଳରେ ସେ ବାହାରକୁ ଯାଇ ଛିଡ଼ା ହୋଇ ସମସ୍ତ ଲୋକଙ୍କୁ କହିଲେ, ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରା; କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା?
10
ଏବେ ଜାଣ ଯେ, ସଦାପ୍ରଭୁ ଆହାବ-ବଂଶ ବିଷୟରେ ଯାହା କହିଅଛନ୍ତି, ସଦାପ୍ରଭୁଙ୍କ ସେହି ବାକ୍ୟରୁ କିଛି ହିଁ ତଳେ ପଡ଼ିବ ନାହିଁ; କାରଣ ସଦାପ୍ରଭୁ ଆପଣା ଦାସ ଏଲୀୟଙ୍କ ଦ୍ଵାରା ଯାହା କହିଥିଲେ, ତାହା ସଫଳ କରିଅଛନ୍ତି ।
11
ତହୁଁ ଯେହୂ ଆହାବଙ୍କର କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଯିଷ୍ରିୟେଲରେ ତାଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ ଓ ତାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ ତାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ ଓ ତାଙ୍କର ଯାଜକମାନଙ୍କୁ ବଧ କଲେ ।
12
ଏଉତ୍ତାରେ ସେ ଉଠି ପ୍ରସ୍ଥାନ କରି ଶମରୀୟାକୁ ଗଲେ । ପୁଣି ଯେହୂ ପଥ ମଧ୍ୟରେ ମେଷପାଳକମାନଙ୍କ ମେଷଲୋମଚ୍ଛେଦନ ଗୃହ ନିକଟରେ ଉପସ୍ଥିତ ହୁଅନ୍ତେ,
13
ସେ ଯିହୁଦାର ରାଜା ଅହସୀୟଙ୍କର ଭ୍ରାତୃଗଣକୁ ଭେଟି ପଚାରିଲେ, ତୁମ୍ଭେମାନେ କିଏ? ସେମାନେ ଉତ୍ତର କଲେ, ଆମ୍ଭେମାନେ ଅହସୀୟଙ୍କର ଭାଇ; ଆଉ ଆମ୍ଭେମାନେ ରାଜାଙ୍କ ସନ୍ତାନମାନଙ୍କର ଓ ରାଣୀଙ୍କ ସନ୍ତାନମାନଙ୍କର ମଙ୍ଗଳବାଦ କରିବାକୁ ଯାଉଅଛୁ ।
14
ଏଥିରେ ଯେହୂ କହିଲେ, ଏମାନଙ୍କୁ ଜିଅନ୍ତା ଧର । ତହୁଁ ଲୋକମାନେ ସେମାନଙ୍କୁ ଜୀଅନ୍ତା ଧରି ମେଷଲୋମ-ଚ୍ଛେଦନଗୃହର ଗର୍ତ୍ତ ନିକଟରେ ସେହି ବୟାଳିଶ ଜଣଙ୍କୁ ବଧ କଲେ, ସେ ସେମାନଙ୍କର କାହାକୁ ଅବଶିଷ୍ଟ ରଖିଲେ ନାହିଁ ।
15
ଏଥିଉତ୍ତାରୁ ସେ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍କୁ ଭେଟିଲେ । ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି? ଏଥିରେ ଯିହୋନାଦବ୍ ଉତ୍ତର କଲା, ହଁ, ଅଛି । ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ । ତହୁଁ ସେ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା କତିକି ରଥ ଉପରକୁ ନେଲେ ।
16
ପୁଣି ସେ କହିଲେ, ମୋʼ ସଙ୍ଗେ ଆସ, ସଦାପ୍ରଭୁଙ୍କ ନିମନ୍ତେ ମୋହର ଉଦ୍ଯୋଗ ଦେଖ । ଏହିରୂପେ ସେମାନେ ତାହାକୁ ତାଙ୍କ ରଥରେ ଚଢ଼ାଇଲେ ।
17
ଏଉତ୍ତାରେ ଯେହୂ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ସଦାପ୍ରଭୁ ଏଲୀୟଙ୍କୁ ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯେହୂ ଆହାବଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଶମରୀୟାସ୍ଥିତ ତାଙ୍କର ଅବଶିଷ୍ଟ ସମସ୍ତଙ୍କୁ ବଧ କଲେ ।
18
ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, ଆହାବ ବାଲ୍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ ।
19
ଏହେତୁ ଏବେ ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଓ ତାହାର ପୂଜକ ସମସ୍ତଙ୍କୁ ଓ ତାହାର ଯାଜକ ସମସ୍ତଙ୍କୁ ମୋʼ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହନ୍ତୁ; କାରଣ ବାଲ୍ ଉଦ୍ଦେଶ୍ୟରେ ମୋହର ଏକ ବଡ଼ ଯଜ୍ଞ କରିବାର ଅଛି; ଯେକେହି ଅନୁପସ୍ଥିତ ହେବ, ସେ ବଞ୍ଚିବ ନାହିଁ । ମାତ୍ର ଯେହୂ ବାଲ୍ର ପୂଜକମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଏହା ଛଳ ଭାବରେ କଲେ ।
20
ଆଉ ଯେହୂ କହିଲେ, ବାଲ୍ ଉଦ୍ଦେଶ୍ୟରେ ଏକ ମହାସଭା ନିରୂପଣ କର । ତହୁଁ ସେମାନେ ତାହା ଘୋଷଣା କଲେ ।
21
ପୁଣି ଯେହୂ ସମଗ୍ର ଇସ୍ରାଏଲ ମଧ୍ୟକୁ ଲୋକ ପଠାଇଲେ; ତହିଁରେ ବାଲ୍ର ପୂଜକ ସମସ୍ତେ ଆସିଲେ, ଯେ ନ ଆସିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ । ଆଉ ଲୋକମାନେ ବାଲ୍ର ମନ୍ଦିରକୁ ଆସନ୍ତେ, ବାଲ୍ର ମନ୍ଦିରର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା ।
22
ତେବେ ସେ ବସ୍ତ୍ରାଗାରର ଅଧ୍ୟକ୍ଷକୁ କହିଲେ, ବାଲ୍ର ସମସ୍ତ ପୂଜାକାରୀଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ । ଏଥିରେ ସେ ବସ୍ତ୍ର ବାହାର କରି ଆଣିଲା ।
23
ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍ ବାଲ୍-ମନ୍ଦିରକୁ ଗଲେ; ଆଉ ସେ ବାଲ୍ର ପୂଜକମାନଙ୍କୁ କହିଲେ, ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍ର ପୂଜକମାନଙ୍କ ଛଡ଼ା ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ ।
24
ଏଉତ୍ତାରେ ସେମାନେ ବଳିଦାନ ଓ ହୋମ କରିବାକୁ ଭିତରକୁ ଗଲେ । ଯେହୂ ଆପଣାର ଅଶୀ ଜଣକୁ ବାହାରେ ନିଯୁକ୍ତ କରି କହିଥିଲେ, ମୁଁ ଯେଉଁ ଲୋକମାନଙ୍କୁ ତୁମ୍ଭମାନଙ୍କର ହସ୍ତଗତ କରାଇବି, ସେମାନଙ୍କ ମଧ୍ୟରୁ କେହି ଯେବେ ପଳାଏ, ତେବେ ଯେ ତାହାକୁ ଛାଡ଼ି ଦିଏ, ତାହାର ପ୍ରାଣ ସେ ଲୋକର ପ୍ରାଣ ବଦଳ ହେବ ।
25
ଅନନ୍ତର ସେ ହୋମବଳି ଉତ୍ସର୍ଗ ଶେଷ କରିବାକ୍ଷଣେ ଯେହୂ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ନ ଦିଅ । ତହୁଁ ସେମାନେ ଖଡ଼୍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍-ମନ୍ଦିରର ଗୃହକୁ ଗଲେ ।
26
ପୁଣି ସେମାନେ ବାଲ୍-ମନ୍ଦିରରୁ ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ ।
27
ଆଉ ବାଲ୍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜିଯାଏ ଅଛି ।
28
ଏହି ପ୍ରକାରେ ଯେହୂ ଇସ୍ରାଏଲ ମଧ୍ୟରୁ ବାଲ୍କୁ ଉଚ୍ଛିନ୍ନ କଲେ ।
29
ତଥାପି ବୈଥେଲ ଓ ଦାନ୍ରେ ଥିବା ଯେଉଁ ସୁବର୍ଣ୍ଣ ଗୋବତ୍ସ ଦ୍ଵାରା ନବାଟର ପୁତ୍ର ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ଯେହୂ ତାଙ୍କର ସେହି ପାପାନୁଗମନ ତ୍ୟାଗ କଲେ ନାହିଁ ।
30
ଏଉତ୍ତାରେ ସଦାପ୍ରଭୁ ଯେହୂଙ୍କୁ କହିଲେ, ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ସାଧନ କରି ତୁମ୍ଭେ ଭଲ କରିଅଛ ଓ ଆମ୍ଭ ମନରେ ଯାହା ଯାହା ଥିଲା, ତଦନୁସାରେ ତୁମ୍ଭେ ଆହାବ-ବଂଶ ପ୍ରତି କରିଅଛ, ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ ।
31
ତଥାପି ଯେହୂ ଆପଣାର ସର୍ବାନ୍ତଃକରଣ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ବ୍ୟବସ୍ଥାନୁସାରେ ଚାଲିବାକୁ କିଛି ମନୋଯୋଗ କଲେ ନାହିଁ; ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ, ତାଙ୍କର ସେହି ପାପ ସେ ପରିତ୍ୟାଗ କଲେ ନାହିଁ ।
32
ସେସମୟରେ ସଦାପ୍ରଭୁ ଇସ୍ରାଏଲକୁ ଊଣା କରିବାକୁ ଲାଗିଲେ; ପୁଣି ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ଆଘାତ କଲା;
33
ଯର୍ଦ୍ଦନଠାରୁ ପୂର୍ବଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍ ଓ ରୁବେନ୍ ଓ ମନଃଶି ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍, ଗିଲୀୟଦ ଓ ବାଶନକୁ ଆଘାତ କଲା ।
34
ଯେହୂଙ୍କର ଅବଶିଷ୍ଟ ବୃତ୍ତା; ଓ ସମସ୍ତ କ୍ରିୟା ଓ ତାଙ୍କର ସମସ୍ତ ପରାକ୍ରମ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
35
ପୁଣି ଯେହୂ ଆପଣା ପିତୃଲୋକଙ୍କ ସହିତ ଶୟନ କରନ୍ତେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ । ତହିଁ ଉତ୍ତାରେ ତାଙ୍କର ପୁତ୍ର ଯିହୋୟାହସ୍ ତାଙ୍କ ପଦରେ ରାଜ୍ୟ କଲେ ।
36
ଶମରୀୟାରେ ଇସ୍ରାଏଲ ଉପରେ ଯେହୂଙ୍କର ରାଜ୍ୟ କରିବାର ସମୟ ଅଠାଇଶ ବର୍ଷ ଥିଲା ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25