bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Kings 22
2 Kings 22
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 23 →
1
ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ, ଆଉଣସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିଦୀଦା, ସେ ବସ୍କତୀୟ ଅଦାୟାଙ୍କର କନ୍ୟା ଥିଲେ ।
2
ପୁଣି ଯୋଶୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ ପଥରେ ଚାଲିଲେ, ପୁଣି ଦକ୍ଷିଣରେ କି ବାମରେ ଫେରିଲେ ନାହିଁ ।
3
ଅନନ୍ତର ଯୋଶୀୟ ରାଜାଙ୍କର ଅଧିକାରର ଅଠର ବର୍ଷରେ ରାଜା, ମଶୁଲ୍ଲମର ପୌତ୍ର ଅତ୍ସଲୀୟର ପୁତ୍ର ଶାଫନ୍ ଲେଖକକୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ,
4
ସଦାପ୍ରଭୁଙ୍କ ଗୃହକୁ ଆନୀତ ଯେଉଁ ମୁଦ୍ରା ଦ୍ଵାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରିଅଛନ୍ତି, ତାହା ଯେପରି ହିଲ୍କୀୟ ମହାଯାଜକ ଗଣିବ, ଏଥିପାଇଁ ତାହା ନିକଟକୁ ଯାଅ ।
5
ଆଉ ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ଵାବଧାରଣ-କର୍ମକାରୀ-ମାନଙ୍କ ହସ୍ତରେ ତାହା ସମର୍ପଣ କରନ୍ତୁ ଓ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀମାନଙ୍କୁ,
6
ଅର୍ଥାତ୍, ସୂତ୍ରଧର ଓ ଗାନ୍ଥକ ଓ ରାଜମିସ୍ତ୍ରୀମାନଙ୍କୁ ଗୃହର ଭଗ୍ନସ୍ଥାନ ପୁନର୍ନିର୍ମାଣ କରିବା ପାଇଁ ଓ ଗୃହର ପୁନର୍ନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବା ପାଇଁ ତାହା ଦେଉନ୍ତୁ ।
7
ତଥାପି ସେମାନଙ୍କ ହସ୍ତରେ ଯେଉଁ ମୁଦ୍ରା ସମର୍ପିତ ହେଲା, ତହିଁର ହିସାବ ସେମାନଙ୍କଠାରୁ ନିଆଗଲା ନାହିଁ; କାରଣ ସେମାନେ ବିଶ୍ଵସ୍ତ ରୂପେ କାର୍ଯ୍ୟ କଲେ ।
8
ସେତେବେଳେ ହିଲକୀୟ ମହାଯାଜକ ଶାଫନ୍ ଲେଖକକୁ କହିଲା, ଆମ୍ଭେ ସଦାପ୍ରଭୁଙ୍କ ଗୃହରେ ଏହି ବ୍ୟବସ୍ଥା-ପୁସ୍ତକ ପାଇଅଛୁ । ଆଉ ହିଲ୍କୀୟ ଶାଫନ୍କୁ ସେହି ପୁସ୍ତକ ଦିଅନ୍ତେ, ସେ ତାହା ପାଠ କଲା ।
9
ଏଉତ୍ତାରେ ଶାଫନ୍ ଲେଖକ ରାଜାଙ୍କ ନିକଟକୁ ଆସିଲା ଓ ପୁନର୍ବାର ରାଜାଙ୍କୁ ସମ୍ଵାଦ ଦେଇ କହିଲା, ଆପଣଙ୍କ ଦାସମାନେ ମନ୍ଦିରରେ ପ୍ରାପ୍ତ ସମସ୍ତ ମୁଦ୍ରା ଖାଲି କରି ସଦାପ୍ରଭୁଙ୍କ ଗୃହର ତତ୍ତ୍ଵାବଧାରଣ-କର୍ମକାରୀ-ମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ।
10
ଆହୁରି ଶାଫନ୍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍କୀୟ ଯାଜକ ଆମ୍ଭକୁ ଏହି ପୁସ୍ତକ ଦେଇଅଛନ୍ତି ଓ ଶାଫନ୍ ତାହା ରାଜାଙ୍କ ସାକ୍ଷାତରେ ପାଠ କଲା ।
11
ଏଥିରେ ରାଜା ସେହି ବ୍ୟବସ୍ଥା-ପୁସ୍ତକରୁ ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ ।
12
ପୁଣି ରାଜା ହିଲ୍କୀୟ ଯାଜକକୁ ଓ ଶାଫନ୍ର ପୁତ୍ର ଅହୀକାମ୍କୁ ଓ ମୀଖାୟର ପୁତ୍ର ଅକ୍ବୋରକୁ ଓ ଶାଫନ୍ ଲେଖକକୁ ଓ ଅସାୟ ନାମକ ରାଜଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ,
13
ତୁମ୍ଭେମାନେ ଯାଅ, ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ଆମ୍ଭ ପାଇଁ ଓ ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ ସଦାପ୍ରଭୁଙ୍କୁ ପଚାର, କାରଣ ଆମ୍ଭମାନଙ୍କ ବିଷୟରେ ଏହି ପୁସ୍ତକଲିଖିତ ସମସ୍ତ ବାକ୍ୟାନୁସାରେ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃଲୋକମାନେ ମନୋଯୋଗୀ ନୋହିବାରୁ ଆମ୍ଭମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ପ୍ରଜ୍ଵଳିତ କ୍ରୋଧ ଗୁରୁତର ହୋଇଅଛି ।
14
ତହିଁରେ ହିଲ୍କୀୟ ଯାଜକ ଓ ଅହୀକାମ୍ ଓ ଅକ୍ବୋର ଓ ଶାଫନ୍ ଓ ଅସାୟ, ବସ୍ତ୍ରାଗାରରକ୍ଷକ ହର୍ହସର ପୌତ୍ର ତିକ୍ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲ୍ଦା ଭବିଷ୍ୟଦ୍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ଵିତୀୟ ବିଭାଗରେ ବାସ କରୁଥିଲା; ଆଉ ସେମାନେ ତାହା ସଙ୍ଗେ କଥୋପ-କଥନ କଲେ ।
15
ତହିଁରେ ସେ ସେମାନଙ୍କୁ କହିଲା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,
16
ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ଯିହୁଦାର ରାଜା ଏହି ପୁସ୍ତକର ଯେ ଯେ ବାକ୍ୟ ପାଠ କରିଅଛି, ସେସମସ୍ତ ଘଟାଇବା;
17
କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ଵାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇଅଛନ୍ତି; ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହେବ ଓ ତାହା ନିର୍ବାଣ ନୋହିବ ।
18
ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲେ ଯେ ଯିହୁଦା-ରାଜା, ତାଙ୍କୁ ତୁମ୍ଭେମାନେ କହିବ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି; ତୁମ୍ଭର ଶ୍ରୁତ ବାକ୍ୟ ବିଷୟରେ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ବିରୁଦ୍ଧରେ ଓ ତହିଁର ନିବାସୀମାନଙ୍କ ବିରୁଦ୍ଧରେ ଯେସକଳ ବାକ୍ୟ କହିଅଛୁ, ଅର୍ଥାତ୍, ସେମାନେ ଯେ ଧ୍ଵଂସର ଓ ଅଭିଶାପର ପାତ୍ରହେବେ,
19
ଏହା ଶୁଣି ତୁମ୍ଭର ଅନ୍ତଃକରଣ କୋମଳ ହେଲା, ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ନମ୍ର କଲ ଓ ଆପଣା ବସ୍ତ୍ର ଚିରିଲ ଓ ଆମ୍ଭ ଛାମୁରେ ରୋଦନ କଲ, ଏହେତୁ ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ ।
20
ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ତୁମ୍ଭ ପିତୃଲୋକଙ୍କ ନିକଟରେ ସଂଗ୍ରହ କରିବା ଓ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେସବୁ ଅମଙ୍ଗଳ ଆଣିବା, ତାହା ତୁମ୍ଭ ଚକ୍ଷୁ ଦେଖିବ ନାହିଁ । ଏଥିଉତ୍ତାରେ ଲୋକମାନେ ପୁନର୍ବାର ରାଜାଙ୍କୁ ଏହି କଥାର ସମାଚାର ଦେଲେ ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25