bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Kings 7
2 Kings 7
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 8 →
1
ସେତେବେଳେ ଇଲୀଶାୟ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସଦାପ୍ରଭୁ ଏହି କଥା କହନ୍ତି, କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର-ଦ୍ଵାରରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକାଯିବ ।
2
ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ଵରଙ୍କ ଲୋକଙ୍କୁ ଉତ୍ତର କରି କହିଲା, ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ଵାର କରନ୍ତି, ତେବେ ହେଁ କʼଣ ଏ କଥା ହୋଇ ପାରିବ? ତହିଁରେ ଇଲୀଶାୟ କହିଲେ, ଦେଖ, ତୁମ୍ଭେ ସ୍ଵଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ ।
3
ସେହି ସମୟରେ ନଗର-ଦ୍ଵାରର ପ୍ରବେଶ-ସ୍ଥାନରେ ଚାରି ଜଣ କୁଷ୍ଠୀ ଥିଲେ; ଆଉ ସେମାନେ ପରସ୍ପର କହିଲେ, ଆମ୍ଭେମାନେ ମରିବା ପର୍ଯ୍ୟନ୍ତ କାହିଁକି ଏଠାରେ ବସିଅଛୁ?
4
ଯେବେ କହୁ, ଆମ୍ଭେମାନେ ନଗରରେ ପ୍ରବେଶ କରିବା, ତେବେ ନଗରରେ ଦୁର୍ଭିକ୍ଷ ଅଛି, ପୁଣି ଆମ୍ଭେମାନେ ସେଠାରେ ମରିବା; ଆଉ ଯେବେ ଆମ୍ଭେମାନେ ଏଠାରେ ବସି ରହିବା, ତେବେ ମଧ୍ୟ ମରିବା । ଏହେତୁ ଆସ, ଆମ୍ଭେମାନେ ଅରାମୀୟମାନଙ୍କ ସୈନ୍ୟର ପକ୍ଷକୁ ଯାଉ; ଯେବେ ସେମାନେ ଆମ୍ଭମାନଙ୍କୁ ବଞ୍ଚାଇ ରଖିବେ, ତେବେ ଆମ୍ଭେମାନେ ବଞ୍ଚିବା; ଆଉ ଯେବେ ଆମ୍ଭମାନଙ୍କୁ ମାରି ପକାଇବେ, ତେବେ ମରିବା ।
5
ଏଣୁ ସେମାନେ ଅରାମୀୟମାନଙ୍କ ଛାଉଣିକି ଯିବା ପାଇଁ ଗୋଧୂଳି ସମୟରେ ଉଠିଲେ; ଆଉ ସେମାନେ ଅରାମୀୟମାନଙ୍କ ଛାଉଣିର ବାହାର ସୀମାରେ ଉପସ୍ଥିତ ହେବା ବେଳେ, ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ ।
6
କାରଣ ସଦାପ୍ରଭୁ ଅରାମୀୟମାନଙ୍କ ସୈନ୍ୟଗଣକୁ ରଥ-ଶଦ୍ଦ ଓ ଅଶ୍ଵ-ଶଦ୍ଦ, ଅର୍ଥାତ୍, ମହାସୈନ୍ୟ-ଶଦ୍ଦ ଶୁଣାଇଥିଲେ; ତହିଁରେ ସେମାନେ ପରସ୍ପର କହିଲେ, ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ହିତ୍ତୀୟମାନଙ୍କ ରାଜାଗଣକୁ ଓ ମିସ୍ରୀୟମାନଙ୍କ ରାଜାଗଣକୁ ଆମ୍ଭମାନଙ୍କ ପ୍ରତିକୂଳରେ ବେତନ ଦେଇ ନିଯୁକ୍ତ କରିଅଛି ।
7
ଏହେତୁ ସେମାନେ ଉଠି ଗୋଧୂଳି ସମୟରେ ପଳାଇଲେ, ଆଉ ସେମାନେ ଆପଣାମାନଙ୍କ ତମ୍ଵୁ ଓ ଅଶ୍ଵ ଓ ଗର୍ଦ୍ଦଭ ଓ ଛାଉଣି ଯେପରି ଥିଲା, ସେପରି ଛାଡ଼ି ଆପଣାମାନଙ୍କ ପ୍ରାଣରକ୍ଷାର୍ଥେ ପଳାଇଲେ ।
8
ଏଉତ୍ତାରେ ସେହି କୁଷ୍ଠୀମାନେ ଛାଉଣିର ବାହାର ସୀମାକୁ ଆସି ଗୋଟିଏ ତମ୍ଵୁ ଭିତରକୁ ଯାଇ ଭୋଜନପାନ କଲେ, ପୁଣି ତହିଁରୁ ରୂପା ଓ ସୁନା ଓ ବସ୍ତ୍ର ନେଇ ଲୁଚାଇ ରଖିଲେ; ତହୁଁ ସେମାନେ ପୁନର୍ବାର ଆସି ଆଉ ଏକ ତମ୍ଵୁ ମଧ୍ୟରେ ପ୍ରବେଶ କଲେ ଓ ତହିଁରୁ ମଧ୍ୟ ଦ୍ରବ୍ୟାଦି ନେଇ ଯାଇ ଲୁଚାଇ ରଖିଲେ ।
9
ତେବେ ସେମାନେ ପରସ୍ପର କହିଲେ, ଆମ୍ଭେମାନେ ଭଲ କରୁ ନାହୁଁ; ଆଜି ସୁସମ୍ଵାଦର ଦିନ, ମାତ୍ର ଆମ୍ଭେମାନେ ତୁନି ହୋଇ ରହୁଅଛୁ; ଯେବେ ଆମ୍ଭେମାନେ ପ୍ରଭାତ ଆଲୁଅ ପର୍ଯ୍ୟନ୍ତ ବିଳମ୍ଵ କରୁ, ତେବେ ଆମ୍ଭମାନଙ୍କୁ ଦଣ୍ତ ଘଟିବ; ଏହେତୁ ଏବେ ଆସ, ଆମ୍ଭେମାନେ ଯାଇ ରାଜଗୃହରେ ସମ୍ଵାଦ ଦେଉ ।
10
ତହୁଁ ସେମାନେ ଆସି ନଗରର ଦ୍ଵାରୀକୁ ଡାକିଲେ; ଆଉ ସେମାନଙ୍କୁ ଜଣାଇ କହିଲେ, ଆମ୍ଭେମାନେ ଅରାମୀୟମାନଙ୍କ ଛାଉଣିକି ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ; କି ମନୁଷ୍ୟର ଶଦ୍ଦ ନାହିଁ, ମାତ୍ର ଅଶ୍ଵ ଓ ଗର୍ଦ୍ଦଭଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ଵୁସବୁ ଯେପରି ଥିଲା, ସେପରି ଅଛି ।
11
ତହୁଁ ସେ ଦ୍ଵାରୀମାନଙ୍କୁ ଡାକନ୍ତେ, ସେମାନେ ରାଜଗୃହ ଭିତରେ ସମ୍ଵାଦ ଦେଲେ ।
12
ତହିଁରେ ରାଜା ରାତ୍ରିରେ ଉଠି ଆପଣା ଦାସମାନଙ୍କୁ କହିଲେ, ଅରାମୀୟମାନେ ଆମ୍ଭମାନଙ୍କ ପ୍ରତି ଯାହା କରିଅଛନ୍ତି, ତାହା ମୁଁ ଏବେ ତୁମ୍ଭମାନଙ୍କ ପ୍ରତି ପ୍ରକାଶ କରିବି । ସେମାନେ ଜାଣନ୍ତି ଯେ, ଆମ୍ଭେମାନେ କ୍ଷୁଧାର୍ତ୍ତ ଅଛୁ; ଏହେତୁ ସେମାନେ ଛାଉଣିରୁ ବାହାରି ଯାଇ ଆପଣାମାନଙ୍କୁ କ୍ଷେତ୍ରରେ ଲୁଚାଇ କହୁଛନ୍ତି, ସେମାନେ ନଗରରୁ ବାହାରିଲେ, ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଧରି ନଗରରେ ପ୍ରବେଶ କରିବା ।
13
ତହିଁରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, ମୁଁ ବିନୟ କରୁଅଛି, ଆମ୍ଭେମାନେ କେତେକ ଲୋକ ପଠାଇ ଦେଖୁ, ସେମାନେ ନଗରରେ ଅବଶିଷ୍ଟ ଅଶ୍ଵମାନଙ୍କ ମଧ୍ୟରୁ ପାଞ୍ଚୋଟି ନେଇ ଯାଉନ୍ତୁ, ଦେଖନ୍ତୁ, ସେମାନେ ନଗରରେ ଅବଶିଷ୍ଟ ଇସ୍ରାଏଲର ସମସ୍ତ ଜନତା ସମାନ; ଦେଖନ୍ତୁ, ସେମାନେ ଇସ୍ରାଏଲର ସମସ୍ତ ନଷ୍ଟକଳ୍ପ ଜନତା ସମାନ ।
14
ଏହେତୁ ସେହି ଲୋକମାନେ ଅଶ୍ଵ ସହିତ ଦୁଇ ରଥ ନେଲେ ଓ ରାଜା ସେମାନଙ୍କୁ ଅରାମୀୟ ସୈନ୍ୟ ପଛେ ପଠାଇ କହିଲେ, ଯାଇ ଦେଖ ।
15
ତହୁଁ ସେମାନେ ଯର୍ଦ୍ଦନ ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗଲେ; ଆଉ ଦେଖ, ଅରାମୀୟମାନେ ତରତର ହୋଇ ଯାହା ପକାଇ ଦେଇ ଯାଇଥିଲେ, ଏପରି ବସ୍ତ୍ର ଓ ପାତ୍ରାଦିରେ ସମସ୍ତ ପଥ ପୂର୍ଣ୍ଣ ଥିଲା । ତେବେ ସେ ଦୂତମାନେ ଫେରି ଆସି ରାଜାଙ୍କୁ ସମ୍ଵାଦ ଦେଲେ ।
16
ତହିଁରେ ଲୋକମାନେ ବାହାରକୁ ଯାଇ ଅରାମୀୟମାନଙ୍କ ଛାଉଣି ଲୁଟ କଲେ । ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକାଗଲା ।
17
ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ତାହାକୁ ନଗର-ଦ୍ଵାର ରକ୍ଷା କରିବା ପାଇଁ ନିଯୁକ୍ତ କଲେ; ଏଥିରେ ଲୋକମାନେ ନଗର-ଦ୍ଵାରରେ ତାହାକୁ ଦଳି ପକାଇଲେ, ତହିଁରେ ରାଜା ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଯିବା ବେଳେ ପରମେଶ୍ଵରଙ୍କ ଲୋକ ତାଙ୍କୁ ଯେପରି କହିଥିଲେ, ତଦନୁସାରେ ସେ ମଲା ।
18
ପରମେଶ୍ଵରଙ୍କ ଲୋକ ରାଜାଙ୍କୁ ଏହି କଥା କହିଥିଲେ, କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର-ଦ୍ଵାରରେ ଦୁଇ ପସୁରୀ ଯବ ଏକ ଶେକଲ ଓ ଏକ ପସୁରୀ ସରୁ ମଇଦା ଏକ ଶେକଲ ହେବ;
19
ଆଉ ସେହି ସେନାପତି ପରମେଶ୍ଵରଙ୍କ ଲୋକଙ୍କୁ ଉତ୍ତର କରି କହିଥିଲା, ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ଵାର କରନ୍ତି, ତେବେ ହେଁ କʼଣ ଏପରି କଥା ହୋଇ ପାରିବ? ତହିଁରେ ସେ କହିଥିଲେ, ଦେଖ, ତୁମ୍ଭେ ସ୍ଵଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ ।
20
ସେହିପରି ତାହା ପ୍ରତି ଘଟିଲା; କାରଣ ଲୋକମାନେ ନଗର-ଦ୍ଵାରରେ ତାହାକୁ ଦଳି ପକାନ୍ତେ, ସେ ମଲା ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25