bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Acts 20
Acts 20
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 21 →
1
ସେହି ଗଣ୍ତଗୋଳ ନିବୃତ୍ତ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ ।
2
ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ଉତ୍ତାରେ ଗ୍ରୀସ୍କୁ ଆସିଲେ ।
3
ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସୁରିଆକୁ ଯିବାକୁ ଉଦ୍ୟତ ହେଲେ, ସେତେବେଳେ ଯିହୁଦୀମାନେ ତାଙ୍କ ବିପକ୍ଷରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ମନସ୍ଥ କଲେ ।
4
ଆଉ ପୁରଙ୍କ ପୁତ୍ର ବେରୟାନିବାସୀ ସୋପାତ୍ର, ଥେସଲନୀକୀୟମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଆସିଆର ଲୋକମାନଙ୍କ ମଧ୍ୟରୁ ତୁଖିକ, ଓ ତ୍ରଫିମ ତାଙ୍କ ସାଙ୍ଗରେ ଯାତ୍ରା କଲେ ।
5
ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟାରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ ।
6
ଆଉ, ଖମୀରଶୂନ୍ୟ ରୋଟୀର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀରୁ ଯାତ୍ରା କଲୁ, ପୁଣି ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ସେହି ସ୍ଥାନରେ ଆମ୍ଭେମାନେ ସାତ ଦିନ ରହିଲୁ ।
7
ସପ୍ତାହର ପ୍ରଥମ ଦିନରେ ଯେତେବେଳେ ଆମ୍ଭେମାନେ ରୋଟୀ ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ସେତେବେଳେ ପାଉଲ ପରଦିନ ପ୍ରସ୍ଥାନ କରିବେ ବୋଲି ଉଦ୍ୟତ ହେଉଥିବାରୁ ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଦୀର୍ଘ ବକ୍ତୃତା ଦେଲେ ।
8
ଯେଉଁ ଉପର କୋଠରିରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ପ୍ରଦୀପ ଥିଲା ।
9
ଆଉ, ଇଉତୁଖ ନାମରେ ଜଣେ ଯୁବା ଲୋକ ଝରକା ଉପରେ ବସିଥିଲା, ତାକୁ ଭାରୀ ନିଦ ଲାଗୁଥିଲା; ପୁଣି ପାଉଲ ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରାମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାକୁ ଉଠାଇଲା ବେଳକୁ ସେ ମୃତ ବୋଲି ଜଣାଗଲା ।
10
ସେଥିରେ ପାଉଲ ତଳକୁ ଓହ୍ଲାଇଆସି ତାʼ ଉପରେ ପଡ଼ି ତାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି ।
11
ପରେ ସେ ଉପରକୁ ଯାଇ ରୋଟୀ ଭାଙ୍ଗି ଭୋଜନ କଲେ, ପୁଣି ପ୍ରଭାତ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ ।
12
ଆଉ, ସେମାନେ ସେହି ବାଳକକୁ ଜୀବିତ ଅବସ୍ଥାରେ ଆଣି ଅତ୍ୟ; ଆଶ୍ଵାସ ପ୍ରାପ୍ତ ହେଲେ ।
13
କିନ୍ତୁ, ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍କୁ ଯାତ୍ରା କଲୁ, ସେଠାରୁ ଆମ୍ଭେମାନେ ପାଉଲଙ୍କୁ ଘେନିଯିବା ପାଇଁ ମନେ କରିଥିଲୁ, କାରଣ ସେ ନିଜେ ସ୍ଥଳପଥରେ ଯିବା ପାଇଁ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ ।
14
ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାଙ୍କୁ ଜାହାଜରେ ଘେନି ମିତୁଲୀନୀକୁ ଆସିଲୁ,
15
ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖିଅ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ଵିତୀୟ ଦିନରେ ସାମରେ ଜାହାଜ ଲଗାଇଲୁ ଓ ତହିଁ ଆରଦିନ ମୀଲୀତରେ ପହଞ୍ଚିଲୁ ।
16
କାରଣ ଆସିଆରେ ଯେପରି ପାଉଲଙ୍କୁ ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ।। ଦିନରେ ଯିରୂଶାଲମରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ ।
17
ମୀଲୀତରୁ ସେ ଏଫିସକୁ ଲୋକ ପଠାଇ ମଣ୍ତଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ ।
18
ସେମାନେ ତାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ସେ ସେମାନଙ୍କୁ କହିଲେ, ଆସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି,
19
ସମ୍ପୂର୍ଣ୍ଣ ନମ୍ର ମନରେ ଅଶ୍ରୁପାତ ସହିତ ଯିହୁଦୀ-ମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,
20
କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ନିକଟରେ ଜଣାଇବାକୁ, ପୁଣି ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ
21
ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ ଈଶ୍ଵରଙ୍କ ପ୍ରତି ମନ ପରିବର୍ତ୍ତନ, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ପ୍ରତି ବିଶ୍ଵାସ ବିଷୟରେ ଯିହୁଦୀ ଓ ଗ୍ରୀକ୍ମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲି ତାହା ତୁମ୍ଭେମାନେ ଜାଣ ।
22
ଏବେ ଦେଖ, ମୁଁ ଆତ୍ମାରେ ବାଧ୍ୟ ହୋଇ ଯିରୂଶାଲମକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କʼଣ କʼଣ ଘଟିବ, ତାହା ମୁଁ ଜାଣେ ନାହିଁ; କେବଳ ଏତିକି ଜାଣେ,
23
ମୋʼ ପାଇଁ ଯେ ବନ୍ଧନ ଓ କ୍ଳେଶ ରହିଅଛି, ଏହା ପବିତ୍ର ଆତ୍ମାରେ ନଗରେ ନଗରେ ମୋତେ ସାକ୍ଷ୍ୟ ଦେଉଅଛନ୍ତି ।
24
କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ, ଆଉ ଈଶ୍ଵରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କଠାରୁ ପାଇଅଛିଦ ତାହା ସଂପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି ।
25
ପୁଣି ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ଵରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ତୁମ୍ଭେମାନେ ଆଉ ମୋର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ ।
26
ଏହେତୁରୁ ମୁଁ ଯେ ସମସ୍ତଙ୍କ ରକ୍ତର ଦାୟିତ୍ଵରୁ ମୁକ୍ତ, ଏହା ମୁଁ ଆଜି ତୁମ୍ଭମାନଙ୍କୁ ସାକ୍ଷ୍ୟଦେଉଅଛି ।
27
ମୁଁ ଈଶ୍ଵରଙ୍କର ସମସ୍ତ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି ।
28
ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ତଳୀକି ଈଶ୍ଵର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ତଳୀକି ପ୍ରତିପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ଯେସମସ୍ତ ପଲ ମଧ୍ୟରେ ତୁମ୍ଭମାନଙ୍କୁ ଅଧ୍ୟକ୍ଷ ସ୍ଵରୂପେ ନିଯୁକ୍ତ କରିଅଛନ୍ତି,, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ ।
29
ମୋର ପ୍ରସ୍ଥାନ ପରେ ଦୂର; ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବେ,
30
ପୁଣି, ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଲୋକେ ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ନିମନ୍ତେ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ ।
31
ଅତଏବ, ତୁମ୍ଭେମାନେ ଜାଗି ରହୁ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଅଶ୍ରୁପାତ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ କ୍ଷା; ହୋଇ ନ ଥିଲି, ଏହା ସ୍ମରଣ କର ।
32
ଏବେ ମୁଁ ତୁମ୍ଭମାନଙ୍କୁ ପ୍ରଭୁଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି ।
33
ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି ।
34
ଏହି ହାତ ଦୁଇଟି ଯେ ମୋର ଓ ମୋʼ ସଙ୍ଗୀ-ମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରି ଆସୁଅଛି, ଏହା ତୁମ୍ଭେମାନେ ନିଜେ ଜାଣ ।
35
ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର”, ପ୍ରଭୁ ଯୀଶୁ ସ୍ଵୟଂ ଏହି ଯେଉଁ କଥା କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହିସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଦୃଷ୍ଟାନ୍ତ ଦେଖାଇଅଛି ।
36
ଏହିସବୁ କଥା କହି ସେ ଜାନୁପାତ କରି ସେସମସ୍ତଙ୍କ ସହିତ ପ୍ରାର୍ଥନା କଲେ,
37
ଆଉ, ସେମାନେ ସମସ୍ତେ ଅତ୍ୟ; ରୋଦନ କରି ପାଉଲଙ୍କ ଗଳା ଧରି ତାଙ୍କୁ ଚୁମ୍ଵନ କରିବାକୁ ଲାଗିଲେ,
38
ପୁଣି, ସେମାନେ ତାଙ୍କ ମୁଖ ଆଉ ଦେଖିବେ ନାହିଁ ବୋଲି ସେ ଯେଉଁ କଥା କହିଥିଲେ, ବିଶେଷ ରୂପେ ସେଥିପାଇଁ ଦୁଃଖ କଲେ । ପରେ ସେମାନେ ତାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28