bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Acts 22
Acts 22
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 23 →
1
ଭ୍ରାତୃ ଓ ପିତୃବୃନ୍ଦ, ମୁଁ ବର୍ତ୍ତମାନ ଆପଣ-ମାନଙ୍କ ନିକଟରେ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶ୍ରବଣ କରନ୍ତୁ ।
2
ସେ ସେମାନଙ୍କ ନିକଟରେ ଏବ୍ରୀ ଭାଷାରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ ।
3
ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିଆର ତାର୍ଷରେ ମୋହର ଜନ୍ମ, କିନ୍ତୁ ମୁଁ ଏହି ନଗରରେ ଲାଳିତପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ଆପଣମାନେ ସମସ୍ତେ ଆଜି ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ଵରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍ଯୋଗୀ ଥିଲି;
4
ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି ।
5
ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ସେମାନଙ୍କଠାରୁ ମୁଁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି ଦାମାସ୍କସ୍ରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି ।
6
କିନ୍ତୁ ମୁଁ ଯାଉ ଯାଉ ଦାମାସ୍କସ୍ର ନିକଟବର୍ତ୍ତୀ ହୁଅନ୍ତେ, ପ୍ରାୟ ମଧ୍ୟାହ୍ନ ସମୟରେ ଅକସ୍ମାତ୍ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା ।
7
ସେଥିରେ ମୁଁ ଭୂମିରେ ପଡ଼ିଗଲି, ଆଉ ମୋʼ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?
8
ମୁଁ ଉତ୍ତର ଦେଲି, ପ୍ରଭୋ, ଆପଣ କିଏ? ତେଣୁ ସେ ମୋତେ କହିଲେ, ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି ।
9
ଯେଉଁମାନେ ମୋʼ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ତାହାଙ୍କ ସ୍ଵର ଶୁଣିଲେ ନାହିଁ ।
10
ସେଥିରେ ମୁଁ କହିଲି, ପ୍ରଭୋ, ମୁଁ କʼଣ କରିବି? ତେଣୁ ପ୍ରଭୁ ମୋତେ କହିଲେ, ଉଠ, ଦାମାସ୍କସ୍କୁ ଯାଅ, ଆଉ ଯେସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେସବୁ ତୁମ୍ଭକୁ ସେଠାରେ କୁହାଯିବ ।
11
ସେହି ଆଲୋକର ତେଜ ହେତୁ ମୁଁ ଦେଖି ନ ପାରିବାରୁ ମୋʼ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ଵାରା ଚାଳିତ ହୋଇ ଦାମାସ୍କସ୍କୁ ଆସିଲି ।
12
ସେହି ସ୍ଥାନନିବାସୀ ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନିୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ ପ୍ରେରିତ. ୯:୧୭
13
ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଶାଉଲ ଭାଇ, ଦୃଷ୍ଟି ପ୍ରାପ୍ତ ହୁଅ । ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି ।
14
ପୁଣି, ସେ କହିଲେ, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ଵର ତାହାଙ୍କ ଇଚ୍ଛା ଜାଣିବା ନିମନ୍ତେ ଓ ସେହି ଧାର୍ମିକ ବ୍ୟକ୍ତିଙ୍କି ଦେଖିବା ନିମନ୍ତେ, ପୁଣି ତାହାଙ୍କ ମୁଖରୁ ବାଣୀ ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରିଅଛନ୍ତି,
15
କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ନିକଟରେ ତାହାଙ୍କର ସାକ୍ଷୀ ହେବ ।
16
ଆଉ, ଏବେ ତୁମ୍ଭେ କାହିଁକି ବିଳମ୍ଵ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପସବୁ ଧୋଇ ପକାଅ ।
17
ଏଥିଉତ୍ତାରେ ମୁଁ ଯିରୂଶାଲମକୁ ବାହୁଡ଼ିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି ।
18
ସେ ମୋତେ କହିଲେ, ବିଳମ୍ଵ ନ କରି ଶୀଘ୍ର ଯିରୂଶାଲମରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ ।
19
ସେଥିରେ ମୁଁ କହିଲି, ପ୍ରଭୋ, ମୁଁ ଯେ ଆପଣଙ୍କଠାରେ ବିଶ୍ଵାସୀମାନଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି;
20
ଆଉ, ଯେତେବେଳେ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି ।
21
ସେଥିରେ ସେ ମୋତେ କହିଲେ, ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ବିଜାତିମାନଙ୍କ ନିକଟକୁ ପ୍ରେରଣ କରିବୁ ।
22
ଲୋକମାନେ ଏହି ପର୍ଯ୍ୟନ୍ତ ତାଙ୍କ କଥା ଶୁଣି ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାʼର ବଞ୍ଚି ରହିବା ଉଚିତ ନୁହେଁ ।
23
ଆଉ, ଯେତେବେଳେ ସେମାନେ ଚିତ୍କାର କରି ଆପଣା ଆପଣା ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ,
24
ସେତେବେଳେ ସହସ୍ରସେନାପତି ତାଙ୍କୁ ଗଡ଼ ଭିତରକୁ ଘେନିଯିବା ପାଇଁ ଆଜ୍ଞା ଦେଲେ, ପୁଣି, ଲୋକେ କାହିଁକି ତାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ଵାରା ତାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ ।
25
ସେମାନେ ତାଙ୍କୁ କଶା ମାରିବା ପାଇଁ ବାନ୍ଧିଲା ଉତ୍ତାରେ ସେ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
26
ସେହି ଶତସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କʼଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ ।
27
ସେଥିରେ ସହସ୍ରସେନାପତି ଆସି ତାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ, ହଁ ।
28
ସେଥିରେ ସହସ୍ରସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି । ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ ।
29
ତେବେ, ଯେଉଁମାନେ ତାଙ୍କୁ ପରୀକ୍ଷା କରିବାକୁ ଉଦ୍ୟତ ଥିଲେ, ସେମାନେ ତତ୍କ୍ଷଣାତ୍ ସେଥିରୁ ନିବୃତ୍ତ ହେଲେ, ଆଉ ସହସ୍ରସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଓ ତାଙ୍କୁ ବାନ୍ଧିବାରୁ ଭୀତ ହେଲେ ।
30
କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ଵାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟ ରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି ପାଉଲଙ୍କୁ ଘେନିଆଣି ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28