bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Acts 7
Acts 7
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
1
ସେଥିରେ ମହାଯାଜକ ପଚାରିଲେ, ଏହିସମସ୍ତ କଥା କି ସତ୍ୟ?
2
ସେ କହିଲେ, ହେ ଭ୍ରାତୃ ଓ ପିତୃଗଣ, ଶ୍ରବଣ କରନ୍ତୁ । ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆରେ ଥିଲେ, ସେତେବେଳେ ଗୌରବମୟ ଈଶ୍ଵର ତାଙ୍କୁ ଦର୍ଶନ ଦେଇ କହିଲେ,
3
ତୁମ୍ଭେ ସ୍ଵଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରିଆସ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ ।
4
ସେଥିରେ କଲ୍ଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି ତାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ, ସେଠାରୁ ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ଵର ତାଙ୍କୁ ଘେନିଆସିଲେ,
5
ଆଉ, ସେ ତାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି ସେତେବେଳେ ତାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାଙ୍କୁ ଓ ତାଙ୍କ ଭବିଷ୍ୟଦ୍ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ ।
6
ଈଶ୍ଵର ଏହିପରି କହିଲେ, ତାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେସ୍ଥାନର ଲୋକେ ସେମାନଙ୍କୁ ଚାରିଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ଵରେ ରଖି ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବେ ।
7
ପୁଣି, ଈଶ୍ଵର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାʼର ବିଚାର କରିବା; ତତ୍ପରେ ସେମାନେ ବାହାରିଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ ।
8
ଆଉ, ସେ ତାଙ୍କୁ ସୁନ୍ନତବିଧି ପ୍ରଦାନ କଲେ, ପୁଣି ତଦନୁସାରେ ଅବ୍ରହାମ ଯିସ୍ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାଙ୍କୁ ସୁନ୍ନତ କଲେ; ଯିସ୍ହାକ ଯାକୁବଙ୍କୁ, ପୁଣି ଯାକୁବ ଦ୍ଵାଦଶ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ ।
9
ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ଵର ତାଙ୍କ ସହିତ ଥିଲେ⇧,
10
ପୁଣି, ତାଙ୍କ ସମସ୍ତ କ୍ଳେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ଵରୂପେ ନିଯୁକ୍ତ କଲେ ।
11
ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି ମହାକ୍ଳେଶ ଘଟିଲା, ଆଉ ଆମ୍ଭମାନଙ୍କ ପିତୃପୁରୁଷ-ମାନେ ଭକ୍ଷ୍ୟ ପାଇ ପାରିଲେ ନାହିଁ ।
12
କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ ।
13
ପୁଣି, ଦ୍ଵିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ ।
14
ତତ୍ପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ଵ ସମସ୍ତଙ୍କୁ ଡକାଇ ପଠାଇଲେ । ସେଥିରେ ଯାକୁବ ମିସରକୁ ଗଲେ।;
15
ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷ-ମାନେ ପ୍ରାଣତ୍ୟାଗ କଲେ,
16
ଆଉ, ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ ।
17
କିନ୍ତୁ ଈଶ୍ଵର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ ।
18
ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ ।
19
ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥିନିମନ୍ତେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ।
20
ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଦିବ୍ୟ ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ ।
21
ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାଙ୍କୁ ଉଠାଇନେଇ ଆପଣା ପୁତ୍ର ରୂପେ ପ୍ରତିପାଳନ କଲେ।
22
ଆଉ, ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ ।
23
ତାଙ୍କ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍, ଇସ୍ରାଏଲ ସନ୍ତାନମାନଙ୍କୁ ସଂଖୋଳିବା ନିମନ୍ତେ ତାଙ୍କ ଇଚ୍ଛା ଜାତ ହେଲା ।
24
ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି, ସେ ତାʼର ସପକ୍ଷ ହେଲେ ଓ ସେହି ମିସରୀୟ ଲୋକକୁ ବଧ କରି ଉପଦ୍ରବ ପାଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ ।
25
ତାଙ୍କ ହସ୍ତ ଦ୍ଵାରା ଈଶ୍ଵର ଯେ ତାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି, ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ ।
26
ପରିଦିନ ସେମାନେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକଆରେକ ପ୍ରତି ଅନ୍ୟାୟ କରୁଅଛ?
27
କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକ ସ୍ଵରୂପେ ନିଯୁକ୍ତ କଲା?
28
କାଲି ଯେପରି ସେହି ମିସରୀୟକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ?
29
ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାଙ୍କର ଦୁଇ ପୁତ୍ର ଜନ୍ମ ହେଲେ ।
30
ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ, ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାଙ୍କୁ ଦର୍ଶନ ଦେଲେ ।
31
ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି ଭଲ ରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
32
ଆମ୍ଭେ ତୁମ୍ଭ ପିତୃପୁରୁଷମାନଙ୍କ ଈଶ୍ଵର, ଅବ୍ରହାମ, ଯିସ୍ହାକ ଓ ଯାକୁବର ଈଶ୍ଵର । ସେଥିରେ ମୋଶା କମ୍ପି ଉଠି ଭଲ ରୂପେ ଦେଖିବାକୁ ସାହସ କଲେ ନାହିଁ ।
33
ତତ୍ପରେ ପ୍ରଭୁ ତାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିଦିଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି ।
34
ମିସରରେ ଆମ୍ଭର ଯେଉଁ ଲୋକମାନେ ଅଛନ୍ତି, ଆମ୍ଭେ ସେମାନଙ୍କର କ୍ଳେଶ ନିଶ୍ଚୟ ଦେଖିଅଛୁ ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛୁ, ପୁଣି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଅବତରଣ କରିଅଛୁ; ଆଉ ଏବେ ଆସ, ଆମ୍ଭେ ତୁମ୍ଭକୁ ମିସରକୁ ପ୍ରେରଣ କରିବା ।
35
କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ଵରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାଙ୍କୁ ଈଶ୍ଵର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ ।
36
ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ ।
37
ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ଵର ତୁମ୍ଭମାନଙ୍କର ଭ୍ରାତୃଗଣଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କି ଉତ୍ପନ୍ନ କରିବେ ।
38
ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ତଳୀ ମଧ୍ୟରେ ଥାଇ ସୀନୟ ପର୍ବତରେ ତାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ ।
39
ଆମ୍ଭମାନଙ୍କର ପିତୃପୁରୁଷମାନେ ତାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାଙ୍କୁ ଅଗ୍ରାହ୍ୟ କଲେ, ପୁଣି ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,
40
ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ ।
41
ଆଉ, ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ ।
42
କିନ୍ତୁ ଈଶ୍ଵର ବିମୁଖ ହୋଇ ସେମାନଙ୍କୁ ଆକାଶ-ବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି, ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ, ତୁମ୍ଭେମାନେ କʼଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
43
ବରଂ ତୁମ୍ଭେମାନେ ପୂଜା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ାକ ଗଢ଼ିଥିଲ, ସେହି ମୋଲଖର ତମ୍ଵୁ ଓ ରମ୍ପା ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ । ଏଣୁ ଆମ୍ଭେ ତୁମ୍ଭମାନଙ୍କୁ ବାବିଲର ଆର ପାଖକୁ ନିର୍ବାସିତ କରିବା ।
44
ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟତମ୍ଵୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶାନୁଯାୟୀ ଆମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟତମ୍ଵୁ ପାଇଥିଲେ ।
45
ଆଉ, ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ଵର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ଵରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ ।
46
ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ ।
47
କିନ୍ତୁ ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ ।
48
ତଥାପି ଯେ ପରାତ୍ପର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,
49
ସ୍ଵର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? କିମ୍ଵା ଆମ୍ଭର ବିଶ୍ରାମସ୍ଥାନ କାହିଁ?
50
ଆମ୍ଭର ହସ୍ତ କଅଣ ଏହିସମସ୍ତ ବିଷୟ ସୃଷ୍ଟି କରି ନାହିଁ?
51
ହେ ଶକ୍ତଗ୍ରୀବ, ପୁଣି ଅସୁନ୍ନତି ହୃଦୟ ଓ କର୍ଣ୍ଣବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷ-ମାନେ ଯେପରି, ଆପଣମାନେ ମଧ୍ୟ ସେହିପରି ।
52
ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣ-ମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;
53
ଆପଣମାନେ ଦୂତମାନଙ୍କ ଦ୍ଵାରା ଆଦିଷ୍ଟ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ ।
54
ଏହିସମସ୍ତ କଥା ଶୁଣି ସେମାନେ ମର୍ମାହତ ହେଲେ, ପୁଣି ତାଙ୍କ ପ୍ରତି ଦା; କଡ଼ମଡ଼ କରିବାକୁ ଲାଗିଲେ ।
55
କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ଵର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ଵରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିବା ଦେଖି କହିଲେ,
56
ଦେଖନ୍ତୁ, ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିବା ଦେଖୁଅଛି ।
57
କିନ୍ତୁ ସେମାନେ ଉଚ୍ଚସ୍ଵରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ, ଆଉ ଏକଯୋଗରେ ତାଙ୍କ ଉପରେ ମାଡ଼ିପଡ଼ିଲେ,
58
ପୁଣି, ସେମାନେ ତାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ ।
59
ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋର ଆତ୍ମା ଗ୍ରହଣ କର ।
60
ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚ ସ୍ଵରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ । ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28