bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Deuteronomy 1
Deuteronomy 1
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 2 →
1
ପାରଣ ଓ ତୋଫଲ ଓ ଲାବନ ଓ ହତ୍ସେରୋତ୍ ଓ ଦୀଷାହବର ମଧ୍ୟସ୍ଥାନରେ ସୂଫ ସମ୍ମୁଖସ୍ଥିତ ପଦାରେ, ଅର୍ଥାତ୍, ଯର୍ଦ୍ଦନର ପୂର୍ବପାରସ୍ଥିତ ପ୍ରାନ୍ତରରେ ମୋଶା ସମୁଦାୟ ଇସ୍ରାଏଲଙ୍କୁ ଏହିସବୁ କଥା କହିଲେ ।
2
ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଏଗାର ଦିନର ଯାତ୍ରା ଅଟେ ।
3
ସଦାପ୍ରଭୁ ଯେ ଯେ କଥା ଇସ୍ରାଏଲ-ସନ୍ତାନଗଣକୁ କହିବା ପାଇଁ ମୋଶାଙ୍କୁ ଆଜ୍ଞା ଦେଇଥିଲେ, ତଦନୁସାରେ ମୋଶା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ସେମାନଙ୍କୁ କହିଲେ ।
4
ହିଷ୍ବୋନ୍ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଟାରୋତ୍ ନିବାସୀ ବାଶନର ରାଜା ଓଗକୁ ଇଦ୍ରିୟୀରେ ସଂହାର କଲା ଉତ୍ତାରେ
5
ଯର୍ଦ୍ଦନର ପୂର୍ବପାରସ୍ଥିତ ମୋୟାବ ଦେଶରେ ମୋଶା ଏହି ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ ।
6
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ହୋରେବରେ ଆମ୍ଭମାନଙ୍କୁ କହିଲେ, ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ କାଳ ବାସ କରିଅଛ;
7
ଏବେ ଫେରି ଇମୋରୀୟମାନଙ୍କ ପର୍ବତମୟ ଦେଶ ଓ ତନ୍ନିକଟବର୍ତ୍ତୀ ପଦା ଓ ପର୍ବତ ଓ ତଳଭୂମି ଓ ଦକ୍ଷିଣ ପ୍ରଦେଶ ଓ ସମୁଦ୍ରତୀର ଇତ୍ୟାଦି କିଣାନୀୟମାନଙ୍କ ସମସ୍ତ ଦେଶ ଓ ଲିବାନୋନ ଦେଇ ମହାନଦୀ ଫରାତ୍ ପର୍ଯ୍ୟନ୍ତ ଯାତ୍ରା କର ।
8
ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମକୁ ଓ ଇସ୍ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର ।
9
ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ;
10
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ ।
11
ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ଵର ତୁମ୍ଭମାନଙ୍କୁ ତହିଁର ସହସ୍ରଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ।
12
ମୁଁ କିରୂପେ ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି?
13
ତୁମ୍ଭେମାନେ ଆପଣା ଆପଣା ବଂଶାନୁସାରେ ଜ୍ଞାନୀ ଓ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ମନୋନୀତ କର, ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ପ୍ରଧାନ ରୂପେ ନିଯୁକ୍ତ କରିବି ।
14
ଏଥିରେ ତୁମ୍ଭେମାନେ ମୋତେ ଉତ୍ତର ଦେଇ କହିଲ, ତୁମ୍ଭେ ଯାହା କହିଲ, ତାହା ଆମ୍ଭମାନଙ୍କର କରିବା ଭଲ ।
15
ତହୁଁ ମୁଁ ତୁମ୍ଭମାନଙ୍କ ବଂଶସମୂହ ମଧ୍ୟରୁ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ ଓ ସହସ୍ରପତି ଓ ଶତପତି ଓ ପଚାଶତପତି ଓ ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି ।
16
ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ବିଚାର-କର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର ।
17
ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ଵରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି ଦୁଷ୍କର ହୁଏ, ତାହା ତୁମ୍ଭେମାନେ ମୋʼ କତିକି ଆଣିବ, ମୁଁ ତାହା ଶୁଣିବି ।
18
ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ସମସ୍ତ କର୍ତ୍ତବ୍ୟକର୍ମ ବିଷୟ ଆଜ୍ଞା ଦେଇଥିଲି ।
19
ଅନନ୍ତର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବଠାରୁ ଯାତ୍ରା କଲୁ, ପୁଣି ଇମୋରୀୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁର ମଧ୍ୟ ଦେଇ ଯାଇ କାଦେଶ-ବର୍ଣ୍ଣେୟରେ ପହଞ୍ଚିଲୁ ।
20
ଏଉତ୍ତାରେ ମୁଁ ତୁମ୍ଭମାନଙ୍କୁ କହିଲି, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଇମୋରୀୟମାନଙ୍କର ଯେଉଁ ପର୍ବତମୟ ଦେଶ ଦେବେ, ସେଠାରେ ତୁମ୍ଭେମାନେ ଉପସ୍ଥିତ ହୋଇଅଛ ।
21
ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି; ସଦାପ୍ରଭୁ ଆପଣା ପୈତୃକ ପରମେଶ୍ଵରଙ୍କ ଆଜ୍ଞାନୁସାରେ ତୁମ୍ଭେ ଯାଇ ତାହା ଅଧିକାର କର; ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ ।
22
ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆମ୍ଭ ନିକଟକୁ ଆସି କହିଲ, ଆମ୍ଭେମାନେ ଆପଣାମାନଙ୍କ ଆଗେ ଲୋକ ପଠାଉ, ତହିଁରେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଦେଶ ଅନୁସନ୍ଧାନ କରି ଆମ୍ଭମାନଙ୍କୁ କେଉଁ ପଥ ଦେଇ ଯିବାକୁ ହେବ ଓ କେଉଁ କେଉଁ ନଗରରେ ଉପସ୍ଥିତ ହେବାକୁ ହେବ, ତହିଁର ସମ୍ଵାଦ ଆମ୍ଭମାନଙ୍କ ନିକଟକୁ ଆଣନ୍ତୁ ।
23
ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ; ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣ ନେଲୁ ।
24
ତହୁଁ ସେମାନେ ଗମନ କରି ପର୍ବତ ପାର ହୋଇ ଇଷ୍କୋଲ ଉପତ୍ୟକାରେ ପହଞ୍ଚି ଦେଶ ଅନୁସନ୍ଧାନ କଲେ ।
25
ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ଵାଦ ଦେଇ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଉତ୍ତମ ଦେଶ ।
26
ତଥାପି ତୁମ୍ଭେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ।
27
ପୁଣି ତୁମ୍ଭେମାନେ ଆପଣା ଆପଣା ତମ୍ଵୁରେ ବଚସା କରି କହିଲ, ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ହେତୁରୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛନ୍ତି ।
28
ଆମ୍ଭେମାନେ କେଉଁଠାକୁ ଯାଉଅଛୁ? ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଦୀର୍ଘକାୟ; ନଗରମାନ ବୃହତ୍ ଓ ଗଗନସ୍ପର୍ଶୀ ପ୍ରାଚୀର-ବେଷ୍ଟିତ; ଆହୁରି ସେସ୍ଥାନରେ ଆମ୍ଭେମାନେ ଅନାକୀୟ-ମାନଙ୍କସନ୍ତାନଗଣକୁ ଦେଖିଅଛୁ, ଏହି କଥା କହି ଆମ୍ଭମାନଙ୍କ ଭ୍ରାତୃଗଣ ଆମ୍ଭମାନଙ୍କର ମନୋଭଙ୍ଗ କରିଅଛନ୍ତି।
29
ତେବେ ମୁଁ ତୁମ୍ଭମାନଙ୍କୁ କହିଲି, ତ୍ରାସଯୁକ୍ତ ହୁଅ ନାହିଁ, କି ସେମାନଙ୍କ ସକାଶୁ ଭୟ କର ନାହିଁ ।
30
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର, ଯେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କରୁଅଛନ୍ତି, ସେ ମିସରରେ ଓ ପ୍ରାନ୍ତରରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ନିମନ୍ତେ ଯେସମସ୍ତ କାର୍ଯ୍ୟ କଲେ, ତଦନୁସାରେ ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ;
31
ଯେହେତୁ ପ୍ରାନ୍ତରରେ ତୁମ୍ଭେ ଦେଖିଅଛ ଯେ, ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମ୍ଭମାନଙ୍କୁ ତୁମ୍ଭର ପରମେଶ୍ଵର ଏହି ସ୍ଥାନରେ ପହୁଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗମନର ସମସ୍ତ ପଥରେ ତୁମ୍ଭକୁ କିପରି ବହିଅଛନ୍ତି ।
32
ତଥାପି ଏହି ବିଷୟ ସକାଶେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କଠାରେ ବିଶ୍ଵାସ କଲ ନାହି;
33
ସେ ତୁମ୍ଭମାନଙ୍କ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ଵେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ଵାରା ଓ ଦିବସରେ ମେଘ ଦ୍ଵାରା ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କଲେ ।
34
ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ବାକ୍ୟର ରବ ଶୁଣି କ୍ରୋଧ କଲେ ଓ ଶପଥ କରି କହିଲେ,
35
ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛୁ, ନିଶ୍ଚୟ ଏହି ଦୁଷ୍ଟ ବଂଶୀୟ ମନୁଷ୍ୟମାନଙ୍କ ମଧ୍ୟରୁ କୌଣସି ଲୋକ ସେହି ଉତ୍ତମ ଦେଶ ଦେଖି ପାରିବ ନାହିଁ,
36
କେବଳ ଯିଫୁନ୍ନିର ପୁତ୍ର କାଲେବ ତାହା ଦେଖିବ; ପୁଣି ସେ ଯେଉଁ ଭୂମିରେ ପଦାର୍ପଣ କରିଅଛି, ସେହି ଭୂମି ଆମ୍ଭେ ତାହାକୁ ଓ ତାହାର ସନ୍ତାନଗଣକୁ ଦେବା; କାରଣ ସେ ସଦାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗତ ଲୋକ ।
37
ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ପ୍ରତି କ୍ରୋଧ କରି କହିଲେ, ତୁମ୍ଭେ ମଧ୍ୟ ସେସ୍ଥାନରେ ପ୍ରବେଶ କରିବ ନାହିଁ;
38
ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ; ତୁମ୍ଭେ ତାହାକୁ ସାହସ ଦିଅ; ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ ।
39
ଆହୁରି ତୁମ୍ଭମାନଙ୍କର ବାଳକମାନେ, ଯେଉଁମାନେ ଲୁଟିତ ହେବେ ବୋଲି ତୁମ୍ଭେମାନେ କହିଥିଲ ଓ ତୁମ୍ଭମାନଙ୍କର ସନ୍ତାନମାନେ, ଯେଉଁମାନେ ଅଦ୍ୟାପି ଭଲ ମନ୍ଦର ଜ୍ଞାନ ପାଇ ନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ; ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ ।
40
ମାତ୍ର ତୁମ୍ଭେମାନେ ବାହୁଡ଼ି ସୂଫ ସମୁଦ୍ର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କର ।
41
ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠି ଯାଇ ଯୁଦ୍ଧ କରିବୁ । ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ ।
42
ସେତେବେଳେ ସଦାପ୍ରଭୁ ମୋତେ କହିଲେ, ସେମାନଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ନାହୁଁ, ଏଣୁ ତୁମ୍ଭେମାନେ ଆରୋହଣ କର ନାହିଁ, କିଅବା ଯୁଦ୍ଧ କର ନାହିଁ; କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ।
43
ତହୁଁ ମୁଁ ତୁମ୍ଭମାନଙ୍କୁ ସେହି କଥା କହିଲି, ପୁଣି ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ଓ ଦୁଃସାହସୀ ହେଲ, ଆଉ ପର୍ବତ ଉପରକୁ ଚଢ଼ିଗଲ ।
44
ଏନିମନ୍ତେ ସେହି ପର୍ବତବାସୀ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ମହୁମାଛି ପରି ତୁମ୍ଭମାନଙ୍କୁ ତଡ଼ି ଦେଲେ ଓ ସେୟୀରରେ ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ ।
45
ତେବେ ତୁମ୍ଭେମାନେ ଫେରି ଆସି ସଦାପ୍ରଭୁଙ୍କ ଛାମୁରେ ରୋଦନ କଲ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ରବରେ ମନୋଯୋଗ କଲେ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ ।
46
ତହିଁରେ ତୁମ୍ଭେମାନେ କାଦେଶରେ ବାସ କରି ସେହି ସ୍ଥାନରେ ବହୁ କାଳ ରହିଲ ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34