bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Deuteronomy 22
Deuteronomy 22
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 23 →
1
ତୁମ୍ଭେ ଆପଣା ଭାଇର ବଳଦ କି ମେଷ ବଣା ହେବାର ଦେଖିଲେ, ସେମାନଙ୍କ ବିଷୟରେ ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ଆପଣା ଭାଇ କତିକି ନିଶ୍ଚୟ ଫେରାଇ ଆଣିବ ।
2
ପୁଣି ଯେବେ ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ଵା ତୁମ୍ଭେ ଯେବେ ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ଵେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରୁ ତୁମ୍ଭେ ତାହାକୁ ତାହା ଫେରାଇ ଦେବ ।
3
ତୁମ୍ଭେ ତାହାର ଗଧ ପ୍ରତି ସେରୂପ କରିବ ଓ ତୁମ୍ଭେ ତାହାର ବସ୍ତ୍ର ପ୍ରତି ସେରୂପ କରିବ; ପୁଣି ତୁମ୍ଭ ଭାଇ ଯେ କୌଣସି ବସ୍ତୁ ହଜାଇଥାଏ, ତାହାର ସେହି ହଜିଲା ବସ୍ତୁ ତୁମ୍ଭେ ପାଇଲେ, ତହିଁ ବିଷୟରେ ସେରୂପ କରିବ; ତହିଁରେ ଅମନୋଯୋଗ କରିବା ତୁମ୍ଭର ଅକର୍ତ୍ତବ୍ୟ ।
4
ତୁମ୍ଭେ ଆପଣା ଭାଇର ଗଧ କି ବଳଦ ବାଟରେ ପଡ଼ିଯିବାର ଦେଖିଲେ, ତହିଁ ପ୍ରତି ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ପୁନର୍ବାର ଉଠାଇବା ପାଇଁ ଅବଶ୍ୟ ତାହାର ଉପକାର କରିବ ।
5
ଯାହା ପୁରୁଷର, ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିଅବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ; କାରଣ ଯେ କେହି ତାହା କରେ, ସେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଘୃଣାଯୋଗ୍ୟ ଅଟେ ।
6
ଯେବେ ପଥପାର୍ଶ୍ଵସ୍ଥ କୌଣସି ବୃକ୍ଷରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କି ଡିମ୍ଵ ଥାଏ, ଆଉ ସେହି ଛୁଆ କି ଡିମ୍ଵ ଉପରେ ପକ୍ଷିଣୀ ବସିଥାଏ, ତେବେ ତୁମ୍ଭେ ଛୁଆ ସଙ୍ଗରେ ପକ୍ଷିଣୀକି ଧରିବ ନାହିଁ ।
7
ତୁମ୍ଭେ କୌଣସିମତେ ପକ୍ଷିଣୀକି ଛାଡ଼ି ଦେବ, ମାତ୍ର ତୁମ୍ଭେ ଆପଣା ନିମନ୍ତେ ଛୁଆମାନଙ୍କୁ ନେଇ ପାର, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେ ଆପଣା ଦିନ ବଢ଼ାଇ ପାରିବ ।
8
ତୁମ୍ଭେ ନୂତନ ଗୃହ ନିର୍ମାଣ କଲେ, ତହିଁର ଛାତରେ ଛେଦାବାଡ଼ ପ୍ରସ୍ତୁତ କରିବ, ଯେପରି ତହିଁ ଉପରୁ କୌଣସି ମନୁଷ୍ୟ ପଡ଼ିଗଲେ, ତୁମ୍ଭେ ଆପଣା ଗୃହ ଉପରେ ରକ୍ତପାତର ଅପରାଧ ବର୍ତ୍ତାଇବ ନାହିଁ ।
9
ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; ତାହା କଲେ ତୁମ୍ଭ ବୁଣା ବୀଜ ଓ ଦ୍ରାକ୍ଷାକ୍ଷେତ୍ରର ସମୁଦାୟ ଫଳ ତଣ୍ତ ରୂପେ ନିଆଯିବ ।
10
ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଚି ଚାଷ କରିବ ନାହିଁ ।
11
ତୁମ୍ଭେ ଲୋମ ଓ ମସିନା କୌଣସି ମିଶ୍ରିତ ସୂତ୍ରନିର୍ମିତ ବସ୍ତ୍ର ପିନ୍ଧିବ ନାହିଁ ।
12
ତୁମ୍ଭେ ଆପଣା ଶରୀରର ଉତ୍ତରୀୟ ବସ୍ତ୍ରର ଚାରି ଅଞ୍ଚଳରେ ଝୁମ୍ପା ବନାଇବ ।
13
କୌଣସି ପୁରୁଷ କୌଣସି ସ୍ତ୍ରୀକି ବିବାହ କରି ତାହାର ସହବାସ କଲା ଉତ୍ତାରେ ଯେବେ ତାହାକୁ ଘୃଣା କରେ
14
ଓ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତାହାର ଦୁର୍ନାମ କରି କହେ କି, ଆମ୍ଭେ ଏହି ସ୍ତ୍ରୀକି ବିବାହ କଲୁ, ମାତ୍ର ସହବାସ କାଳରେ ଏହାର କୌମାର୍ଯ୍ୟର ଲକ୍ଷଣ ପାଇଲୁ ନାହିଁ;
15
ତେବେ ସେହି କନ୍ୟାର ପିତାମାତା ତାହାର କୌମାର୍ଯ୍ୟର ଚିହ୍ନ ନେଇ ନଗର ଦ୍ଵାରରେ ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ଆଣିବେ ।
16
ତହୁଁ ସେହି କନ୍ୟାର ପିତା ପ୍ରାଚୀନବର୍ଗଙ୍କୁ କହିବ, ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ;
17
ମାତ୍ର ସେ ତାହାକୁ ଘୃଣା କରେ; ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରି କହେ କି, ଆମ୍ଭେ ତୁମ୍ଭ କନ୍ୟାର କୌମାର୍ଯ୍ୟ ଲକ୍ଷଣ ପାଇଲୁ ନାହିଁ; ମାତ୍ର ଆମ୍ଭ କନ୍ୟାର କୌମାର୍ଯ୍ୟ ଚିହ୍ନ ଏହି; ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ ।
18
ଏଉତ୍ତାରୁ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ ।
19
ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ତ କରି କନ୍ୟାର ପିତାକୁ ଦେବେ, କାରଣ ସେ ଇସ୍ରାଏଲୀୟା ଏକ କନ୍ୟା ଉପରେ ଦୁର୍ନାମ ଆଣିଅଛି; ତହିଁରେ ସେ ତାହାର ଭାର୍ଯ୍ୟା ହେବ, ସେ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ ।
20
ମାତ୍ର କଥା ଯେବେ ସତ୍ୟ ହୁଏ ଯେ, କନ୍ୟାର କୌମାର୍ଯ୍ୟ ଚିହ୍ନ ଦେଖା ନ ଯାଏ;
21
ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃଗୃହର ଦ୍ଵାର ନିକଟକୁ ଆଣିବେ, ଆଉ ନଗରସ୍ଥ ଲୋକମାନେ ପ୍ରସ୍ତରାଘାତ କରି ତାହାକୁ ବଧ କରିବେ; କାରଣ ପିତୃଗୃହରେ ବ୍ୟଭିଚାର କରିବାରୁ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ ।
22
ଯେବେ କୌଣସି ପୁରୁଷ ବିବାହିତା ସ୍ତ୍ରୀ ସହିତ ଶୟନ କାଳରେ ଧରା ପଡ଼େ, ତେବେ ସେହି ସ୍ତ୍ରୀ ସହିତ ଶୟନକାରୀ ପୁରୁଷ ଓ ସେହି ସ୍ତ୍ରୀ, ଦୁହେଁ ହତ ହେବେ । ଏହିରୂପେ ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବ ।
23
ଯେବେ କୌଣସି କନ୍ୟା କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ;
24
ତେବେ ତୁମ୍ଭେମାନେ ସେହି ଦୁଇ ଜଣଙ୍କୁ ବାହାର କରି ନଗରଦ୍ଵାର ନିକଟକୁ ଆଣି ପ୍ରସ୍ତରାଘାତ କରି ବଧ କରିବ; କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ହିଁ ଡାକ ପକାଇଲା ନାହିଁ; ପୁଣି ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ ।
25
ମାତ୍ର ଯେବେ କୌଣସି ପୁରୁଷ ବାଗ୍ଦତ୍ତା କନ୍ୟାକୁ କ୍ଷେତ୍ରରେ ପାଇ ବଳାତ୍କାରରେ ତାହା ସହିତ ଶୟନ କରେ, ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କେବଳ ହତ ହେବ;
26
ମାତ୍ର ସେହି କନ୍ୟା ପ୍ରତି ତୁମ୍ଭେ କିଛି କରିବ ନାହିଁ; ସେହି କନ୍ୟାଠାରେ ପ୍ରାଣଦଣ୍ତଯୋଗ୍ୟ ପାପ ନାହିଁ; କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧ କରେ, ଏକଥା ସେହିପରି ।
27
ଯେହେତୁ ସେ ପୁରୁଷ କ୍ଷେତ୍ରରେ ତାହାକୁ ପାଇଲା; ସେହି ବାଗ୍ଦତ୍ତା କନ୍ୟା ଡାକ ପକାଇଲା, ତଥାପି ତାହାକୁ ରକ୍ଷା କରିବାକୁ କେହି ନ ଥଲା ।
28
ଯେବେ କୌଣସି ପୁରୁଷ ଅବାଗ୍ଦତ୍ତା କୁମାରୀ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି,
29
ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଚାଶ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ; ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ ।
30
କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ କରିବ ନାହିଁ ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34