bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Deuteronomy 13
Deuteronomy 13
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 14 →
1
ଯେବେ ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍-ବକ୍ତା ଅବା କୌଣସି ସ୍ଵପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ,
2
ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍ଗାମୀ ହେବା ଓ ସେମାନଙ୍କ ସେବା କରିବା;
3
ତେବେ ତୁମ୍ଭେ ସେହି ଭବିଷ୍ୟଦ୍ବକ୍ତାର କି ସ୍ଵପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି ।
4
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ପଶ୍ଚାଦ୍ଗମନ କରିବ ଓ ତାହାଙ୍କୁ ଭୟ କରିବ ଓ ତାହାଙ୍କ ଆଜ୍ଞାସବୁ ପାଳନ କରିବ ଓ ତାହାଙ୍କ ରବରେ ଅବଧାନ କରିବ ଓ ତାହାଙ୍କ ସେବା କରିବ, ଆଉ ତାହାଙ୍କଠାରେ ଆସକ୍ତ ହେବ ।
5
ସେହି ଭବିଷ୍ୟଦ୍ବକ୍ତାର କି ସ୍ଵପ୍ନଦର୍ଶକର ପ୍ରାଣଦଣ୍ତ ହେବ; କାରଣ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରିଆଣିଲେ ଓ ଦାସ୍ୟଗୃହରୁ ତୁମ୍ଭକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇ ଯିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି । ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ ।
6
ଆଉ ତୁମ୍ଭର କି ତୁମ୍ଭ ପୂର୍ବପୁରୁଷମାନଙ୍କର ଅଜ୍ଞାତ କୌଣସି ଦେବତା, ଅର୍ଥାତ୍, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରା; ମଧ୍ୟରେ ଯେ କୌଣସି ଗୋଷ୍ଠୀର ଯେ କୌଣସି ଦେବତା ହେଉ,
7
ତାହା ବିଷୟରେ ତୁମ୍ଭକୁ ଭୁଲାଇ ଯେବେ ତୁମ୍ଭ ମାତୃପୁତ୍ର ଭ୍ରାତା, କି ତୁମ୍ଭ ପୁତ୍ର, କି ତୁମ୍ଭ କନ୍ୟା, କି ତୁମ୍ଭ ବକ୍ଷଃସ୍ଥାୟିନୀ ଭାର୍ଯ୍ୟା, କିଅବା ତୁମ୍ଭ ପ୍ରାଣସମାନ ମିତ୍ର ଗୋପନରେ କହେ, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ;
8
ତେବେ ତୁମ୍ଭେ ସେହି ଲୋକର କଥାରେ ସମ୍ମତ ହେବ ନାହିଁ, କି ତାହାର କଥା ଶୁଣିବ ନାହିଁ; କିଅବା ତାହା ପ୍ରତି ଚକ୍ଷୁଲଜ୍ଜା କରିବ ନାହିଁ, ଅବା ତାହାକୁ ଦୟା କରିବ ନାହିଁ, କି ତାହାକୁ ଲୁଚାଇ ରଖିବ ନାହିଁ ।
9
ମାତ୍ର ତୁମ୍ଭେ ନିଶ୍ଚୟ ତାହାକୁ ବଧ କରିବ; ତାହାକୁ ବଧ କରିବା ପାଇଁ ତୁମ୍ଭ ହସ୍ତ ପ୍ରଥମେ ତାହା ଉପରେ ଉଠିବ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କ ହସ୍ତ ଉଠିବ ।
10
ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତରାଘାତ କରିବ; ଯେହେତୁ ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା ।
11
ତହିଁରେ ସମୁଦାୟ ଇସ୍ରାଏଲ ତାହା ଶୁଣିବେ ଓ ଭୟ କରିବେ, ପୁଣି ତୁମ୍ଭ ମଧ୍ୟରେ ଆଉ ଏପରି ଦୁଷ୍ଟତା କରିବେ ନାହିଁ ।
12
ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ବାସ କରିବା ନିମନ୍ତେ ଯେ ଯେ ନଗର ଦେବେ, ତହିଁର କୌଣସି ଏକ ନଗର ବିଷୟରେ ଯେବେ ତୁମ୍ଭେ ଶୁଣିବ,
13
ଯେ ପାପାଧମ ସନ୍ତାନ କେତେକ ଜଣ ତୁମ୍ଭ ମଧ୍ୟରୁ ବାହାରି, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ, ତୁମ୍ଭମାନଙ୍କ ଅଜ୍ଞାତ ଦେବତାଗଣ ବିଷୟରେ ଏହା କହି ସେମାନଙ୍କ ନଗର ନିବାସୀମାନଙ୍କୁ ଭୁଲାଇ ନେଇଅଛନ୍ତି;
14
ତେବେ ତୁମ୍ଭେ ବୁଝିବ ଓ ଖୋଜିବ ଓ ଭଲ ରୂପେ ପଚାରିବ; ଆଉ ଦେଖ, ଯେବେ ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ତୁମ୍ଭ ମଧ୍ୟରେ ଏରୂପ ଘୃଣ୍ୟକର୍ମ କରାଯାଇଅଛି;
15
ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ଼୍ଗଧାରରେ ଆଘାତ କରିବ, ପୁଣି ନଗର ଓ ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଡ଼୍ଗଧାରରେ ବର୍ଜିତ ରୂପେ ବିନଷ୍ଟ କରିବ;
16
ଆଉ ତୁମ୍ଭେ ତହିଁର ଲୁଟିତ ଦ୍ରବ୍ୟସବୁ ତହିଁର ଛକ ମଧ୍ୟରେ ସଂଗ୍ରହ କରି ସେହି ନଗର ଓ ସେସକଳ ଦ୍ରବ୍ୟ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବ, ପୁଣି ତାହା ଅନନ୍ତକାଳୀନ ଢିପି ହେବ; ତାହା ପୁନର୍ବାର ନିର୍ମିତ ହେବ ନାହିଁ ।
17
ଆଉ ସେହି ବର୍ଜିତ ଦ୍ରବ୍ୟର କିଛି ହିଁ ତୁମ୍ଭ ହସ୍ତରେ ଲାଗିବ ନାହିଁ; ତହିଁରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ଫେରି ତୁମ୍ଭ ପ୍ରତି କରୁଣା କରିବେ;
18
ପୁଣି ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଯେ ଯେ ଆଜ୍ଞା ତୁମ୍ଭକୁ କହୁଅଛି, ତୁମ୍ଭେ ଯେବେ ତାହାଙ୍କ ରବରେ ଅବଧାନ କରି ସେହି ସକଳ ଆଜ୍ଞା ପାଳନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କରିବ, ତେବେ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ତୁମ୍ଭ ପ୍ରତି କୃପା କରି ତୁମ୍ଭକୁ ବୃଦ୍ଧି କରିବେ ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34