bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Numbers 19
Numbers 19
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 20 →
1
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
2
ସଦାପ୍ରଭୁ ଏହି ଶାସ୍ତ୍ରୀୟ ବିଧି କହି ଆଜ୍ଞା ଦେଇଅଛନ୍ତି, ଇସ୍ରାଏଲସନ୍ତାନଗଣକୁ କୁହ, ଯେଉଁଠାରେ କଳଙ୍କ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇନାହିଁ, ଏପରି ଏକ ନିଖୁନ୍ତା ଲାଲି ଗାଭୀକି ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ ।
3
ତହୁଁ ତୁମ୍ଭେମାନେ ସେହି ଗାଭୀକି ଇଲୀୟାସର ଯାଜକକୁ ଦେବ, ପୁଣି ସେ ତାହାକୁ ଛାଉଣି ବାହାରକୁ ଆଣନ୍ତେ, ଜଣେ ତାହା ସମ୍ମୁଖରେ ତାକୁ ବଧ କରିବ ।
4
ତହିଁରେ ଇଲୀୟାସର ଯାଜକ ଆପଣା ଅଙ୍ଗୁଳି ଦ୍ଵାରା ତାହାର ରକ୍ତରୁ ନେଇ ସମାଗମ-ତମ୍ଵୁ ସମ୍ମୁଖରେ ସାତ ଥର ତାହାର ରକ୍ତ ସେଚନ କରିବ ।
5
ଆଉ ଜଣେ ତାହାର ଦୃଷ୍ଟିଗୋଚରରେ ସେହି ଗାଭୀକି ଦଗ୍ଧ କରିବ; ସେ ତାହାର ଗୋମୟ ସହିତ ଚର୍ମ ଓ ମାଂସ ଓ ରକ୍ତ ଦଗ୍ଧ କରିବ ।
6
ତହୁଁ ଯାଜକ ଏରସ କାଠ ଓ ଏସୋବ୍ ଓ ସିନ୍ଦୂରବର୍ଣ୍ଣ (ଲୋମ) ନେଇ ସେହି ଗାଭୀଦାହର ଅଗ୍ନି ମଧ୍ୟରେ ପକାଇବ ।
7
ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ; ତହିଁ ଉତ୍ତାରେ ସେ ଛାଉଣିକି ଆସିବ, ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
8
ଆଉ ଯେଉଁ ଲୋକ ସେହି ଗାଭୀକି ଦଗ୍ଧ କରିବ, ସେ ଜଳରେ ଆପଣା ବସ୍ତ୍ର ଧୋଇବ ଓ ଆପଣା ଶରୀରକୁ ଜଳରେ ସ୍ନାନ କରାଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
9
ଏଉତ୍ତାରେ କୌଣସି ଶୁଚି ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନରେ ରହିବ; ପୁଣି ତାହା ଇସ୍ରାଏଲ-ସନ୍ତାନଗଣର ମଣ୍ତଳୀ ପାଇଁ ଅଶୌଚାର୍ଥକ ଜଳ ନିମନ୍ତେ ରଖାଯିବ; ତାହା ପାପାର୍ଥକ ବଳି ଅଟେ ।
10
ଆଉ ଯେଉଁ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଏହା ଇସ୍ରାଏଲ-ସନ୍ତାନଗଣର ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀର ପାଳନୀୟ ଅନନ୍ତକାଳୀନ ବିଧି ହେବ ।
11
ପୁଣି ଯେକେହି କୌଣସି ମନୁଷ୍ୟର ଶବ ଛୁଏଁ, ସେ ସାତ ଦିନ ଅଶୁଚି ହେବ ।
12
ସେ ତୃତୀୟ ଦିନରେ ତଦ୍ଦ୍ଵାରା ଆପଣାକୁ ପରିଷ୍କାର କରିବ, ସପ୍ତମ ଦିନରେ ସେ ଶୁଚି ହେବ; ମାତ୍ର ଯେବେ ସେ ତୃତୀୟ ଦିନରେ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ ।
13
ଯେବେ କେହି କୌଣସି ମୃତ ମନୁଷ୍ୟର ଶବ ଛୁଇଁ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସଦାପ୍ରଭୁଙ୍କ ଆବାସ ଅଶୁଚି କରେ; ସେହି ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ; ତାହା ଉପରେ ଅଶୌଚାର୍ଥକ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ; ତାହାର ଅଶୌଚ ତାହାଠାରେ ଥାଏ ।
14
କୌଣସି ମନୁଷ୍ୟ ତମ୍ଵୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ଵୁକୁ ଆସେ ଓ ସେହି ତମ୍ଵୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ ।
15
ଆଉ ପ୍ରତ୍ୟେକ ମେଲା ପାତ୍ର, ଯହିଁରେ ଢାଙ୍କୁଣି ବନ୍ଧା ନ ଥାଏ, ତାହା ଅଶୁଚି ହେବ ।
16
ପୁଣି ଯେକେହି ମେଲା କ୍ଷେତ୍ରରେ ଖଡ୍ଟ-ହତ କି ମୃତ ଦେହ କି ମନୁଷ୍ୟର ଅସ୍ଥି କି କବର ଛୁଏଁ, ସେ ସାତ ଦିନ ଅଶୁଚି ହେବ ।
17
ଆଉ ଲୋକମାନେ ସେହି ଅଶୁଚି ଲୋକ ନିମନ୍ତେ ପାପାର୍ଥରେ ଦଗ୍ଧ ବଳିର ଭସ୍ମ ନେବେ ଓ ଏକ ପାତ୍ରରେ ତାହା ରଖି ତହିଁ ଉପରେ ସ୍ରୋତଜଳ ଦିଆଯିବ ।
18
ଏଉତ୍ତାରେ କୌଣସି ଶୁଚି ମନୁଷ୍ୟ ଏସୋବ୍ ନେଇ ଏହି ଜଳରେ ଡୁବାଇ ସେହି ତମ୍ଵୁ ଉପରେ ଓ ସମସ୍ତ ପାତ୍ର ଉପରେ ଓ ସେଠାରେ ଥିବା ସମସ୍ତ ଲୋକ ଉପରେ, ପୁଣି ଅସ୍ଥି କି ହତ କି ମୃତ କି କବର ଛୁଇଁବା ଲୋକ ଉପରେ ତାହା ଛିଞ୍ଚିବ ।
19
ପୁଣି ସେହି ଶୁଚି ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ଅଶୁଚି ଲୋକ ଉପରେ ତାହା ଛିଞ୍ଚିବ; ତହୁଁ ସେ ସପ୍ତମ ଦିନରେ ଆପଣାକୁ ପରିଷ୍କାର କରିବ ଓ ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ସମୟରେ ଶୁଚି ହେବ ।
20
ମାତ୍ର ଯେଉଁ ଲୋକ ଅଶୁଚି ହୋଇ ଆପଣାକୁ ପରିଷ୍କାର ନ କରିବ, ସେହି ପ୍ରାଣୀ ସମାଜ ମଧ୍ୟରୁ ଉଚ୍ଛିନ୍ନ ହେବ, କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା; ତାହା ଉପରେ ଅଶୌଚାର୍ଥକ ଜଳ ସେଚିତ ହେଲା ନାହିଁ; ସେ ଅଶୁଚି ।
21
ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ; ଆଉ ଯେ କେହି ସେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ; ପୁଣି ଯେ କେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ ।
22
ପୁଣି ସେ ଅଶୁଚି ଲୋକ ଯାହା କିଛି ଛୁଏଁ, ତାହା ଅଶୁଚି ହେବ; ଆଉ ଯେଉଁ ପ୍ରାଣୀ ତାହା ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36