bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Numbers 23
Numbers 23
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 24 →
1
ଅନନ୍ତର ବିଲୀୟମ ବାଲାକଙ୍କୁ କହିଲା, ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ପାଇଁ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର ।
2
ତହିଁରେ ବାଲାକ ବିଲୀୟମର କଥାନୁସାରେ କଲେ; ପୁଣି ବାଲାକ ଓ ବିଲୀୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ ।
3
ତହୁଁ ବିଲୀୟମ ବାଲାକଙ୍କୁ କହିଲା, ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି; କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି। ପୁଣି ସେ ଏକ ଉଚ୍ଚ ସ୍ଥାନକୁ ଗଲା ।
4
ସେତେବେଳେ ପରମେଶ୍ଵର ବିଲିୟମକୁ ସାକ୍ଷାତ କଲେ; ତହିଁରେ ସେ ତାହାଙ୍କୁ କହିଲା, ମୁଁ ସାତ ଯଜ୍ଞବେଦି ପ୍ରସ୍ତୁତ କରିଅଛି ଓ ମୁଁ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଗୋବତ୍ସ ଓ ଏକ ମେଷ ଉତ୍ସର୍ଗ କରିଅଛି ।
5
ସେତେବେଳେ ସଦାପ୍ରଭୁ ବିଲୀୟମର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, ତୁମ୍ଭେ ବାଲାକ ନିକଟକୁ ଫେରି ଯାଅ, ପୁଣି ତାହାକୁ ଏରୂପ କୁହ ।
6
ତହିଁରେ ସେ ତାଙ୍କ ନିକଟକୁ ଫେରିଗଲା, ସେ ସମୟରେ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ସେ ଓ ମୋୟାବର ଅଧିପତି ସମସ୍ତେ (ଠିଆ ହୋଇଥିଲେ) ।
7
ତହୁଁ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବାଲାକ ଅରାମଠାରୁ, ମୋୟାବର ରାଜା ପୂର୍ବ ଦିଗସ୍ଥିତ ପର୍ବତ-ଶ୍ରେଣୀରୁ ମୋତେ ଆଣିଅଛି; ଆସ, ଆମ୍ଭ ନିମନ୍ତେ ଯାକୁବକୁ ଶାପ ଦିଅ; ପୁଣି ଆସ, ଇସ୍ରାଏଲକୁ ଅଭିଶପ୍ତ କରସ ।
8
ପରମେଶ୍ଵର ଯାହାକୁ ଶାପ ଦେଇ ନାହାନ୍ତି, ମୁଁ କିରୂପେ ତାହାକୁ ଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କିରୂପେ ତାହାକୁ ଅଭିଶପ୍ତ କରିବି?
9
କାରଣ ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି ଓ ଗିରିଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି । ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ ।
10
ଯାକୁବର ଧୂଳି କିଏ ଗଣିପାରେ? ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ; ଧାର୍ମିକର ମରଣ ମୁଁ ମରେ, ମୋହର ଶେଷାବସ୍ଥା ତାହାର ତୁଲ୍ୟ ହେଉ ।
11
ଏଥିରେ ବାଲାକ ବିଲୀୟମକୁ କହିଲେ, ତୁମ୍ଭେ ଆମ୍ଭ ପ୍ରତି ଏ କି କଲ? ଆମ୍ଭର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ଆମ୍ଭେ ତୁମ୍ଭକୁ ନେଇଗଲୁ, ଆଉ ଦେଖ, ତୁମ୍ଭେ ସେମାନଙ୍କୁ ସର୍ବୋତୋଭାବେ ଆଶୀର୍ବାଦ କଲ ।
12
ତହିଁରେ ସେ ଉତ୍ତର ଦେଇ କହିଲା, ସଦାପ୍ରଭୁ ମୋʼ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ୍ ନୁହେଁ?
13
ଏଉତ୍ତାରେ ବାଲାକ କହିଲେ, ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦିଅ ।
14
ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇ ଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ ।
15
ତହୁଁ ସେ ବାଲାକଙ୍କୁ କହିଲା, ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ଵରଙ୍କ ସହିତ ସାକ୍ଷାତ୍ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ ।
16
ଏଥିରେ ସଦାପ୍ରଭୁ ବିଲୀୟମ ସହିତ ସାକ୍ଷାତ କଲେ, ପୁଣି ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, ତୁମ୍ଭେ ବାଲାକ ନିକଟକୁ ଫେରି ଯାଇ ତାହାକୁ ଏହି କଥା କହିବ ।
17
ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ । ତେବେ ବାଲାକ ତାକୁ ପଚାରିଲେ, ସଦାପ୍ରଭୁ କଅଣ କହିଅଛନ୍ତି?
18
ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋʼ କଥାରେ କର୍ଣ୍ଣପାତ କର।
19
ପରମେଶ୍ଵର ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହଁନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?
20
ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ ।
21
ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି, କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି; ସେମାନଙ୍କର ପରମେଶ୍ଵର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି ରାଜାର ଜୟଧ୍ଵନି ସେମାନଙ୍କ ମଧ୍ୟରେ ଅଛି ।
22
ପରମେଶ୍ଵର ସେମାନଙ୍କୁ ମିସରରୁ ବାହାର କରି ଆଣୁଅଛନ୍ତି; ଅରଣା ତୁଲ୍ୟ ସେମାନଙ୍କର ବଳ ।
23
ନିତା; ଯାକୁବ ପାଇଁ କୌଣସି ଗଣକତା ନାହିଁ, କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ; ଏହିକ୍ଷଣି ଯାକୁବ ବିଷୟରେ ଓ ଇସ୍ରାଏଲ ବିଷୟରେ କୁହାଯିବ, ପରମେଶ୍ଵର କି କର୍ମ କରିଅଛନ୍ତି! ଣଗୀତ. ୩୧:୧୯; ୪୪:୧
24
ଦେଖ, ସେହି ଲୋକସମୂହ ସିଂହୀ ପରି ଉଠୁଅଛନ୍ତି; ପୁଣି ସେ ସିଂହ ପରି ଆପଣାକୁ ଉଠାଉଅଛି; ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ ଓ ହତ ଲୋକମାନଙ୍କର ରକ୍ତ ପାନ ନ କରେ, ସେପର୍ଯ୍ୟନ୍ତ ଶୟନ କରିବ ନାହିଁ ।
25
ଅନନ୍ତର ବାଲାକବିଲୀୟମକୁ କହିଲେ, ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ, କିଅବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ ।
26
ତହିଁରେ ବିଲୀୟମ ଉତ୍ତର ଦେଇ ବାଲାକଙ୍କୁ କହିଲା, ସଦାପ୍ରଭୁ ମୋତେ ଯାହା କିଛି କହିବେ, ତାହା ହିଁ ମୁଁ କରିବି; ଏହା କି ମୁଁ ତୁମ୍ଭକୁ କହି ନାହିଁ?
27
ତହୁଁ ବାଲାକ ବିଲୀୟମକୁ କହିଲେ, ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବା; ହୋଇପାରେ, ସେସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦେବାର ପରମେଶ୍ଵରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ ।
28
ଏଣୁ ବାଲାକ ବିଲୀୟମକୁ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ ।
29
ତହିଁରେ ବିଲୀୟମ ବାଲାକଙ୍କୁ କହିଲା, ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର ।
30
ତହୁଁ ବାଲାକ ବିଲୀୟମର କଥାନୁସାରେ କଲେ ଓ ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36