bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Numbers 2
Numbers 2
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 3 →
1
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
2
ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ଵରୂପ ଧ୍ଵଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ଵୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ ।
3
ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ଵଜାର ପଶ୍ଚାଦ୍ଗାମୀ ଲୋକ; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;
4
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଚଉସ୍ତରି ହଜାର ଛଅ ଶହ ।
5
ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ;
6
ତାହାର ଗଣିତ ସୈନ୍ୟସଂଖ୍ୟା ଚଉବନ ହଜାର ଚାରି ଶହ ।
7
ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ ସନ୍ତାନଗଣର ଅଧିପତି ହେବ;
8
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ସତାବନ ହଜାର ଚାରି ଶହ ।
9
ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ । ସେମାନେ ପ୍ରଥମେ ଅଗ୍ରସର ହେବେ ।
10
ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ଵଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ;
11
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ ।
12
ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;
13
ତାହାର ଗଣିତ ସୈନ୍ୟସଂଖ୍ୟା ଊଣଷଠି ହଜାର ତିନି ଶହ ।
14
ତହୁଁ ଗାଦର ବଂଶ ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ ସନ୍ତାନଗଣର ଅଧିପତି ହେବ;
15
ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ ।
16
ରୁବେନ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ । ସେମାନେ ଦ୍ଵିତୀୟରେ ଅଗ୍ରସର ହେବେ ।
17
ଏଉତ୍ତାରେ ସମାଗମ-ତମ୍ଵୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ଵ ସ୍ଵ ସ୍ଥାନରେ ଧ୍ଵଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ ।
18
ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
19
ଆଉ ତାହାର ଗଣିତ ସୈନ୍ୟସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ ।
20
ତାହା ପାଖରେ ମନଃଶି ବଂଶ ରହିବେ, ପୁଣି ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
21
ତାହାର ଗଣିତ ସୈନ୍ୟସଂଖ୍ୟା ବତିଶ ହଜାର ଦୁଇ ଶହ ।
22
ତହୁଁ ବିନ୍ୟାମିନ ବଂଶ; ପୁଣି ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
23
ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ ।
24
ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠହଜାର ଏକ ଶହ । ସେମାନେ ତୃତୀୟରେ ଅଗ୍ରସର ହେବେ ।
25
ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେସର ଦାନ-ସନ୍ତାନଗଣର ଅଧିପତି ହେବ;
26
ତାହାର ଗଣିତ ସୈନ୍ୟସଂଖ୍ୟା ବାଷଠି ହଜାର ସାତ ଶହ ।
27
ତାହା ପାଖରେ ଆଶେର୍ ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
28
ତାହାର ଗଣିତ ସୈନ୍ୟସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ ।
29
ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;
30
ତାହାର ଗଣିତ ସୈନ୍ୟସଂଖ୍ୟା ତେପନ ହଜାର ଚାରି ଶହ ।
31
ଦାନ-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ । ସେମାନେ ଆପଣାମାନଙ୍କ ଧ୍ଵଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ ।
32
ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା ।
33
ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ ।
34
ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ଵଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36