bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Romans 2
Romans 2
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
1
ଅତଏବ, ହେ ମନୁଷ୍ୟ, ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଯେକେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ; କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ନିଜେ ସେହିପ୍ରକାର କର୍ମ କରୁଥାଅ ।
2
ଆଉ, ଯେଉଁମାନେ ଏହିପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ଵରଙ୍କ ବିଚାର ଯେ ନ୍ୟାୟ-ସଙ୍ଗତ, ଏହା ଆମ୍ଭେମାନେ ଜାଣୁ ।
3
ଆଉ, ହେ ମନୁଷ୍ୟ, ଯେଉଁମାନେ ଏହିପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହିପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ଵରଙ୍କ ବିଚାରରୁ ପଳାୟନ କରି ପାର ବୋଲି କଅଣ ମନେ କରୁଅଛ?
4
କିମ୍ଵା ଈଶ୍ଵରଙ୍କ କୃପା ଯେ ତୁମ୍ଭକୁ ମନପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର କୃପା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ?
5
କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ଵରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;
6
ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ;
7
ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ଵେଷଣ କରନ୍ତି, ସେମାନଙ୍କୁ ଅନ; ଜୀବନ ପ୍ରଦାନ କରିବେ,
8
କିନ୍ତୁ ଯେଉଁମାନେ ସ୍ଵାର୍ଥପର, ପୁଣି ସତ୍ୟର ଅନାଜ୍ଞା-ବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ ।
9
ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ,
10
ମାତ୍ର ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ ।
11
କାରଣ ଈଶ୍ଵରଙ୍କ ନିକଟରେ ମୁଖାପେକ୍ଷା ନାହିଁ ।
12
ଯେଣୁ ଯେତେ ବ୍ୟବସ୍ଥାବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ଆଉ, ଯେତେ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ବ୍ୟବସ୍ଥାନୁସାରେ ବିଚାରିତ ହେବେ,
13
କାରଣ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ଵରଙ୍କ ସାକ୍ଷାତରେ ଧାର୍ମିକ ନୁହନ୍ତି, କିନ୍ତୁ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ ।
14
ଯେଣୁ ବିଜାତିମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ଵାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ଵରୂପ ଅଟନ୍ତି;
15
କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
16
ଯେଉଁ ଦିନରେ ଈଶ୍ଵର ମୋହର ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ ।
17
କିନ୍ତୁ ଯଦି ତୁମ୍ଭେ ଯିହୁଦୀ ନାମ ବହନ କରି ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ଵରଙ୍କଠାରେ ଗର୍ବ କରୁଅଛ,
18
ଆଉ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
19
ଆଉ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,
20
ଯଦି ତୁମ୍ଭେ ଆପଣାକୁ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀଙ୍କର ଆଲୋକ, ମୂର୍ଖର ସଂସ୍କାରକ ଓ ଶିଶୁମାନଙ୍କର ଶିକ୍ଷକ ବୋଲି ବିଶ୍ଵାସ କରୁଅଛ,
21
ତେବେ ପରକୁ ଶିକ୍ଷା ଦେଉଅଛ ଯେ ତୁମ୍ଭେ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?
22
ବ୍ୟଭିଚାର କର ନାହିଁ ବୋଲି କହି ତୁମ୍ଭେ କି ବ୍ୟଭିଚାର କରୁଅଛ? ପ୍ରତିମା ଘୃଣା କରୁଅଛ ଯେ ତୁମ୍ଭେ, ତୁମ୍ଭେ କଅଣ ମନ୍ଦିର ଲୁଣ୍ଠନ କରୁଅଛ?
23
ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ବ୍ୟବସ୍ଥା ଲଙ୍ଘନ ଦ୍ଵାରା ତୁମ୍ଭେ କି ଈଶ୍ଵରଙ୍କୁ ଅନାଦର କରୁ ନାହଁ?
24
କାରଣ ଯେପରି ଲେଖାଅଛି, “ତୁମ୍ଭମାନଙ୍କ ହେତୁ ବିଜାତିମାନଙ୍କ ମଧ୍ୟରେ ଈଶ୍ଵରଙ୍କ ନାମ ନିନ୍ଦିତ ହେଉଅଛି ।”
25
ଯଦି ତୁମ୍ଭେ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ୍ ଲାଭଜନକ, କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ୍ ଅସୁନ୍ନତରେ ପରିଣତ ହୁଏ ।ଗାଲା. ୫:୩
26
ଅତଏବ, ଯଦି ଅସୁନ୍ନତି ଲୋକ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କଅଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
27
ପୁଣି, ସ୍ଵାଭାବିକ ଅସୁନ୍ନତି ଲୋକ ଯଦି ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ ।
28
କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁନ୍ତ
29
କିନ୍ତୁ ଅନ୍ତରରେ ଯେ ଯିହୁଦୀ, ସେ ଯିହୁଦୀ, ପୁଣି ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ । ଏପରି ଲୋକ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ଵରଙ୍କଠାରୁ ପ୍ରାପ୍ତ ହୁଏ ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16