bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Romans 3
Romans 3
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
1
ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ ।
2
ସର୍ବପ୍ରଥମେ, ଈଶ୍ଵରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା ।
3
ତେବେ କଅଣ? ଯଦି କେହି କେହି ଅବିଶ୍ଵସ୍ତ ହେଲେ, ସେମାନଙ୍କର ଅବିଶ୍ଵସ୍ତତା କଅଣ ଈଶ୍ଵରଙ୍କ ବିଶ୍ଵସ୍ତତାକୁ ନିଷ୍ଫଳ କରିବ?
4
ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ଵର ସତ୍ୟ ବୋଲି ସ୍ଵୀକାର କରାଯାଉ, ଯେପରି ଲେଖାଅଛି, “ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି ବିଚାରିତ ହେବା ସମୟରେ ବିଜୟୀ ହେବ ।”
5
କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ଵରଙ୍କ ଧାର୍ମିକତା ସପ୍ରମାଣ କରେ, ତେବେ ଆମ୍ଭେମାନେ କଅଣ କହିବା? ଯେଉଁ ଈଶ୍ଵର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ? ମୁଁ ମନୁଷ୍ୟ ଭାବରେ କହୁଅଛି ।
6
ତାହା କେବେ ହେଁ ନ ହେଉ; କାରଣ ତାହାହେଲେ ଈଶ୍ଵର କିପରି ଜଗତର ବିଚାର କରିବେ?
7
କିନ୍ତୁ ଯଦି ମୋହର ମିଥ୍ୟା ଦ୍ଵାରା ଈଶ୍ଵରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୁଦ୍ଧି ପାଇଲା, ତାହାହେଲେ ମୁଁ ମଧ୍ୟ ଆଉ କାହିଁକି ପାପୀ ବୋଲି ବିଚାରିତ ହେଉଅଛି?
8
ଆଉ, ଭଲ ଫଳ ଫଳିବା ନିମନ୍ତେ ଆସ, ମନ୍ଦ କର୍ମ କରୁ, ଏହା ଆମ୍ଭେମାନେ କହୁଅଛୁ ବୋଲି ଯେପରି କେହି କେହି ଆମ୍ଭମାନଙ୍କର ଗ୍ଳାନି କରି କହନ୍ତି, ସେପରି ବା କାହିଁକି ନ କରିବା? ଏମାନଙ୍କର ଦଣ୍ତ ଯଥାର୍ଥ ।
9
ତେବେ କଅଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ; କାରଣ ଯିହୁଦୀ ଓ ଗ୍ରୀକ୍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,
10
ଯେପରି ଲେଖାଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ
11
ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ଵରଙ୍କ ଅନ୍ଵେଷଣ କରେ, ଏପରି ଜଣେ ନାହିଁ;
12
ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି; ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ ।
13
ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ଵାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି;
14
ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣନ୍ତ
15
ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ,
16
ସେମାନଙ୍କ ପଥରେ ବିନାଶ ଓ କ୍ଳେଶ,
17
ପୁଣି ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ ।
18
ଈଶ୍ଵରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ ।
19
ଆଉ, ଆମ୍ଭେମାନେ ତ ଜାଣୁ ଯେ, ବ୍ୟବସ୍ଥା ଯାହା ଯାହା କୁହେ, ସେହିସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ଵରଙ୍କ ବିଚାରରେ ଦଣ୍ତନୀୟ ହେବ;
20
କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ଵାରା ପାପର ଜ୍ଞାନ ଜନ୍ମେ ।
21
କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ଵରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,
22
ଅର୍ଥାତ୍, ଈଶ୍ଵରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ସମସ୍ତ ବିଶ୍ଵାସୀଙ୍କ ପ୍ରତି ବର୍ତ୍ତେ; କାରଣ କୌଣସି ପ୍ରଭେଦ ନାହିଁ;
23
ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ଵରଙ୍କ ଗୌରବରହିତ ହୋଇଅଛନ୍ତି,
24
ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ଦ୍ଵାରା ଧାର୍ମିକ ଗଣିତ ହୁଅନ୍ତି ।
25
ଈଶ୍ଵର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ, ତାହାଙ୍କ ରକ୍ତରେ ବିଶ୍ଵାସ ଦ୍ଵାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,
26
ପୁଣି ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ଵୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ଵାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି ।
27
ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା । କିପ୍ରକାର ବ୍ୟବସ୍ଥା ଦ୍ଵାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ଵାରା? ନା, ବିଶ୍ଵାସର ବ୍ୟବସ୍ଥା ଦ୍ଵାରା ।
28
ତେବେ ଆମ୍ଭମାନଙ୍କ ମୀମାଂସା ଏହି, ମନୁଷ୍ୟ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହୁଏ ।
29
କିମ୍ଵା ଈଶ୍ଵର କି କେବଳ ଯିହୁଦୀମାନଙ୍କର ଈଶ୍ଵର? ସେ କି ବିଜାତିମାନଙ୍କର ମଧ୍ୟ ଈଶ୍ଵର ନୁହନ୍ତି? ହଁ, ବିଜାତିମାନଙ୍କର ମଧ୍ୟ ।
30
କାରଣ ଈଶ୍ଵର ତ ଏକ, ଆଉ ସେ ବିଶ୍ଵାସ ହେତୁ ସୁନ୍ନତିକୁ ଓ ବିଶ୍ଵାସ ଦ୍ଵାରା ଅସୁନ୍ନତିକୁ ଧାର୍ମିକ ଗଣିବେ ।
31
ତେବେ, ଆମ୍ଭେମାନେ କି ବିଶ୍ଵାସ ଦ୍ଵାରା ବ୍ୟବସ୍ଥାକୁ ଲୋପ କରୁଅଛୁ? ତାହା କେବେ ହେଁ ନ ହେଉ, ବରଂ ଆମ୍ଭେମାନେ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16