bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Romans 5
Romans 5
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
1
ଅତଏବ, ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ସହିତ ଶାନ୍ତିରେ ଅଛୁନ୍ତ
2
ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ଵାରା ବିଶ୍ଵାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ଵରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ ।
3
କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ।।, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ସତ୍ଚରିତ୍ର,
4
ପୁଣି, ସତ୍ଚରିତ୍ରରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ ।
5
ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ଵାରା ଆମ୍ଭମାନଙ୍କ ହୃଦୟରେ ଈଶ୍ଵରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି ।
6
କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ।
7
ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ - ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରି ପାରେ-
8
କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ଵର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି ।
9
ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ଵାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ଵାରା ଈଶ୍ଵରଙ୍କ କ୍ରୋଧରୁ ରକ୍ଷା ପାଇବା ।
10
କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ଵରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ଵାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ଵାରା ପରିତ୍ରାଣ ପାଇବା ।
11
ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ଵାରା ଆମ୍ଭେମାନେ ଈଶ୍ଵରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ ।
12
ଅତଏବ, ଯେପରି ଜଣେ ଲୋକ ଦ୍ଵାରା ପାପ ଓ ପାପ ଦ୍ଵାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ, - ପ୍ର.କରି. ୧୫:୨୧ ଆଦି. ୨:୧୭ ଅରୋମୀ. ୩:୨୩
13
କାରଣ ବ୍ୟବସ୍ଥା ପର୍ଯ୍ୟନ୍ତ ପାପ ଜଗତରେ ଥିଲା, କିନ୍ତୁ ବ୍ୟବସ୍ଥା ନ ଥିଲେ ପାପ ଗଣାଯାଏ ନାହିଁ;
14
ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞାଲଙ୍ଘନ ସଦୃଶ ପାପ କରି ନ ଥିଲେ, ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ଵ କରିଥିଲା; ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ ।
15
କିନ୍ତୁ ଅପରାଧ ଯେପରି, ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି, ତାହା ନୁହେଁ, କାରଣ ଯଦି ଜଣକର ଅପରାଧ ଦ୍ଵାରା ଅନେକେ ମୃତ୍ୟୁଭୋଗ କଲେ, ତାହାହେଲେ ଈଶ୍ଵରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହଦତ୍ତ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା ।
16
ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ତାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହଦାନ, ସେଥିର ଫଳ ଧାର୍ମିକଗଣନା ହେଲା;
17
ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ଵାରା ମୃତ୍ୟୁ ରାଜତ୍ଵ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ଵ କରିବେ ।
18
ଅତଏବ, ଜଣକର ଅପରାଧର ଫଳ ସ୍ଵରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ତାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳ ସ୍ଵରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା ।
19
କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ଵାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ଵାରା ଅନେକେ ଧାର୍ମିକ ହେବେ ।
20
ଏହାଛଡ଼ା ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
21
ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ଵ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଅନ; ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ଵ କରିବ ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16