bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Esther 9
Esther 9
Odia - 1840
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 10 →
1
"ଅଦର ନାମକ ଦ୍ବାଦଶ ମାସ ରେ ତ୍ରଯୋଦଶ ଦିନ ରେ ରାଜା ଆଜ୍ଞା ଓ ନିଯମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁଦିନ ୟିହୁଦୀଯମାନଙ୍କ ଶତୃଗଣ ସମାନଙ୍କେ ଉପରେ କତ୍ତୁର୍ତ୍ବ କରିବାକୁ ଅପେକ୍ଷା କରିଥିଲେ। ସହେିଦିନ ଏପରି ବିପରୀତ ଘଟଣା ହେଲା, ଯେ ୟିହୁଦୀଯମାନେ ନିଜର ଘୃଣାକାରୀମାନଙ୍କ ଉପରେ କତ୍ତୁର୍ତ୍ବ କଲେ।"
2
"ସହେି ସମୟରେ, ରାଜା ଅକ୍ଷଶ୍ବରେଶଙ୍କର ରାଜ୍ଯର ସମସ୍ତ ନଗର ରେ ୟିହୁଦୀଯମାନେ ସମାନଙ୍କେୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧ ରେ ପ୍ରତିବାଦ କରିବାକୁ ଏକତ୍ରୀତ ହେଲେ। ପୁଣି ସମାନଙ୍କେ ସମ୍ମୁଖ ରେ କହେି ଠିଆ ହାଇପୋରିଲେ ନାହିଁ, କାରଣ ସମୁଦାଯ ଲୋକେ ସମାନଙ୍କେୁ ଭୟ କରୁଥିଲେ।"
3
"ପ୍ରଦେଶ ଅଧିପତି ଓ କ୍ଷତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ୟିହୁଦୀଯମାନଙ୍କୁ ସାହାୟ୍ଯ କଲେ। କାରଣ ସମାନେେ ମର୍ଦ୍ଦଖଯକୁ ଭୟ କରୁଥିଲେ।"
4
"କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।"
5
"ୟିହୁଦୀଯମାନେ ସମାନଙ୍କେର ସମସ୍ତ ଶତୃଙ୍କୁ ଖଣ୍ତା ରେ ହାଣି ବିନାଶ କଲେ। ସମାନେେ ସମାନଙ୍କେର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ଯବହାର କଲେ।"
6
"ଏହିପରି ୟିହୁଦୀଯମାନେ ଶୂଶନ ରାଜଧାନୀ ରେ 500 ଲୋକଙ୍କୁ ବଧ ଓ ବିନାଶ କଲେ।"
7
"ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ୟିହୁଦୀଯମାନେ ହତ୍ଯା କଲେ।"
8
"ପୋରାଥ, ଅଦଲୀଯ, ଓ ଅରିଦାଥ।"
9
"ପର୍ମସ୍ତ ଓ ଅରୀଷଯ, ଅରୀଦଯ ଓ ବଯିଷାଥ।"
10
"ୟିହୁଦୀଯମାନଙ୍କର ଶତୃ ହମ୍ମଦାଥାର ପୁତ୍ର ହାମନର ଏହି ଦଶ ପୁତ୍ରଙ୍କୁ ସମାନେେ ବଧ କଲେ। ମାତ୍ର ଲୁଟ କରିବାକୁ ସମାନେେ ଇଛା କଲନୋହିଁ।"
11
"ସହେିଦିନ କେତଜେଣ ଲୋକଙ୍କୁ ରାଜଧାନୀ ଶୂଶନ ରେ ହତ୍ଯା କରାୟାଇଥିଲା, ଏହା ରାଜାଙ୍କୁ କୁହାଗଲା।"
12
"ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।"
13
"ଏଷ୍ଟର କହିଲେ, ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡୁଛି, ତବେେ ଆଜି ପରି କାଲି ମଧ୍ଯ ଶୂଶନ ରେ ହେଉ। ଏବଂ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାୟାନ୍ତୁ।"
14
"ତାପରେ ରାଜା କହିଲେ, ସହେିପରି ହେଉ! ଏବଂ ଶୂଶନ ରେ ଏହି ଆଦେଶ ଦିଆଗଲା। ଏବଂ ସମାନେେ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାଇ ଦେଲେ।"
15
"ୟିହୁଦୀଯମାନେ ତଚୁର୍ଦ୍ଦଶ ଦିନ ରେ ମଧ୍ଯ ସଠାେରେ ଏକତ୍ରୀତ ହେଲେ। ଅଦର ମାସ ରେ ସମାନେେ ଶୂଶନ ରେ 300 ଲୋକଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସମାନଙ୍କେର ଦ୍ରବ୍ଯ ଲୁଣ୍ଠନ କଲେ ନାହିଁ।"
16
"ସହେି ସମୟରେ, ଅନ୍ୟ ପ୍ରଦେଶ ରେ ବାସ କରୁଥିବା ୟିହୁଦୀମାନେ ନିଜକୁ ଅଧିକ ଶକ୍ତି ଶାଳୀ କରିବା ପାଇଁ ଏକତ୍ରୀତ ହେଲେ। ଏହିପରି ଭାବରେ ସମାନେେ ସମାନଙ୍କେର ଶତୃମାନଙ୍କୁ ଜଯ କରିପାରିଲେ। ୟିହୁଦୀଯମାନେ ସମାନଙ୍କେର 75,000 ଶତୃମାନଙ୍କୁ ହତ୍ଯା କଲେ। କିନ୍ତୁ ୟିହୁଦୀଯମାନେ ସମାନଙ୍କେର ଧନ ଲୁଣ୍ଠନ କଲେ ନାହିଁ।"
17
"ଏହି ସମସ୍ତ ଅଦର ମାସର ତ୍ରଯୋଦଶ ଦିନ ରେ ହେଲା ପୁଣି ସହେି ମାସର ଚତୁର୍ଦ୍ଦଶ ଦିନ ରେ ସମାନେେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।"
18
"ମାତ୍ର ଶ୍ବଶନ ରେ ବାସ କରୁଥିବା ୟିହୁଦୀଯମାନେ ସହେି ମାସର ତ୍ରଯୋଦଶ ଓ ଚତୁର୍ଦ୍ଦଶ ଦିନ ରେ ଏକତ୍ରୀତ ହେଲେ। ସହେି ମାସର ପଞ୍ଚଦଶ ଦିନ ରେ ବିଶ୍ରାମ କରି ତାହା ଭୋଜନ ପାନର ଓ ଆନନ୍ଦର ଦିନ କଲେ।"
19
"ଏଥି ନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘରେି ରହିଥିବା ନଗର ନିବାସୀ ୟିହୁଦୀଯମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥି ରେ ସମାନେେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।"
20
"ଏହାପରେ ମର୍ଦ୍ଦଖଯ ଏହିସବୁ ବିଷଯ ଲେଖିଲା ଓ ଅକ୍ଷଶ୍ବରେଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶ ରେ ଥିବା ସମସ୍ତ ୟିହୁଦୀମାନଙ୍କ ନିକଟକୁ ପଠାଇଲା।"
21
"ଆଉ ଯେଉଁ ଦୁଇ ଦିନ ୟିହୁଦୀମାନେ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସ ରେ ସମାନଙ୍କେର ଦୁଃଖ ସୁଖ ରେ ଓ ଶାେକ ମଙ୍ଗଳ ଦିନ ରେ ପରିଗତ ହେଲା।"
22
"ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।"
23
"ତହିଁରେ ୟିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖଯ ଯେପରି ଲେଖିଥିଲେ, ସମାନେେ ଠିକ୍ ସହେିପରି କରିବାକୁ ରାଜି ହେଲେ।"
24
"କାରଣ ସମୁଦାଯ ୟିହୁଦୀଯ ଲୋକର ଶତୃ ଅଗାମୀଯ ହମ୍ମଦାଥାର ପୁତ୍ର ହାମନ୍ ସମାନଙ୍କେୁ ବିନାଶ କରିବାର ସଂକଳ୍ପ କରି ସମାନଙ୍କେୁ ଲୁପ୍ତ ଓ ବିନାଶ କରିବା ପାଇଁ ପୂର ଅର୍ଥାତ୍ ଲୋଟ ଦ୍ବାରା ସମାନେେ ନିଷ୍ପତ୍ତି କରିଥିଲେ।"
25
"ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସହେି ନିର୍ଦ୍ଦେଶ ଯେ କବଳେ ହାମନର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସହେି ନିର୍ଦ୍ଦେଶ ହାମନ୍ ଓ ତାର ପରିବାର ରେ ଅନିଷ୍ଟ କରାଇଲା ତେଣୁ ହାମନ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟ ରେ ଝୁଲାଗେଲ।"
26
"ସହେି ସମୟରେ ପୁରୀମ ନାମ ଅନୁସାରେ ସହେି ଦୁଇ ନିଯମ ନାମ ପୂରୀମ ହେଲା। ଏବଂ ସହେି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷଯ ରେ ସମାନେେ ଯାହା ଦେଖିଥିଲେ, ସମାନଙ୍କେ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ୟିହୁଦୀଯମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ୟିହୁଦୀ ମତାଲମ୍ବି ଗଣର କର୍ତ୍ତବ୍ଯ ବୋଲି ଏହା ସ୍ଥିର କଲେ।"
27
"ସହେି ସମ୍ପର୍କୀଯ ଲିଖିତ ଆଜ୍ଞା ଓ ନିରୂପିତ ସମଯାନୁସା ରେ ସମାନେେ ବର୍ଷକୁ ବର୍ଷ ଏହି ଦୁଇଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ।"
28
"ସମସ୍ତ ପୁରୁଷ ପରମ୍ପରା ରେ, ପ୍ରେତ୍ୟକକ ବଂଶ ରେ ଓ ପ୍ରେତ୍ୟକକ ପ୍ରଦେଶ ରେ ଓ ପ୍ରେତ୍ୟକକ ନଗର ରେ ସହେି ଦୁଇଦିନ ସ୍ମରଣ ଓ ପାଳନ କରାୟିବ। ପୁଣି ଏହି ପୂରୀମ ଦିନ ୟିହୁଦୀଯମାନଙ୍କ ମଧ୍ଯରୁ ଲୋପ ପାଇବ ନାହିଁ ଓ ସମାନଙ୍କେ ବଂଶଧରମାନଙ୍କ ମଧ୍ଯରୁ ସହେି ଦୁଇ ଦିନ ସ୍ମରଣ ଲୁପ୍ତ ହବେ ନାହିଁ।"
29
"ତାପରେ, ଅବୀହଯିଲର କନ୍ଯା ରାଣୀ ଏଷ୍ଟର ଓ ୟିହୁଦୀଯ ମର୍ଦ୍ଦଖଯର ପୂରୀମ ଦିନ ବିଷଯ ରେ ସୁନିଶ୍ଚିତ କରିବା ପାଇଁ ସମାନଙ୍କେର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ବିତୀୟ ପତ୍ର ଲେଖିଲେ।"
30
"ତେଣୁ ସେ ରାଜା ଅକ୍ଷଶ୍ବରେଶଙ୍କର 127ଟି ରାଜ୍ଯର ସମସ୍ତ ୟିହୁଦୀମାନଙ୍କୁ ଶାନ୍ତିର ଓ ସତ୍ଯର ବାର୍ତ୍ତାସବୁ ପଠାଇଲେ।"
31
"ପୂରୀମ ପାଳନ କରିବା ପାଇଁ ଏହି ତାରିଖ ଗୁଡିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ୟିହୁଦୀ ମର୍ଦ୍ଦଖଯ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସମାନଙ୍କେର ଉପବାସ ଓ ସାହାୟ୍ଯ ପ୍ରାର୍ଥନାର ଦିନଗୁଡିକ ଉତ୍ସବ ଦ୍ବାରା ସ୍ମୃତିରକ୍ଷା କରିବା ନିମନ୍ତେ ସମାନେେ ଏହି ପର୍ବଦିନଗୁଡିକ ସମାନଙ୍କେ ନିଜ ପାଇଁ ଓ ସମାନଙ୍କେର ଭବିଷ୍ଯତ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ।"
32
"ଏହିପରି ଏଷ୍ଟର ଆଜ୍ଞାଦ୍ବାରା ପୂରୀମ୍ ଦିନ ରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲଖାଗେଲା।"
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 10 →
All chapters:
1
2
3
4
5
6
7
8
9
10