bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Mark 1
Mark 1
Odia - 1840
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
1
"ଏହା ପରମେଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।"
2
"ଭବିଷ୍ଯଦ୍ବକ୍ତା ଯୀଶାଇୟଙ୍କ ପୁସ୍ତକରେ ଲଖାେଅଛି:"
3
"ମରୁଭୂମିରେ ଜଣେ ପାଟିକରି କହୁଛି; 'ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ରାସ୍ତା ସମତଳ କର।'ଯୀଶାଇୟ 40:3"
4
"ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସମାନଙ୍କେୁ କହିଲେ, ତୁମ୍ଭମାନେେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଚାହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା'ପରେ ସମାନଙ୍କେର ପାପଗୁଡିକୁ କ୍ଷମା କରାୟିବ।"
5
"ୟିହୂଦା ଓ ୟିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ବୀକାର କରି ୟର୍ଦ୍ଦନ ନଦୀ ରେ ସମାନେେ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଲେ।"
6
"ଯୋହନ ଓଟ ଲୋମ ରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଚାରିପଟେ ଗୋଟିଏ ଚମଡାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।"
7
"ଯୋହନ ଲୋକମାନଙ୍କ ଆଗ ରେ ଘାଷେଣା କରୁଥଲେ: ମାେ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡି ବସି ତାହାଙ୍କର ୟୋତା ଖାଲିବୋ ପାଇଁ ମଧ୍ଯ ଯୋଗ୍ଯ ନୁହେଁ।"
8
"ମୁଁ ତୁମ୍ଭମାନଙ୍କୁ ଜଳ ଦ୍ବାରା ବାପ୍ତସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିସ୍ମ କରିବେ।"
9
"ସହେି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଗୋଟିଏ ସହର ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ୟର୍ଦ୍ଦନ ନଦୀ ରେ ବାପ୍ତିସ୍ମ ଦେଲେ।"
10
"ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ବର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି।"
11
"ଆକାଶରୁ ବାଣୀ ହେଲା: ହେ ମାହେର ପୁତ୍ର, ମୁଁ ତୁମ୍ଭକୁ ପ୍ ରମେ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସି।"
12
"ତା'ପରେ, ସଂଗେ ସଂଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇ ଦେଲେ।"
13
"ଯୀଶୁ ସଠାେରେ ଚାଳିଶ ଦିନ ପର୍ୟ୍ଯନ୍ତ ଉପବାସ ପାର୍ଥନା ସହିତ ରହିଲେ। ସଠାେରେ ସେ ଶୟତାନ ଦ୍ବାରା ପରୀକ୍ଷିତ ହେଲେ। ତା'ପରେ ସ୍ବର୍ଗଦୂତମାନେ ଆସି ଯୀଶୁଙ୍କର ସବୋ କଲେ।"
14
"ଏହା ପରେ ଯୋହନଙ୍କୁ କାରାଗାର ରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।"
15
"ଯୀଶୁ କହିଲେ, ବର୍ତ୍ତମାନ ଉପୟୁକ୍ତ ସମୟ ଆସିଯାଇଛି। ପରମେଶ୍ବରଙ୍କ ରାଜ୍ଯ ପାଖ ହାଇେ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଚାର ରେ ବିଶ୍ବାସ କର।"
16
"ଯୀଶୁ ଗଲିଲୀ ହ୍ରଦ ଦଇେ ୟିବା ସମୟରେ ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମାନେ, ପିତରଙ୍କର ଏହା ଅନ୍ୟ ଏକ ନାମ। ସହେି ଦୁଇ ଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସମାନେେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ।"
17
"ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଆସ ଓ ମାେତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭମାନେେ ମାଛ ବଦଳ ରେ ମନୁଷ୍ଯଙ୍କୁ ଏକାଠି କରିବ।"
18
"ତେଣୁ ଶିମାନେ ଓ ଆନ୍ଦ୍ରିୟ ସମାନଙ୍କେର ଜାଲ ଛାଡି, ଯୀଶୁଙ୍କୁ ଅନୁସରଣ କଲେ।"
19
"ଯୀଶୁ ଗାଲିଲୀ ହ୍ରଦ କୂଳ ରେ ଚାଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜବଦେୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନେ ୗକା ରେ ବସି ମାଛ ଧରିବା ପାଇଁ ଜାଲ ସଜାଡୁଥିଲେ।"
20
"ସହେି ଦୁଇ ଭାଇଙ୍କ ସହ, ଡଙ୍ଗା ରେ ସମାନଙ୍କେ ବାପା ଜବଦେୀ ଓ ଅନ୍ୟ ସାହାୟ୍ଯକାରୀ ଶ୍ରମିକମାନେ ଥିଲେ। ସହେି ଦୁଇ ଭାଇଙ୍କୁ ଦେଖିବା ମାତ୍ ରେ ଯୀଶୁ ସମାନଙ୍କେୁ ଆସିବାକୁ ଅନୁ ରୋଧ କଲେ। ସମାନେେ ସମାନଙ୍କେର ବାପା ଓ ଶ୍ରମିକମାନଙ୍କୁ ଛାଡି, ଯୀଶୁଙ୍କୁ ଅନୁସରଣ କଲେ।"
21
"ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।"
22
"ଯୀଶୁଙ୍କ ଶିକ୍ଷା ଶୁଣି ସଠାେକାର ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ଯୀଶୁ ସମାନଙ୍କେୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦଇେ ଜଣେ ଅଧିକାର ପାଇଥିବା ବ୍ଯକ୍ତିଙ୍କ ଭଳି ଶିକ୍ଷା ଦେଲେ।"
23
"ଯୀଶୁ ସମାଜଗୃହ ରେ ଥିବା ସମୟରେ ସଠାେରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦହେ ରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା,"
24
" ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭକୁ ଧ୍ବଂସ କରିଦବୋକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ବ୍ଯକ୍ତି।"
25
"ଯୀଶୁ ଭର୍ତ୍ସନା କରି କହିଲେ, ଚୁପ୍ କର, ଏହି ଠାରୁ ବାହାରିଯା।"
26
"ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦଲୋ। ତା'ପରେ ସେ ଖୁବ୍ ଜାରେ ରେ ଚିତ୍କାର କରି ସହେି ଲୋକଟି ଭିତରୁ ବାହାରି ଗଲା।"
27
"ଏହା ଦେଖି ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରସ୍ପର କୁହାକୁହି ହେଲେ, ଏଠା ରେ କ'ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି। ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ଯ ଆଜ୍ଞା ଦେଉଛି ଓ ଭୂତମାନେ ତା' କଥା ମାନୁଛନ୍ତି।"
28
"ତେଣୁ ଯୀଶୁଙ୍କ ବିଷୟ ରେ ଗାଲିଲୀ ଅଞ୍ଚଳର ଚାରିଆଡେ ଖୁବ୍ ଶୀଘ୍ର ଖବର ବ୍ଯାପିଗଲା।"
29
"ତା'ପରେ ସମାନେେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମାନେ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ।"
30
"ଶିମାନଙ୍କେ ଶାଶୁ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡି ଥିଲେ। ତେଣୁ ସଠାେରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟ ରେ କହିଲେ।"
31
"ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହାବା ରେ ସାହାୟ୍ଯ କଲେ। ତାହାଙ୍କର ଜ୍ବର ଛାଡିଗଲା ଓ ସେ ସୁସ୍ଥ ହାଇଗେଲେ। ତା'ପରେ ସେ ସମାନଙ୍କେର ପରିଚର୍ୟ୍ଯା କରିବାକୁ ଲାଗିଲେ।"
32
"ସୂର୍ୟ୍ଯ ବୁଡି ୟିବା ପରେ, ସହେି ରାତି ରେ ଲୋକମାନେ ଅନକେ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେଉଁ ଲୋକମାନଙ୍କ ଦହେ ଭିତ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହି ଥିଲା, ସମାନଙ୍କେୁ ମଧ୍ଯ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ।"
33
"ସହରର ଲବୁ ଲୋକେ ସହେି ଘରର ଦୁଆର ରେ ଜମା ହାଇଗେଲେ।"
34
"ବିଭିନ୍ନ ପ୍ରକାର ରୋଗ ରେ ପୀଡିତ ଅନକେ ଲୋକଙ୍କୁ ଯୀଶୁ ସୁସ୍ଥ କରି ଦେଲେ। ସେ ମଧ୍ଯ ଲୋକଙ୍କ ଦହରେୁ ଅନକେ ଭୂତାତ୍ମା ବାହାରି ଚାଲି ୟିବାକୁ ବାଧ୍ଯ କଲେ, କିନ୍ତୁ ସେ କିଏ ବୋଲି ଭୂତ ମାନେ ଜାଣି ଥିବାରୁ ସେ ସମାନଙ୍କେୁ ପଦେ ହେଲେ କହିବାକୁ ସୁଯୋଗ ଦେଲନୋହିଁ।"
35
"ତା'ପର ଦିନ ସକାଳେ ଯୀଶୁ ଶୀଘ୍ର ଉଠି ପଡିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡି ଗୋଟିଏ ନିଛାଟିଆ ଜାଗାକୁ ଚାଲିଗଲେ। ସଠାେରେ ସେ ପ୍ରାର୍ଥନା କଲେ।"
36
"ପରେ ଶିମାନେ ଓ ତାହାଙ୍କ ସାଥୀମାନେ ଯୀଶୁଙ୍କୁ ଖାଜେିବାକୁ ଗଲେ।"
37
"ସମାନେେ ଯୀଶୁଙ୍କୁ ପାଇଲେ ଓ ତାହାଙ୍କୁ କହିଲେ, ଲୋକେ ତୁମ୍ଭକୁ ଖୋଜୁଛନ୍ତି।"
38
"ଏହା ଶୁଣି ଯୀଶୁ କହିଲେ, ଆମ୍ଭମାନେେ ଅନ୍ୟ ନିକଟବର୍ତ୍ତୀ ନଗରକୁ ୟିବା ଉଚିତ ଯେପରି ମୁଁ ସଠାେରେ ସମାନଙ୍କେୁ ମଧ୍ଯ ଉପଦେଶ ଦଇେ ପାରିବି। ମୁଁ କବଳେ ଏଥିପାଇଁ ଆସିଛି।"
39
"ଏହିଭଳି ଭାବରେ ସେ ସମାଜ ଗୃହମାନଙ୍କ ରେ ଉପଦେଶ ଦଇେ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡି ଗାଲିଲୀ ସାରା ବୁଲିଲେ।"
40
"ଗୋଟିଏ କୁଷ୍ଠ ରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ପ୍ରାର୍ଥନା କଲା, ତୁମ୍ଭେ ଇଚ୍ଛା କଲେ ମାେତେ ଭଲ କରି ଦଇେ ପାରିବ। ସହେି ଶକ୍ତି ତୁମ୍ଭର ଅଛି।"
41
"ସହେି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢଇେ ଲୋକଟିକୁ ଛୁଇଁ ଦେଲେ ଓ କହିଲେ, ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଚାହୁଁଛି, ତୁମ୍ଭେ ସୁସ୍ଥ ହାଇଯୋଅ।"
42
"ତାର କୁଷ୍ଠ ରୋଗ ତତ୍କ୍ଷଣାତ୍ ଛାଡିଗଲା ଓ ସେ ସୁସ୍ଥ ହାଇଗେଲା।"
43
"ଯୀଶୁ ଲୋକଟିକୁ ଚାଲି ୟିବାକୁ କହିଲେ, କିନ୍ତୁ ତାକୁ ଚତାବେନୀ ଦଇେ ସେ କହିଲେ,"
44
"ମୁଁ ତୁମ୍ଭ ପାଇଁ ଯାହା କଲି ସହେି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦହେ ଦଖାେଅ। ତୁମ୍ଭେ ସୁସ୍ଥ ହାଇେ ଥିବାରୁ ମାଶାଙ୍କେ ଆଜ୍ଞା ଅନୁସାରେ, ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କର। ତୁମ୍ଭେ ସୁସ୍ଥ ହାଇେ ଯାଇଛ ବୋଲି ଲୋକମାନଙ୍କ ଆଗ ରେ ପ୍ରମାଣ ରହିବ।"
45
"ଲୋକଟି ସହେି ସ୍ଥାନ ଛାଡି ଚାଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦଇେଛନ୍ତି। ତେଣୁ ଯୀଶୁଙ୍କ ବିଷୟ ରେ ଖବର ଗ୍ଭରିଆଡେ ବ୍ଯାପିବାକୁ ଲାଗିଲା। ଫଳ ରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନଥିବା ନିଛାଟିଆ ଜାଗାମାନଙ୍କ ରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।"
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16