bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Mark 9
Mark 9
Odia - 1840
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
1
"ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଏଠା ରେ ଯେଉଁମାନେ ଠିଆ ହାଇେଛ, ତୁମ୍ଭମାନଙ୍କ ମଧ୍ଯରୁ କେତେ ଜଣ ନିଜ ମୃତ୍ଯୁ ପୂର୍ବରୁ ପରମେଶ୍ବରଙ୍କ ରାଜ୍ଯ ଏଠାକୁ ଆସିବାର ଦେଖିବ। ପରମେଶ୍ବରଙ୍କ ରାଜ୍ଯ ତା'ର କ୍ଷମତା ନଇେ ଆସିବ।"
2
"ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗ ରେ ନଇେ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ କବଳେ ସହେିମାନେ ଥିଲେ। ସଠାେରେ ଶିଷ୍ଯମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ବରୂପ ପରିବର୍ତ୍ତନ ହାଇେ ଗଲା।"
3
"ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହାଇଗେଲା। ତାହା ଏତେ ଉଜ୍ଜଳ ଓ ଧଳା ଥିଲା ଯେ ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ।"
4
"ଏଲିୟ ଓ ମାଶାେ ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସମାନେେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ।"
5
"ପିତର ଯୀଶୁଙ୍କୁ କହିଲେ, ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠା ରେ ଅଛୁ। ଆମ୍ଭେ ଏଠା ରେ ତିନୋଟି ତମ୍ବୁ ଟାଣି ଦବେୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।"
6
"ପିତର ଜାଣି ପାରୁ ନଥିଲେ ଯେ କ'ଣ କହିବାକୁ ହବେ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ଯ ବହୁତ ଡରି ଯାଇଥିଲେ।"
7
"ତା'ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡାଇ ପକାଇଲା। ମେଘ ଭିତରୁ ଏହି ଭଳି ବାଣୀ ଶୁଣା ଗଲା, ଏ ମାରେ ପୁତ୍ର, ମୁଁ ତାହାଙ୍କୁ ପ୍ ରମେ କରେ। ତୁମ୍ଭମାନେେ ତାହାଙ୍କ କଥା ମାନ।"
8
"ଏବଂ ସହେି ସମୟରେ ପିତର, ଯାକୁବ ଓ ଯୋହନ ତାରିଆଡକୁ ଚାହିଁଲେ କିନ୍ତୁ ସଠାେରେ ସମାନେେ ତାହାଙ୍କ ସହିତ କବଳେ ଯୀଶୁଙ୍କ ଛଡା ଆଉ କାହାରିକୁ ଦେଖିଲେ ନାହିଁ।"
9
"ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ପର୍ବତ ଉପରୁ ତଳକୁ ଓହ୍ଲଇେ ଆସୁଥିଲେ। ଯୀଶୁ ଶିଷ୍ଯମାନଙ୍କୁ ଆଜ୍ଞା ଦେଲେ। ଯେ ସମାନେେ ପର୍ବତ ଉପରେ ଯାହା ସବୁ ଦେଖିଲେ ତାହା କାହାରି ଆଗ ରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ଯପୁତ୍ର ମୃତ୍ଯୁରୁ ପୁନରୁତ୍ଥିତ ନ ହବୋ ପର୍ୟ୍ଯନ୍ତ ଅପେକ୍ଷା କରିବେ। ତା ପରେ ସମାନେେ ଲୋକଙ୍କ ଆଗ ରେ ତାହା ପ୍ରକାଶ କରି ପାରିବେ।"
10
"ତେଣୁ ଶିଷ୍ଯମାନେ ଯୀଶୁଙ୍କ କଥା ମାନିଲେ ଓ ସମାନେେ ଯାହା ଦେଖିଲେ ତାହା କାହାରି ଆଗ ରେ ପ୍ରକାଶ କଲେ ନାହିଁ। କିନ୍ତୁ ସମାନେେ କଥାବାର୍ତ୍ତା କରୁଥିଲେ ଯେ ମୃତ୍ଯୁରୁ ପୁନରୁଥିତ ହବୋର ଅର୍ଥ କ'ଣ?"
11
"ସମାନେେ ଯୀଶୁଙ୍କୁ ପଚାରିଲେ, ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?"
12
"ଯୀଶୁ ସମାନଙ୍କେୁ କହିଲେ, ହଁ, ସମାନେେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ଯବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ଯପୁତ୍ରଙ୍କ ସମ୍ବନ୍ଧ ରେ ଶାସ୍ତ୍ର ରେ କାହିଁକି ଲଖାେ ଅଛି ଯେ ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ଯପୂର୍ଣ୍ଣ ବ୍ଯବହାର କରିବେ।"
13
"ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଚାହିଁଛନ୍ତି ତାହାଙ୍କ ପ୍ରତି ସଭେଳି ଖରାପ ବ୍ଯବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ଯବହାର କରାୟିବ ବୋଲି ଶାସ୍ତ୍ର ରେ ଲଖାେ ଅଛି।"
14
"ତା'ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ଯମାନଙ୍କ ପାଖକୁ ଗଲେ। ସମାନେେ ଦେଖିଲେ ଯେ ଅନକେ ଲୋକ ସମାନଙ୍କେୁ ଘରେି ରହିଛନ୍ତି। ସମାନଙ୍କେ ସହିତ ଧର୍ମଶାସ୍ତ୍ରୀମାନେ ୟୁକ୍ତିତର୍କ କରୁଛନ୍ତି।"
15
"ଯେତବେେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ତାହାଙ୍କୁ ସ୍ବାଗତ କରିବାକୁ ତାହାଙ୍କ ପାଖକୁ ଦୌଡି ଗଲେ।"
16
"ଯୀଶୁ ପଚାରିଲେ, ତୁମ୍ଭମାନେେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟ ରେ ୟୁକ୍ତିତର୍କ କରୁଥିଲ?"
17
"ଭିଡ ଭିତରୁ ଜଣେ ଲୋକ ଉତ୍ତର ଦଲୋ, ହେ ଗୁରୁ, ମୁଁ ମାେ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦହେ ରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉନାହିଁ।"
18
"ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲା ବେଳେ ପୁଅକୁ ତଳେ କଚାଡି ଦେଉଛି। ପୁଅ ମୁଁହଁରୁ ଫଣେ ବାହାରୁଛି ଓ ସେ ଦାନ୍ତ କଡମଡ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ଯମାନଙ୍କୁ ସହେି ଦୁଷ୍ଟାତ୍ମା କୁ ବାହାର କରି ଦବୋକୁ ଅନୁରୋଧ କଲି, କିନ୍ତୁ ସମାନେେ ତାକୁ ବାହାର କରି ପାରିଲେ ନାହିଁ।"
19
"ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କାହିଁକି ବିଶ୍ବାସ କରୁନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସହେି ପିଲାକୁ ମାେ ପାଖକୁ ନଇେଆସ।"
20
"ତେଣୁ ଶିଷ୍ଯମାନେ ପିଲାକୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ ରେ ପିଲାକୁ ଆକ୍ରମଣ କଲା। ସହେି ପିଲା ତଳେ ପଡିଯାଇ ଗଡିଗଲା। ତା' ପାଟିରୁ ଫଣେ ବାହାରିଲା।"
21
"ଯୀଶୁ ପିଲାର ବାପାକୁ ପଚାରିଲେ, କେତେ ଦିନ ହେଲା ପିଲାର ଏମିତି ହେଉଛି?"
22
"ଦୁଷ୍ଟାତ୍ମା ତାକୁ ମାରିବାକୁ ଅନକେ ଥର ପାଣିକୁ ଓ ଅନକେ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା ପାଇଁ କିଛି କରି ପାରନ୍ତି, ତବେେ ଆମ୍ଭ ପ୍ରତି ଦୟା ହବେ ଓ ଆମ୍ଭକୁ ସାହାୟ୍ଯ ହବେ।"
23
"ଯୀଶୁ କହିଲେ, ତୁମ୍ଭେ କହିଲ, 'ତୁମ୍ଭେ ଯଦି ପାରିବ ତବେେ ସାହାୟ୍ଯ ହବେ।' ବିଶ୍ବାସୀ ଲୋକପାଇଁ ସବୁ କିଛି ସମ୍ଭବ।"
24
"ପିଲାଟିର ବାପା ଉଚ୍ଚସ୍ବର କରି କହିଲା, ମୁଁ ବିଶ୍ବାସ କରୁଛି। ମାେତେ ଅଧିକ ବିଶ୍ବାସ କରିବା ପାଇଁ ସାହାୟ୍ଯ କରନ୍ତୁ।"
25
"ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦଇେ କହିଲେ, ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦଇେଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦହେ ଭିତରୁ ବାହାରିଯା। ଏହାର ଦହେ ରେ ପୁଣି ଆଉ କବେେ ହେଲେ ପ୍ରବେଶ କରିବୁ ନାହିଁ।"
26
"ଦୁଷ୍ଟାତ୍ମା ୟନ୍ତ୍ରଣା ରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦଲୋ। ପୁଣି ଥରେ ପିଲାକୁ ତଳେ କଚାଡି ଦଇେ ଦୁଷ୍ଟାତ୍ମା ତା' ଦହରେୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦଖାଗେଲା। ଅନକେ ଲୋକ କହିଲେ, ସେ ମରି ଯାଇଛି।"
27
"କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସହେି ପିଲା ଠିଆ ହେଲା।"
28
"ତା'ପରେ ଯୀଶୁ ଘର ଭିତରକୁ ଗଲେ। କବଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କ ସହିତ ସଠାେରେ ଥିଲେ। ସମାନେେ ତାକୁ ପଚାରିଲେ, ଆମ୍ଭମାନେେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?"
29
"ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ଏହି ପ୍ରକାରର ଦୁଷ୍ଟାତ୍ମାକୁ କବଳେ ପ୍ରାର୍ଥନା ମାଧ୍ଯମ ରେ ବାହାର କରା ଯାଇ ପାରିବ।"
30
"ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସେ ସ୍ଥାନ ଛାଡି ଚାଲିଗଲେ। ସମାନେେ ଗାଲିଲୀ ଦଇେ ଯାଉଥିଲେ। ସମାନେେ କେଉଁଠି ଅଛନ୍ତି ସେ କଥା ଲୋକେ ଜାଣନ୍ତୁ ବୋଲି ଯୀଶୁ ଚାହୁଁ ନଥିଲେ।"
31
"କାରଣ ସେ ନିଜ ଶିଷ୍ଯମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦବୋକୁ ଚାହୁଁଥିଲେ। ସେ ସମାନଙ୍କେୁ କହିଲେ, ମନୁଷ୍ଯପୁତ୍ରଙ୍କୁ ମନୁଷ୍ଯମାନଙ୍କ ହସ୍ତ ରେ ସମର୍ପଣ କରାୟିବ। ସମାନେେ ତାହାଙ୍କୁ ବଧ କରିବା। କିନ୍ତୁ ମୃତ୍ଯୁର ତିନି ଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁତ୍ଥିତ ହବେେ।"
32
"ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ଯମାନେ ବୁଝି ପାରିଲେ ନାହିଁ। ସମାନେେ ତାହାଙ୍କୁ ଏହାର ଅର୍ଥ ପଚାରି ବୁଝିବାକୁ ଭୟ କଲେ।"
33
"ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୁମକୁ ଆସିଲେ। ସମାନେେ ଗୋଟିଏ ଘର ଭିତରକୁ ଗଲେ। ତାପରେ ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଆଜି ରାସ୍ତା ରେ ଆସିବା ବେଳେ କେଉଁ ବିଷୟ ରେ ତୁମ୍ଭମାନେେ ୟୁକ୍ତିତର୍କ କରୁଥିଲ?"
34
"କିନ୍ତୁ ଶିଷ୍ଯମାନେ ଚୁପ୍ ରହିଲେ। କାରଣ ସମାନେେ ବାଟରେ ୟୁକ୍ତିତର୍କ କରୁଥିଲେ ଯେ ତାହାଙ୍କ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?"
35
"ଯୀଶୁ ବସିପଡିଲେ ଓ ବାରଜଣ ପ୍ ରରେିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, ଯଦି କହେି ସବୁଠାରୁ ବଡ ହବୋକୁ ଚା ହେଁ ତବେେ ସେ ଅନ୍ୟ ସମସ୍ତଙ୍କୁ ତା' ନିଜ ଅପେକ୍ଷା ବଡ ମନେ କରୁ ଓ ସମସ୍ତଙ୍କର ସବୋ କରୁ।"
36
"ତା'ପରେ ଯୀଶୁ ଗୋଟିଏ େଛାଟ ପିଲାକୁ ନଇେ ସମାନଙ୍କେ ଆଗ ରେ ଠିଆ କରାଇଲେ। ସହେି ପିଲାକୁ କୋଳ ରେ ନଇେ ସେ କହିଲେ,"
37
"ମାେ ନାମ ରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ। ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଯେ, କବଳେ ମାେତେ ଗ୍ରହଣ କରେ, ତା ନୁହେଁ, ବରଂ ସେ ମାରେ ପ୍ ରରଣେ କର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।"
38
"ଯୋହନ ଯୀଶୁଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ନାମ ନଇେ ଲୋକଙ୍କ ଦହରେୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭମାନେେ ଦେଖିଲୁ। ଆମ୍ଭମାନେେ ତାକୁ ମନାକରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।"
39
"କିନ୍ତୁ ଯୀଶୁ କହିଲେ, ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମାେ ନାମ ନଇେ ଶକ୍ତିର କାର୍ୟ୍ଯ କରିପା ରେ, ସେ ମାେ ନାମ ରେ ଆଉ ଖରାପ କଥା କହି ପାରିବ ନାହିଁ।"
40
"ଯେଉଁ ଲୋକ ଆମ୍ଭର ବିରୋଧ କରେ ନାହିଁ, ସେ ଆମ୍ଭର ସପକ୍ଷର ଲୋକ।"
41
"ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କହେି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତବେେ ତାକୁ ଏଥି ପାଇଁ ନିଶ୍ଚୟ ପୁରସ୍କାର ମିଳିବ।"
42
"ଯଦି ଏହି େଛାଟ ଅ ବୋଧ ପିଲାମାନଙ୍କ ମଧ୍ଯରୁ ମାେତେ କହେି ବିଶ୍ବାସ କରୁଥାଏ ଏବଂ ଆଉ ଜଣେ ଲୋକ ସହେି ପିଲାଟିକୁ ପାପ କର୍ମ ରେ ଲିପ୍ତ କରାଏ, ତବେେ ସେ ଲୋକଟି ପାଇଁ ଏହା ଅତ୍ଯନ୍ତ ଖରାପ ହବେ। ସେ ଲୋକ ବକରେେ ଚକି ପଥରଟିଏ ବାନ୍ଧି ଦଇେ ତାକୁ ସମୁଦ୍ର ରେ ଫିଙ୍ଗି ଦବୋ ତା ପାଇଁ ଭଲ ହାଇେଥାଆନ୍ତା।"
43
"ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟିଦିଅ।"
44
"କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହାଇେ ଅନନ୍ତ ଜୀବନ ଲାଭ କରିବା ଭଲ।"
45
"ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟି ଦିଅ।"
46
"ଦୁଇ ପାଦ ଥାଇ ନର୍କ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ େଛାଟା ହାଇେ ଅନନ୍ତ ଜୀବନ ଲାଭ କରିବା ଭଲ।"
47
"ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତବେେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ।"
48
"ମନୁଷ୍ଯକୁ ଖାଉଥିବା ନର୍କର କୀଟ କବେେ ମ ରେ ନାହିଁ କି ନର୍କର ନିଆଁ କବେେ ଲିଭେ ନାହିଁ।"
49
"ନିଆଁ ରେ ପ୍ରେତ୍ୟକକ ଲୋକକୁ ଦଣ୍ଡିତ କରାୟିବ।"
50
"ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତାର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣ ରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତି ରେ ରୁହ।"
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16